By Village Missionary Movement
Wednesday, 18-Aug-2021ଆଜିର ବାକ୍ୟ (Oriya) 18-08-2021
ତୁମ୍ଭର ଇଚ୍ଛା
“ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ ।“ - ଲୂକ 22:42
ଜଣେ କୃଷକକୁ ଦୁଇଟି ଝିଅ ଥିଲେ !ଜଣେ ଝିଅକୁ କୃଷକକୁ ଓ ଦ୍ୱିତୀୟ ଝିଅଟିକୁ ଜଣେ କୁମ୍ଭାରକୁ ଦେଇ ବିବାହ କରାଇଲା !ତାର ଦୁଇଟି ସର୍ବଦା ଯାଇ ଦେଖି ଆସିବା ତାଙ୍କର ଅଭ୍ୟାସ ଥିଲା !ସେହିପରି ଦିନେ ସେ ତାଙ୍କ ବଡ଼ ଝିଅଙ୍କ ଘରକୁ ଯିବାରୁ ସେହି ଝିଅଟି କହିଲା, ବାପା ପରମେଶ୍ୱର ଉତ୍ତମ ବର୍ଷା ବର୍ଷାଇବାକୁ ତାଙ୍କ ନିକଟରେ ପ୍ରାର୍ଥନା କର, କାରଣ ବର୍ଷା ନ ଥିବା ଯୋଗୁ ଚାଷ ଜମି ମଉଳି ଯାଉଛି !ଆଉ ସେ ସାନ ଝିଅଟିକୁ ଦେଖିବାକୁ ଯିବାରୁ ସେହି ଝିଅଟି କହିଲା, ବାପା ବହୁତ ଖରା ହେବାକୁ ପ୍ରାର୍ଥନା କର, ତେବେ ମୋ ସ୍ୱାମୀ କରିଥିବା ମାଟିର ହାଣ୍ଡି ଗୁଡିକ ଭଲରେ ଶୁଖିବ !ତେବେ ବାପା କଣ କରିବାକୁ ହେବ ସେ ଜାଣିପାରିଲା ନାହିଁ !ଦୁଇ ଜଣ ନିମନ୍ତେ ପ୍ରାର୍ଥନା କରିବାକୁ ହେବ, ସେଥିପାଇଁ ଶେଷରେ ସେ ଧଉର୍ଯ୍ୟରେ ପ୍ରାର୍ଥନା କଲା, ପ୍ରଭୁ ତୁମ୍ଭର ଇଚ୍ଛା ସଫଳ ହେଉ !
ଯୀଶୁଖ୍ରୀଷ୍ଟ ତିନି ବର୍ଷ ଛଅ ମାସ କାଳ ଗୌରବରେ ତାଙ୍କ ସେବାକୁ ପୂର୍ଣ୍ଣ କଲେ !କୃଶରେ ମୃତ୍ୟୁବରଣ କରିବା ପୂର୍ବରୁ ପ୍ରାର୍ଥନା କରିବା ନିମନ୍ତେ ଜୀତ ପର୍ବତକୁ ଗଲେ ! ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋ'ଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ, ବୋଲି ପ୍ରାର୍ଥନା କଲେ !
ପ୍ରିୟ ବନ୍ଧୁଗଣ, ଆକାଶ ଓ ପୃଥିବୀକୁ ସୃଷ୍ଟି କରିଥିବା ସୃଷ୍ଟିକର୍ତ୍ତା, ସମସ୍ତ ଅଧିକାରୀ ଥିବା ବ୍ୟକ୍ତି, ପ୍ରକୃତି ଠାରୁ ଅଧିକା ଅଦଭୂତ କରିଥିବା ବ୍ୟକ୍ତି, କେବଳ ଏକମାତ୍ର ଯୀଶୁ !ଏହିପରି ନାମକରଣ କରାଯାଇ ଥିବା ପ୍ରଭୁ ହିଁ ତୁମ୍ଭର ଇଚ୍ଛା ସଫଳ ହେଉ ବୋଲି ପିତାଙ୍କ ନିକଟରେ ପ୍ରାର୍ଥନା କଲେ !କଣ ତୁମ୍ଭେ ସଦାପ୍ରଭୁଙ୍କର ଇଚ୍ଛା ସ୍ବଷ୍ଟରେ ଜାଣି ପାରିଲ ନାହିଁ କି ? ପ୍ରଭୁଙ୍କର ଇଚ୍ଛାକୁ ବୁଝି ପାରୁ ନାହଁ କି ? ଆମ୍ଭେ ମୃତ୍ୟୁବରଣ କରିବା ସମୟ, ବର୍ତ୍ତମାନ କାଳ, ଏବଂ ଭବିଷ୍ୟତ ଜାଣି ପାରିବା ପରମେଶ୍ୱର, ଆମ୍ଭଙ୍କୁ କେମିତି ଆବଶ୍ୟକତା ଅଛି ବୋଲି ଜାଣିଛନ୍ତି !ତେଣୁ ଆମ୍ଭ ଜୀବନରେ, ସବୁବେଳେ, ସମସ୍ତ କାର୍ଯ୍ୟରେ, ସମସ୍ତ ସ୍ଥାନରେ ତୁମ୍ଭର ଇଚ୍ଛାରେ ମୋତେ ଚଲାଇ ନିଅ ବୋଲି ପ୍ରାର୍ଥନା କରିବାକୁ ଶିଖିବା !ସେହିଭଳି ଆମ୍ଭେ ପ୍ରାର୍ଥନା କରିବା ଆରମ୍ଭ କଲେ, ସେ ମଧ୍ୟ ତାଙ୍କର ଇଚ୍ଛାର କାର୍ଯ୍ୟ ଗୁଡିକୁ ଆମ୍ଭ ଜୀବନରେ କାର୍ଯ୍ୟ କରି ଆମ୍ଭଙ୍କୁ ଉତ୍ତମ ରୂପେ କଢାଇ ନେବେ !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ସାତ ହଜାର ମିଶିନାରୀଙ୍କୁ ମାସକୁ ପାଞ୍ଚ ହଜାର ଟଙ୍କା ଦେଇ ସହଯୋଗ କରିପାରିବା ପରିବାର ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.