By Village Missionary Movement
Monday, 23-Aug-2021ଆଜିର ବାକ୍ୟ (Oriya) 23-08-2021
କାରଣ ଗୁଡିକ
“ଆପଣା କାର୍ଯ୍ୟରେ ଯେ ଅଳସ, ସେ ବିନାଶକର ଭାଇ।“ - ହିତୋପଦେଶ 18:9
ନଡ଼ିଆ ଚୋରାଇବାକୁ ଯାଇ ଥିବା ଚୋରକୁ ସେହି ନଡ଼ିଆ ବଗିଚାର ମାଲିକ ଦେଖି ଦେଲା !ସେହି ମାଲିକ ପଚାରିଲା, ତୁମ୍ଭେ କାହିଁକି ନଡ଼ିଆ ଗଛ ଛଡ଼ିଥିଲ !କିନ୍ତୁ ସେ ଚୋର କହିଲା, ମୁଁ ଘାସ କାଟିବାବୁ ନଡ଼ିଆ ଗଛ ଚଡିଥିଲି !ମାଲିକ ପଚାରିଲା, ନଡ଼ିଆ ଗଛରେ କିପରି ଘାସ ଥିବ, ଚୋର କହିଲା ଘାସ ନ ଥିବା ହେତୁ ମୁଁ ଓଲାଇ ପଡିଲି !ଯେକୌଣସି କଥା କହି ଅନେକ ଲୋକ ଖସି ପଳାଇଯାନ୍ତି !ଶ୍ରେଣୀ ଗୃହକୁ ଡେରିରେ ଆସିଥିବା ବିଦ୍ୟାର୍ଥୀକୁ ଦେଖି, ଶିକ୍ଷକ ପଚାରିଲା, କଣ ପାଇଁ ଡେରି କଲ ? ବିଦ୍ୟାର୍ଥୀ କହିଲା, ଅଳ୍ପ ଡେରି ହେଲା ଆଜ୍ଞା !ଏହା ଶୁଣିବାକୁ ହାସ୍ୟାସ୍ପଦ ହେଲେ ମଧ୍ୟ, ଆମ୍ଭେ ଅନେକ ସମୟରେ ଆମ୍ଭ କାର୍ଯ୍ୟକ୍ରମର କାରଣ କହିଥାଉ !ଆମ୍ଭଙ୍କୁ ବିଶ୍ୱାସ କରି ଏକ କାର୍ଯ୍ୟର ଦାଇତ୍ୱ ଦେଇ ଥିଲେ, ତାହା ଉତ୍ତମ ରୂପରେ କରି ନ ପାରି, ତାହାର କାରଣ କହି ଖସି ଯିବାକୁ ଚେଷ୍ଟା କରିଥାଉ !କାରଣ କାହିଁକି କହୁଅଛୁ ? ପ୍ରଥମଟି ସେ କାର୍ଯ୍ୟ ପ୍ରତି ଉଚ୍ଚାହ ନ ରହିବା ! ଦ୍ୱିତୀୟଟି କରିବା କାର୍ଯ୍ୟକୁ ନ କରି ଅନ୍ୟ କାମରେ ଅଧିକା ସମୟ ବିତାଇବା !ତୃତୀୟଟି ପୂର୍ଣ୍ଣ ମନରେ ସେହି କାମ ପ୍ରତି ଇଚ୍ଛା ନ ଥିବା ! ଚତୁର୍ଥଟି ଯଦି ପଚାରନ୍ତି, କିଛି ବି କହି ପାରିବାର ଆଲୋଚନା !
ଏହିପରି କାରଣ ଯୋଗୁ କାର୍ଯ୍ୟଟି ପୂର୍ଣ୍ଣ କରି ନ ପାରିବା ବେଳେ, କାର୍ଯ୍ୟର ଦାଇତ୍ୱ ଦେଇଥିବା ଲୋକ, ଆମ୍ଭ ଉପରେ ରଖିଥିବା ଭରସାରୁ ଦୂରେଇ ଯାଏ !ଆଉଥରେ ସେହି ଭରସା ପାଇବାକୁ ଏତେ ସହଜ ନାହିଁ !ପବିତ୍ର ବାଇବଲରେ, ତହିଁରେ ନୋହ ସେରୂପ କଲେ; ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ ବୋଲି (ଆଦି ପୁସ୍ତକ :-6:22)ରେ କୁହାଯାଇଛି !ନୋହର କାର୍ଯ୍ୟ ସମାପ୍ତ ହେବା ପରେ ତାଙ୍କ ପରିବାର ଓ ଅନେକ ପ୍ରାଣୀକୁ ରକ୍ଷା କରାଗଲା !
ଆମ୍ଭ ଜୀବନରେ ଆମ୍ଭେ ବିଜୟୀ ହୋଇ ତାହା ଦ୍ଵାରା ଅନେକ ଲୋକ ଆଶୀର୍ବାଦ ଯୁକ୍ତ ହେବାର ଅଛି ବୋଲି ପରମେଶ୍ୱରଙ୍କ ଇଚ୍ଛା !ଉପକାର, ଆଶୀର୍ବାଦ ଗୁଡିକ ନିଜକୁ ନିଜେ ଆସୁନାହିଁ !କାରଣ ନ କହି କାର୍ଯ୍ୟ ଗୁଡିକ ସିଦ୍ଧ କଲେ ଆମ୍ଭେ ଉର୍ନ୍ନତି ହେବା !ଆଧିପତ୍ୟ ରୂପରେ ଜୀବନଯାପନ କରିବା !ଅନେକଙ୍କୁ ଆଶୀର୍ବାଦ ଯୁକ୍ତ ହୋଇ ବଂଚିବା, ହାଲେଲୁୟା !
- ଭାଇ ଆଲ୍ଲାଗାର ସ୍ୱାମୀ
ପ୍ରାର୍ଥନାର ଅଂଶ :-
ମୋକ୍ଷ ପ୍ରାୟାନାମ ଦିନଧ୍ୟାନ ପତ୍ରିକା ମୁଦ୍ରଣ କରିବାକୁ ଆବଶ୍ୟକ ହେଉଥିବା ଆର୍ଥିକ ସହାୟତା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.