Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-08-2021
Share:

By Village Missionary Movement

Saturday, 28-Aug-2021

ଆଜିର ବାକ୍ୟ (Oriya) 28-08-2021

 

ଚିରନ୍ତନ 

 

“ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।“ - ମାର୍କ 13:13

 

ସେତେବେଳେ ରୋମାନିୟା ସରକାର ଖ୍ରୀଷ୍ଟିଆନମାନଙ୍କୁ ଅନେକ ଅସୁବିଧା କରି ଆସୁଥାନ୍ତି !ଏହି ସମୟରେ ଜଣେ ପାଳକ ଓ ତାଙ୍କର ଦୁଇଟି ବିଶ୍ୱାସୀଙ୍କୁ ରୋମାନିୟା ସରକାର ସେମାନଙ୍କୁ କଏଦୀ କରି କାରାଗାରରେ ବନ୍ଦୀ କଲେ !ସେହି କାରାଗାରରେ ସେମାନେ ଯେତେ ନିଷ୍ଠୁର ଭାବେ ତାଡନା କରିପାରିବେକି ସେଥିକି ତାଡନା କଲେ !କିନ୍ତୁ ପାଳକ ଓ ଦୁଇଟି ବିଶ୍ୱାସୀ ପରମେଶ୍ୱରଙ୍କୁ ପରିତ୍ୟାଗ କଲେ ନାହିଁ !ସେହି ତାଡନାକୁ ସହ୍ୟ କରିପାରିଲେନି, କିନ୍ତୁ ପାଳକ ପ୍ରଚାର କରିଥିବା ଅତିଉଚ୍ଚାହର ପ୍ରଭୁଙ୍କର ବାକ୍ୟ କାନରେ ଶୁଣା ଯାଉଥିଲା !ସେଥିପାଇଁ ସେମାନେ କେତେ ତାଡନା କଲେ ମଧ୍ୟ ତାହାକୁ ସହ୍ୟ କରି ପାରିଲେ !

 

ଗୋଟିଏ ଦିନ ପାଳକ ନିକଟକୁ ଆସି ଅଧିକାରୀଗଣ କହିଲେ, ଆଉ ଆମେ ତୁମକୁ କେତେ ତାଡନା ଦେବାକୁ ଯାଉଛୁ ତାହା ବର୍ଣନା କଲେ !ଆଉ ସେହି ଅଧିକାରୀଗଣ କହିଲେ, ଏହି ତାଡନା ସହ୍ୟ କରିପାରିବୁ କି ନା ଆମେ କହିବା କଥାଟି ଶୁଣିବୁ, ନାହିଁତ ଆମେ ଯାହା କହିବୁ ତାହା ଶୁଣିଲେ ତୁମକୁ ମୁକ୍ତି ମିଳିବ !ସଂଗେ ସଂଗେ ସେହି ପାଳକର ହୃଦୟ ଥରି ଉଠିଲା !ଆଉ ସେ ପାଳକ କହିଲା, ହଁ ତୁମ୍ଭେ ଯାହା କହିବ ତାହା ମୁଁ କରିବି !ତାପରେ ସେମାନେ ତାଙ୍କୁ କହିଲେ, ତୁମ୍ଭ ସହ ଯେଉଁ ଦୁଇ ଜଣ ଆସିଛନ୍ତି, ସେମାନଙ୍କୁ ତୁମ୍ଭେ ବନ୍ଧୁକ ସହିତ ହତ୍ୟା କରିବାକୁ ହେବ !ଆର ଦିନ ତାଙ୍କ ବିଶ୍ୱାସୀ ହୋଇ ଥିବା କଏଦୀଙ୍କୁ ତାଙ୍କ ସମୁଖରେ ଠିଆ କରାଇଲେ !ତାଙ୍କୁ ଦେଖି ବିଶ୍ୱାସୀମାନେ କହିଲେ, ପାଳକ ତୁମ୍ଭେ କରିଥିବା ପ୍ରଚାର ଆମେ ଶୁଣି, ଏତେ ଉଚ୍ଚାହରେ ପ୍ରଭୁଙ୍କ ନିମନ୍ତେ ଠିଆ ହେଲୁ !ତୁମ୍ଭେ ଦୟା କରି ଆଲୋଚନା କରି ଦେଖ !ତାଙ୍କ ହୃଦୟ ଭାଙ୍ଗି ଗଲା !କିନ୍ତୁ ସେ କହିଲା, ହଁ ତୁମ୍ଭଙ୍କୁ ହତ୍ୟା କଲା ପରେ, ମୁଁ କାରାଗାରରୁ ମୁକ୍ତି ପାଇଁ, ତାପରେ ମୁଁ ନିଜକୁ ସଜାଇବି !ବିଶ୍ୱାସୀମାନେ କହିଲେ, ତୁମ୍ଭେ ଏହି ଅଧିକାରୀମାନଙ୍କୁ ବିଶ୍ୱାସ କର ନାହିଁ !ଏହା କହିବାରୁ ମଧ୍ୟ ପାଳକ ବିଶ୍ୱାସ କଲା ନାହିଁ !ତାହା ବଦଳରେ ଏହାଙ୍କୁ ହତ୍ୟା କରିଦେଲା !ତାପରେ ନିମିଷକେ ଅଧିକାରୀଗଣ ପାଳକକୁ ହତ୍ୟା କରିଦେଲେ !ପାଳକ ଭାବିଲା, ପ୍ରଭୁଙ୍କ ଠାରେ କ୍ଷମା ମାଗିଲେ ହେବ, ମାତ୍ର ତାହା କରିବାକୁ ସମୟ ନାହିଁ !ବର୍ତ୍ତମାନ ମରିଗଲା !ପବିତ୍ର ବାଇବଲ କହୁଛି, ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ !

