Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-08-2021
Share:

By Village Missionary Movement

Saturday, 21-Aug-2021

ଆଜିର ବାକ୍ୟ (Oriya) 21-08-2021

 

ଅପରିବର୍ତ୍ତୀତ ସ୍ଵଭାଵରେ ରହିବା 

 

“ତୁମ୍ଭେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ,..." - ରୋମୀୟ 12:2

 

ଜଣେ ଶିକ୍ଷକ ତାଙ୍କ ହସ୍ତରେ ପାଞ୍ଚ ଶହ ଟଙ୍କା ସହ ଶ୍ରେଣୀ ଗୃହକୁ ଗଲେ !ବିଦ୍ୟାର୍ଥୀମାନଙ୍କୁ ତାହା ଦେଖାଇ ପଚାରିଲେ ଏହା କଣ ? ସମସ୍ତେ କହିଲେ, ତାହା ପାଞ୍ଚ ଶହ ଟଙ୍କା !ପୁଣିଥରେ ଶିକ୍ଷକ ତାହା ଭାଙ୍ଗି ପଚାରିଲା, ଏହା କଣ ? ବିଦ୍ୟାର୍ଥୀମାନେ କହିଲେ, ତାହା ପାଞ୍ଚଶହ ଟଙ୍କା !ପୁଣିଥରେ ତାହା ଅଳିଆ ଗଦାରେ ପକାଇ ପଚାରିଲା, ଏହା କଣ ? ବିଦ୍ୟାର୍ଥୀମାନେ କହିଲେ, ତାହା ପାଞ୍ଚଶହ ଟଙ୍କା !ରାଜା ନାମକ ବ୍ୟକ୍ତି ଧାଇଁ ଧାଇଁ ଯାଇ ସେହି ଅଳିଆ ଗଦାର ଟଙ୍କାକୁ ଆଣି ଶିକ୍ଷକଙ୍କୁ ଦେଲା ! ଶିକ୍ଷକ ତାହାକୁ ନେଇ ଭାଙ୍ଗିଥିବା ଟଙ୍କାକୁ ବାହାର କରି ତାହାକୁ ସଫା କରି ଶିକ୍ଷକ କହିଲା, ଏହା ମଧ୍ୟ ପାଞ୍ଚଶହ ଟଙ୍କା ଅଟେ !ଏହା ଆମ ହସ୍ତରେ ଥିଲେ କି ଅଳିଆ ଗଦାରେ ଥିବାରୁ ମଧ୍ୟ,ଯେପରି କି ତାର ମୂଲ୍ୟ ବଦଳିଲା ନାହିଁ ତଦରୂପ ବିଦ୍ୟାର୍ଥୀ ହୋଇ ଥିବା ତୁମ୍ଭେ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ତୁମ୍ଭେ ତୁମ୍ଭର ଉତ୍ତମତାକୁ ଛାଡିବାକୁ ହେବ ନାହିଁ !

 

ଯୋଶେଫ ତାଙ୍କ ପିତାଙ୍କ ପ୍ରିୟ ପୁତ୍ର ହୋଇ ପରିବାରରେ ଥିଲା !ତାଙ୍କ ସ୍ବପ୍ନ କହିବା ବେଳେ ତାଙ୍କର ଭାଇମାନେ ତାଙ୍କୁ ହିଂସା ହୋଇ ଗର୍ତ୍ତରେ ଠେଲିଦେବା ବେଳେ, ମିସରକୁ ତାଙ୍କୁ କ୍ରିତଦାସ କରି ବିକ୍ରୟ କଲା ବେଳେ, ସୈନିକ ଭାବେ ଥିଲା !ଆଉ କରି ନ ଥିବା ଦୋଷ ଦ୍ଵାରା କାରାଗାରରେ ବନ୍ଦୀ ଥିବା ବେଳେ, ତାଙ୍କ ସହ କାରାଗାରରେ ବନ୍ଦୀ ଥିବା ଭାଇମାନଙ୍କ ସହ ପ୍ରେମରେ କଥା ହେଉ ଥିବା ବ୍ୟକ୍ତି ହୋଇ ଥିଲେ !ସେ ରାଜା ରୂପେ ନିଯୁକ୍ତି ହେବା ପରେ ତାଙ୍କ ଭାଇମାନଙ୍କୁ କ୍ଷମା ଦେଇ, ପ୍ରେମ କରି ଥିଲା !ପିତା ମୃତ୍ୟୁବରଣ କରିଥିବା ବେଳେ, ଭାଇମାନେ ଭୟ ହୋଇଥିବା ବେଳେ ମଧ୍ୟ ଯୋଶେଫ ପ୍ରେମରେ ଥିଲେ !ତାଙ୍କ କଷ୍ଟ ଓ ବାଧାରେ ମଧ୍ୟ ଭାଇମାନଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇନାହିଁ, ହିଂସା କରି ନାହିଁ !ତାଙ୍କ ଚାରିଆଡେ ଥିବା ବ୍ୟକ୍ତିମାନେ କିପରି ଥିଲେ ମଧ୍ୟ ତାଙ୍କ ସ୍ଵଭାଵର ସ୍ଥିତିକୁ ନ ବଦଳାଇ, ପ୍ରେମକୁ ଦେଖାଇବା ବ୍ୟକ୍ତି ଭାବେ ଥିଲା !

 

ପ୍ରିୟ ବନ୍ଧୁଗଣ, ଆମ୍ଭ ନିମନ୍ତେ କଣ ? ଆମ୍ଭେ ମୁକାବିଲା କରୁଥିବା ସମସ୍ତ ପରିସ୍ଥିତିରେ, ବେଦନାରେ, ଆମ୍ଭମାନଙ୍କର ସ୍ଵଭାଵ ଅପରବର୍ତ୍ତୀ ହୋଇ, ଧର୍ମ ଅପରିବର୍ତ୍ତୀତ ହୋଇ ରହିଛୁ କି ? ନା କଷ୍ଟରେ, ଦୁଃଖରେ ବଚସା ହୋଇ ରହିଛୁ କି, ଆଲୋଚନା କରିବା !ଯୋଶେଫଙ୍କ ସଦୃଶ୍ୟ ଆମ୍ଭ ସ୍ୱଭାବ ଅପରିବର୍ତ୍ତୀତ କରି, ଉତ୍ତମମତା ନ ବଦଳାଇ ସମସ୍ତ ପରିସ୍ଥିତିରେ ଯେକୌଣସି ଠାରେ ରହିବାକୁ ନିର୍ଣ୍ଣୟ କରିବା !

- ଭାଇ ଗୋପୀ ଦିବାକର 

 

ପ୍ରାର୍ଥନାର ଅଂଶ :-ପ୍ରତ୍ୟେକ ଦିନ ଦିନଧ୍ୟାନ ସନ୍ଦେଶ ଲେଖିଦେଉ ଥିବା ପ୍ରଭୁଙ୍କର ସନ୍ତାନମାନଙ୍କୁ ସଦାପ୍ରଭୁ ତାଙ୍କ ଅଭିଷେକରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al