By Village Missionary Movement
Sunday, 29-Aug-2021ଆଜିର ବାକ୍ୟ (Oriya) 29-08-2021 (Kids Special)
“ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ ମୋ’ ପଥ ପାଇଁ ଆଲୁଅ ଅଟେ।“ - ଗୀତସଂହିତା 119:105
ସପ୍ତମ ଶ୍ରେଣୀ ପଡୁଥିବା ଭାରତୀକୁ ବାଇବଲ ପଡ଼ିବାକୁ କହିବା ତାଙ୍କ ମାଆଙ୍କୁ ବହୁତ କଷ୍ଟ ହେଉଥାଏ !ଭାରତୀ ପ୍ରତ୍ୟେକ ଦିନ କିଛିନା କିଛି କାରଣ କହୁଥାଏ !ପ୍ରତ୍ୟେକ ସପ୍ତାହ ସଣ୍ଡେ ସ୍କୁଲ ଗଲେବି ବାଇବଲ ପଡ଼ିବାକୁ ତାର ଇଚ୍ଛା ନ ଥାଏ !ଭାରତୀଙ୍କ ମାଆ କହୁଥାଏ, ତୁମ୍ଭେ ଦୁଇ ଦିନ ହେବ ବାଇବଲ ପଡି ନାହଁ, ଯାଅ ବାଇବଲ ପଢ !କିନ୍ତୁ ଭାରତୀ ମାଆଙ୍କ କଥାକୁ ଶୁଣିଲା ନାହିଁ !ହେଲେ କଣ କଲେ ଭାରତୀ ବାଇବଲ ପଢି, ପ୍ରାର୍ଥନା କରିବ ମାଆ କିଛି ବୁଝି ପାରିଲାନି !
ଦିନେ ଭାରତୀଙ୍କ ଘରକୁ ରୀନା ମାଇଁ ତାଙ୍କ ଛୋଟ ଛୁଆଁ ଓ ହାଲୁକା ଭୋଜନ (ସ୍ନାକସ)କୁ ଧରି ଆସିଲା !ସେହି ଛୋଟ ଛୁଆଁକୁ ଦେଖି ଭାରତୀ ବହୁତ ଖୁସି ହେଲା !ତାଙ୍କ ସହ ଖେଳିବାକୁ ଆରମ୍ଭ କଲା !ଭାରତୀଙ୍କ ମାଆ ଓ ରୀନା ମାଇଁ ଜଣକୁ ଜଣେ କଥା ହେଉଥାନ୍ତି !ସେତେବେଳେ ବହୁତ ଦୁଃଖରେ ଭାରତୀଙ୍କ ବିଷୟରେ ଭାରତୀର ମାଆ ରୀନା ମାଇଁଙ୍କୁ କହିଲା !ଭାରତୀ କିପରି ହେଲେ ବାଇବଲ ଖୋଲି ପଢିବାକୁ ହେବ ବୋଲି ସେ ଆଶାର ସହିତ ରଖି ଥିବା ରୂପାର ଚାମଚରେ ଛୁଆଁକୁ ଖୁଆଇଲା !ତାପରେ ଅଳ୍ପ ସମୟ ରହି ସେମାନେ ତାଙ୍କ ଘରକୁ ଫେରିଗଲେ !ସେମାନେ ଫେରିଲା ପରେ ଭାରତୀ ତାଙ୍କ ମାଆଙ୍କ ନିକଟକୁ ଯାଇ କାନ୍ଦି କାନ୍ଦି ପଚାରିଲା, କାହିଁକି ମୋର ରୂପାର ଚାମଚ କାଡ଼ିକି ଦେଲ !ବୋଧ ହୁଏ ରୀନା ମାଇଁ ଘରକୁ ନେଇ ଗଲା କି ? ପୁଣି ସେହି ସପ୍ତାହ ଚର୍ଚ୍ଚକୁ ଯିବା କ୍ଷଣି ରୀନା ମାଇଁଙ୍କ ନିକଟକୁ ଯାଇ ପଚାରିଲା, ମାଇଁ ମୁଁ ଭାବୁଛି, ମୋର ରୁପାର ଚାମଚ ଛୋଟ ଛୁଆଁ ନ ଜାଣି ନେଇ ଆସିଲା ବୋଧେ, କଣ ତୁମ୍ଭ ଘରେ ଅଛି କି ? ରୀନା ମାଇଁ କହିଲା, ନାହିଁତ ମୁଁ ଆଣିନି ସେଠାରେ ତୁମ ବାଇବଲରେ ରଖିକି ଆସିଛି !ତାହାମାନେ ତୁମେ ଏକ ସପ୍ତାହ ହେବ ବାଇବଲ ପଡିନାହଁ !ଭାରତୀଙ୍କୁ ଲଜ୍ୟା ଲାଗିଲା !କାହିଁକିନା ମାଆ କହିବାରୁ ମଧ୍ୟ ଭାରତୀ ବାଇବଲ ପଡିବାର ନାହିଁ !ପୁଣି ରୀନା ମାଇଁ ଭାରତୀଙ୍କ ସହ କହିଲା, ଅନ୍ଧାରରେ ଚାଲିବାକୁ ହେଲେ ଟର୍ଚ୍ଚ ଲାଇଟର ଆବଶ୍ୟକ, ସେହିପରି ଅନ୍ଧାର ହୋଇ ଥିବା ତୁମ୍ଭ ଜୀବନ ପ୍ରକାଶିତ ହେବାକୁ, ତୁମ୍ଭେ ଚାଲିବା ପଥ ତୁମ୍ଭଙ୍କୁ ଦେଖାଇବାକୁ ବାଇବଲ ପଡିବା ଓ ତାହାକୁ ଘୁସିବା ବହୁତ ଗୁରୁତ୍ୱ ଅଟେ !ଭାରତୀ ତାର ଭୁଲକୁ ବୁଝି ପାରି କହିଲା, ହଁ ମାଇଁ ଆଜି ଠାରୁ ସବୁଦିନ ବାଇବଲ ପଡିବି !
ହେ ମୋର ସାନ ଭାଇ ଓ ଭଉଣୀମାନେ ତୁମ୍ଭେମାନେ ଆଜି ପର୍ଯ୍ୟନ୍ତ ବାଇବଲ ଖୋଲି ନାହଁମାନେ, ଆଜିଠୁ ବାଇବଲ ଖୋଲି ପଡ଼ିବାକୁ ଆରମ୍ଭ କରନ୍ତୁ, ହଁ ତ, ହଁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.