By Village Missionary Movement
Monday, 30-Aug-2021ଆଜିର ବାକ୍ୟ (Oriya) 30-08-2021
ହରଲିକସ ଖ୍ରୀଷ୍ଟିଆନ
"...ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ!” - ପ୍ରେରିତ 11:26
ଜଣେ ପାଳକ ତାଙ୍କ ବିଶ୍ୱାସୀର ଘର ପ୍ରତିଷ୍ଠା ନିମନ୍ତେ ଗଲା !ପ୍ରତିଷ୍ଠା ପ୍ରାର୍ଥନା ସାରିବା କ୍ଷଣି ଘରର ସମସ୍ତ ବଖରା ଦେଖାଇଲା !ଆଉ ଯେତେବେଳେ ରନ୍ଧା ଘରକୁ ଗଲା, ସେବେ ଆଚର୍ଯ୍ୟ ହୋଇ ପାଳକ ସେହି ଘରର ମାଲିକକୁ ପଚାରିଲା, କଣ ତୁମ୍ଭ ଘରେ ଏତେ ହରଲିକସ ଅଛି, କଣ ତୁମ୍ଭ ଘରର ସମସ୍ତଙ୍କୁ ହରଲିକସ ବହୁତ ପ୍ରିୟ କି ? ତେବେ ସେହି ମାଲିକ ହସି ହସି ଉତ୍ତର ଦେଲା, ଏଥିରେ କେବଳ ଗୋଟିଏ ବୋତଲରେ ହିଁ ହରଲିକସ ଅଛି !ଆଉ ଅନ୍ୟଟି ଧନିଆ, ଡାଲି ଅନ୍ୟାନ୍ୟ ଜିନିଷ ଗୁଡିକ ରହିଛି !ଏହା ଶୁଣି ଥିବା ପାଳକ ମୁରୁକି ହସ ହସିଲା !
ଆନ୍ତିୟଖିଆରେ ଥିବା ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ !"ଶିଷ୍ୟ"ର ଅର୍ଥ ଖ୍ରୀଷ୍ଟଙ୍କୁ ଅନୁସରଣ କରିବା !"ଖ୍ରୀଷ୍ଟଙ୍କୁ ଅନୁସରଣ କରିବା" ଅର୍ଥ ଖ୍ରୀଷ୍ଟଙ୍କ ଠାରେ ରହିବା !ଏହିମାନେ ହିଁ ଖ୍ରୀଷ୍ଟିଆନ ବୋଲି ନାମିତ ହେଲେ !କିନ୍ତୁ ବର୍ତ୍ତମାନ ସେହି ଘରରେ ଥିବା ହରଲିକସ ବୋତଲ ସଦୃଶ୍ୟ !ବାହାରେ ଖ୍ରୀଷ୍ଟିଆନ ନାମରେ, ଖ୍ରୀଷ୍ଟିଆନ ଚର୍ଚ୍ଚକୁ ଯିବା, ଏହିପରି ଥିଲେ ହିଁ ଖ୍ରୀଷ୍ଟିଆନ ବୋଲି ନାମିତ ହୋଇ ସ୍ୱର୍ଗ ରାଜ୍ୟକୁ ଯାଇପାରିବା ବୋଲି ଆଲୋଚନା କରୁଛନ୍ତି !କିନ୍ତୁ ହୃଦୟରେ, ଜୀବନରେ ଯଦି ଖ୍ରୀଷ୍ଟ ନ ଥାଏ, ଖ୍ରୀଷ୍ଟଙ୍କୁ ସବୁଦିନ ଅନୁସରଣ ନ କଲେ, ସେମାନେ ହରଲିକସ ଖ୍ରୀଷ୍ଟିଆନ ଅଟନ୍ତି ! ପରମେଶ୍ୱର ଏହି ନକଲି ଜୀବନକୁ ପସନ୍ଦ କରନ୍ତି ନାହିଁ !ଆମ୍ଭଙ୍କୁ ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରାଇବେ ନାହିଁ !ଖ୍ରୀଷ୍ଟଙ୍କୁ ପିତା ସଦୃଶ୍ୟ ଦେଖିବା ସନ୍ତାନ ହିଁ ଖ୍ରୀଷ୍ଟିଆନ !ଖ୍ରୀଷ୍ଟ ବିହୁନେ ଖ୍ରୀଷ୍ଟିଆନ, ପିତାଙ୍କୁ ତିରସ୍କାର କରିଥିବା ସନ୍ତାନ ଅଟନ୍ତି !ଆଜି ପିତାଙ୍କୁ ତିରସ୍କାର କଲେ, ସ୍ବର୍ଗୀୟ ପିତା ତୁମ୍ଭଙ୍କୁ ତିରସ୍କାର କରିବେ, ଭୁଲନ୍ତୁ ନାହିଁ !
ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟିଆନ ବୋଲି ନାମିତ ହୋଇ ଥିବା ତୁମ୍ଭେମାନେ କିପରି ଅଛନ୍ତି ? ପିତାଙ୍କ ସହ ରହିଥିବା ପରି ଅଛ କି ? ନାହିଁତ ହରଲିକସ ଖ୍ରୀଷ୍ଟିଆନ ପରି ଅଛ କି ? ଆଲୋଚନା କରନ୍ତୁ !ସ୍ୱର୍ଗ ରାଜ୍ୟରେ ତୁମ୍ଭେ ଗ୍ରହଣ ଯୋଗ୍ୟ ହେବା, ତିରସ୍କାର ହେବା, ବର୍ତ୍ତମାନ ତୁମ୍ଭେ ଜୀବନ ଯାପନ କରୁଥିବାରେ ସମ୍ବନ୍ଧ ରହିଛି !ଭୁଲି ଯାଆନ୍ତୁ ନାହିଁ !ଆଜିର ଦିନରେ ଖ୍ରୀଷ୍ଟଙ୍କ ସହ ଏକତ୍ରିତ ହୋଇ ରହିବା !ତାହାଙ୍କୁ ହିଁ ଅନୁସରଣ କରି ସ୍ବର୍ଗୀୟ ଜୀବନକୁ ନିଜର କରିବା !
- ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନାର ଅଂଶ :-
ସମସ୍ତ ରାଜ୍ୟରୁ ବାର ଜଣ ମିଶିନାରୀ ଇଶ୍ୱରଙ୍କ ମନୋନୀତ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.