 

ହଁ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍-ନଗୋ ପ୍ରତିମାକୁ ପୂଜା କରି, ତାପରେ ପରମେଶ୍ୱରଙ୍କ ଠାରେ କ୍ଷମା ମାଗି ପାରିବା ବୋଲି ତାଙ୍କେ ପ୍ରଭୁଙ୍କର ଉଚ୍ଚାହକୁ ଛାଡି ଦେଇ ନାହାନ୍ତି ! ପରମେଶ୍ୱରଙ୍କ ଆଜ୍ଞାକୁ ଅବଜ୍ଞା କରି, ପୃଥିବୀର ସୁଖ ଜୀବନ ଯାପନ କରିବା ବଦଳରେ ଅଗ୍ନି କୁଣ୍ଡକୁ ହିଁ ପସନ୍ଦ କଲେ !ଆଉ ଆମ୍ଭ ଠାରେ ଥିବା ପାପକୁ ପରିତ୍ୟାଗ କର ବୋଲି କହି ସଦାପ୍ରଭୁ ଆମ୍ଭ ସହିତ କଥା ହୋଇ ଥାଇ ପାରନ୍ତି !ଏହା ମୋର ଦୁର୍ବଳ, ତାପରେ ମୁଁ ପ୍ରଭୁଙ୍କ ନିକଟରେ କ୍ଷମା ମାଗିବି, ବୋଲି ଭାବି ବାରମ୍ବାର ସେହି ଦୋଷ କରୁଛନ୍ତି କି ? ତାହାକୁ ପରିତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ !ସମାପ୍ତ ଅର୍ଥାତ ମୃତ୍ୟୁ ଜଣେ ମନୁଷ୍ୟକୁ ଯେବେବି ଆସିପାରେ !ଆମ୍ଭଙ୍କୁ ଦେଇ ଥିବା ସମୟ କେତେ, ଆମ୍ଭଙ୍କୁ ଜଣା ନାହିଁ !ତେଣୁକରି ଏହାକୁ ଆମେ ଆମ୍ଭ ଆଲୋଚନାରେ ରଖି, ପ୍ରତ୍ୟେକ ଦିନ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବା !ଆମ୍ଭଙ୍କୁ ଆସୁଥିବା ତାଡନାରେ, ଅସୁବିଧାରେ, ପାପର ଯୁଦ୍ଧରେ ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ ବିଶ୍ୱାସର ସହିତ ଠିଆ ହେବା, ଆମେନ୍ !

- ପି. ଵି, ବିଲ୍ଲଏମସ 

 

ପ୍ରାର୍ଥନାର ଅଂଶ :-

ନିଉ ଲାଇଫରେ ରହିଥିବା ପିଲାମାନଙ୍କ ପାଠ ପଡାରେ ଓ ଭବିଷ୍ୟତ ଆଶୀର୍ବାଦ ଯୁକ୍ତ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş