By Village Missionary Movement
Friday, 27-Aug-2021ଆଜିର ବାକ୍ୟ (Oriya) 27-08-2021
ହସ୍ତ ଛାଡିବ ନାହିଁ, ନିରସ୍ତ ହେବା ନାହିଁ
"ଆମ୍ଭେ ତୁମ୍ଭ ପ୍ରତି ନିରସ୍ତ ହେବା ନାହିଁ, କି ତୁମ୍ଭକୁ ତ୍ୟାଗ କରିବା ନାହିଁ।" - ଯିହୋଶୂୟ 1:5
ଝୁଲା ପୋଲରେ ଚାଲୁଥାଆନ୍ତି ବାପା ଓ ତାହାର ଛୋଟ ଝିଅ, ତଳ ଦେଇ ନଦୀ ପ୍ରବାହିତ ହେଉଥାଏ !ବାପା ଝିଅକୁ କହିଲା, ଝିଅ ମୋ ହସ୍ତକୁ ଜାବୁଡି ଧର, ସେତେବେଳେ ତୁମେ ତଳେ ପଡିବ ନାହିଁ !ତେବେ ଝିଅଟି କହିଲା, ନା ବାପା ତୁମେ ହିଁ ମୋର ହସ୍ତକୁ ଧର, ଏହା ଶୁଣି ବାପା ଆଚାର୍ଯ୍ୟ ହୋଇଗଲେ !ତେବେ ବାପା ପଚାରିଲା, ଏହି ଦୁଇଟିରେ ପାର୍ଥକ୍ୟ କଣ ଅଛି ? ତୁମେ ଧରିଲେ କଣ ନା ମୁଁ ଧରିଲେ କଣ ? ତେବେ ଝିଅଟି କହିଲା, ଯଦି ମୁଁ ତୁମ ହାତକୁ ଧରିଲେ ହାତ ଛାଡି ଦେବାର ସୁଯୋଗ ଅଛି, ଯଦି ମୋର ଗୋଡ଼ ଖସି ଯାଏ ମୁଁ ହାତ ଛାଡି ଦେଇ ପାରେ !କିନ୍ତୁ ତୁମେ ଯଦି ମୋର ହାତକୁ ଧରିବ ଯାହାହେଲେବି ମୋର ହାତକୁ ଛାଡିବ ନାହିଁ !ତେବେ ବାପା ଆନନ୍ଦରେ ଝିଅକୁ ଉଠାଇ ଧରି ଛାତିରେ ଚାପି ଚାଲିଲା !
ପବିତ୍ର ବାଇଲରେ ଇଶ୍ରାଏଲ ଜନତାକୁ କଢାଇ ନେବାକୁ ସଦାପ୍ରଭୁଙ୍କ ଦ୍ଵାରା ମନୋନୀତ ହୋଇଥିବା ବ୍ୟକ୍ତି ଯିହୋସୂୟ ନାମକ ପ୍ରଭୁଙ୍କର ସନ୍ତାନ !ଏହାଙ୍କୁ ଦେଖି ସଦାପ୍ରଭୁ କହୁଛନ୍ତି, ତୁମ୍ଭକୁ ପରିତ୍ୟାଗ କରିବି ନାହିଁ, ତୁମ୍ଭ ପ୍ରତି ନିରସ୍ତ ହେବା ନାହିଁ !ସେହିପରି ଇଶ୍ରାଏଲ ପ୍ରଜାଙ୍କୁ ଶେଷ ପର୍ଯ୍ୟନ୍ତ କଢାଇ ନେଇବାକୁ ସଦାପ୍ରଭୁ ସେମାନଙ୍କୁ ତ୍ୟାଗ କରି ନାହାନ୍ତି କି ନିରସ୍ତ କରି ନାହାନ୍ତି !ଏହାର କାରଣ କଣ ମାନେ ଯିହୋସୂୟଙ୍କ ହାତକୁ ନ ଛାଡି ସଦାପ୍ରଭୁ ଧରିଲେ !
ହଁ ପ୍ରିୟ ବନ୍ଧୁଗଣ, ଯୀଶୁ ଆମ୍ଭ ହସ୍ତକୁ ଜାବୁଡି ଧରି ଗମନ କରୁଛନ୍ତି !କିନ୍ତୁ ଆମ୍ଭେ ମାତ୍ର ଅନେକ ସମୟରେ ତାଙ୍କର ହସ୍ତକୁ ଠେଲି ଦେଇ ଚାଲି ଯାଉଛୁ !ଯାହାହେଉ ଏକଲା କରିବାର ଧୌର୍ଜ, ଗର୍ବ ରହିବା ପର୍ଯନ୍ତ ଯୀଶୁ ବାପାଙ୍କର ହସ୍ତକୁ ଠେଲି ଦେବାକୁ ହିଁ ପ୍ରତ୍ୟେକ ଜଣଙ୍କର ମନବାଞ୍ଚା !କିନ୍ତୁ ସେ ଯୁଗ ସମାପ୍ତ ପର୍ଯ୍ୟନ୍ତ, ସର୍ବଦା ଆମ୍ଭ ସହିତ ରହି ଆମ୍ଭଙ୍କୁ କଢାଇ ନେବି ବୋଲି ଆଶା କରୁଛନ୍ତି !ହଁ ମୁଖ୍ୟଭାବେ ଏହି ବର୍ଷରେ ସାତ ମାସ ଆମ୍ଭ ସହ ରହି, ଆମ୍ଭର ହସ୍ତକୁ ନ ଛାଡି, ନିରସ୍ତ ନ କରି ରହିଥିବା ଇଶ୍ୱର ହେଉଛନ୍ତି ଆମ୍ଭ ପ୍ରଭୁଯୀଶୁଖ୍ରୀଷ୍ଟ !ଅନେକ ପ୍ରକାର ତାଡନା, ବ୍ୟାଧି, ଅସୁବିଧା ସମୟରେ ମଧ୍ୟ ଆମକୁ ତ୍ୟାଗ ନ କରି, ନିରସ୍ତ ନ କରି ରହିଥିବା, ହାତ ନ ଛାଡି ରହିଥିବା ପ୍ରଭୁଙ୍କର ହସ୍ତକୁ ଧରିବା !ଆଉ ଆସୁଥିବା ଦିନମାନଙ୍କରେ ସେ ଆମ୍ଭଙ୍କୁ ତ୍ୟାଗ ନ କରି, ନିରସ୍ତ ନ କରି, ଆମ୍ଭ ସହିତ ରହି, ଆମ୍ଭଙ୍କୁ କଢାଇ ନେବା ଶକ୍ତିମାନ ହୋଇଅଛନ୍ତି, ହାଲେଲୁୟା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ଉପାସନା ସ୍ଥଳରେ ଆବାଜ ଯନ୍ତ୍ର ଓ ଆଲୋକ ବ୍ୟବସ୍ଥାର କ୍ରୟ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.