Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-08-2021
Share:

By Village Missionary Movement

Saturday, 14-Aug-2021

ଆଜିର ବାକ୍ୟ (Oriya) 14-08-2021

 

ତୁମ୍ଭେ ମନୋନୀତ କରିଥିବା ବ୍ୟକ୍ତି 

 

“ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାସେଥିରେ ତୁମ୍ଭେମାନେ ମୋ' ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ;” - ଯୋହନ 15:16

 

ଦାମାସକସ ଯାଉଥିବା ରାସ୍ତାରେ ସଦାପ୍ରଭୁ ପାଉଲଙ୍କୁ ଦର୍ଶନ ଦେବାବେଳେ, ପାଉଲ ପ୍ରଭୁଙ୍କୁ ପ୍ରଶ୍ନ କଲେ, ମୁଁ କଣ କରିବା ନିମନ୍ତେ ମୋତେ ସିଦ୍ଧ କରିଛନ୍ତି ? ସଦାପ୍ରଭୁ ଅନନୀୟ ଦ୍ଵାରା ତାଙ୍କ ଇଚ୍ଛାକୁ ପ୍ରକାଶ କଲେ !ଏହାଠାରୁ ଆମେ ଏକ କାର୍ଯ୍ୟକୁ ଜାଣିପାରିବା !ସଦାପ୍ରଭୁ ତାଙ୍କ ଇଚ୍ଛାକୁ ଆମ୍ଭ ଦ୍ଵାରା ସଫଳ କରିବାକୁ ଆମ୍ଭଙ୍କୁ ମନୋନୀତ କରିଛନ୍ତି ବୋଲି ଆମେ ଜାଣି ପାରୁଅଛୁ !ଏହିପରି ପ୍ରଭୁଙ୍କର ଇଚ୍ଛାକୁ ସଫଳ କରିବାକୁ, ସଦାପ୍ରଭୁଙ୍କ ହସ୍ତ ଦ୍ଵାରା ନିଯୁକ୍ତି ହୋଇଥିବା ଲୋକେ,ତଳେ ଲିଖିତ ଅନୁଭବ ଥାଇ ଯିବାକୁ ପଡିବ !

 

(1)ଦୁଃଖ, ବେଦନା, ଅପମାନ ଓ ନିନ୍ଦା :-ଦୂରଭିକ୍ଷ କାଳରେ ଇଶ୍ରାଏଲଙ୍କ ମହାନ ଜନତାକୁ ରକ୍ଷା କରିବାକୁ, ସଦାପ୍ରଭୁଙ୍କର ଇଚ୍ଛାକୁ ସଫଳ କରିବା ନିମନ୍ତେ ମନୋନୀତ ହୋଇଥିବା ଯୋଶେଫ, ତାଙ୍କ ଭାଇମାନଙ୍କ ଦ୍ଵାରା, ପୋଟୀଫର ସ୍ତ୍ରୀଙ୍କ ଦ୍ଵାରା ଅପମାନ ଓ ଦୁଃଖ ଆସିଥିଲା !ଯୀଶୁଙ୍କୁ ଏହି ପୃଥିବୀକୁ ମଣିଷ ପୁତ୍ର ରୂପେ ପଠାଇବାକୁ ମନୋନୀତ କରାଯାଇ ଥିବା ମରିୟମ, ଅନେକ ନିନ୍ଦା ଓ ଅପମାନର ସମ୍ମୁଖୀନ ହୋଇ ଥିଲା !

 

(2) ଆଜ୍ଞାବହତାର ପରିସ୍ଥିତି :-ଯିହୂଦୀୟ ଲୋକଙ୍କୁ ବିନାଶରୁ ଉଦ୍ଧାର କରିବାକୁ ମନୋନୀତ କରିଥିବା ବ୍ୟକ୍ତି ଏସ୍ତର ରାଣୀ !ସେ ଜଣେ ରାଣୀ ହୋଇ ଥିବା ବେଳେ ମଧ୍ୟ ତାଙ୍କୁ ସାବତ ପିତା ହୋଇ ଥିବା ମରଦଗଇଙ୍କୁ ନତ ହୋଇ ଥିବାକୁ ପଡିଥିଲା !

 

(3)ତ୍ୟାଗ କରିବା ପରିସ୍ଥିତି :-ବିଜାତୀୟଙ୍କୁ, ରାଜାମାନଙ୍କୁ, ଇଶ୍ରାଏଲମାନଙ୍କୁ ସୁସମାଚାର ପ୍ରକାଶ କରିବାକୁ ମନୋନୀତ ହୋଇ ଥିବା ପାଉଲ, ତାଙ୍କର ସୁଖ୍ୟାତିକୁ,ସୁନାମକୁ, ନିଡାମ୍ଭର ଜୀବନକୁ, ସମସ୍ତ ଆନନ୍ଦକୁ ତ୍ୟାଗ କରିବାକୁ ପଡିଥିଲା !

 

ପ୍ରିୟ ବନ୍ଧୁଗଣ, ଉପରେ କୁହାଯାଇଥିବା ଅନୁଭବ ଗୁଡିକ ତୁମ୍ଭଙ୍କୁ ମଧ୍ୟ ଥିଲେ, ତୁମ୍ଭେ ଏକ ମହାନ ଉଦ୍ଦେଶ୍ୟ ନିମନ୍ତେ,ବିଶେଷ ଉଦ୍ଦେଶ୍ୟ ନିମନ୍ତେ ସଦାପ୍ରଭୁଙ୍କର ଠାରୁ ମନୋନୀତ ହୋଇଥିବା ବ୍ୟକ୍ତି ସଦୃଶ୍ୟ ରହିଅଛ !ତେଣୁ ତୁମ୍ଭ ନିମନ୍ତେ ନିର୍ମାଣ କରାଯାଇ ଥିବା ଦୌଡରେ ତୁମ୍ଭେ ସହାନୁଭୂତିରେ, ବିଶ୍ୱାସରେ, ଉଚ୍ଚାହରେ ଦୌଡନ୍ତୁ !ସଦାପ୍ରଭୁ ତୁମ୍ଭଙ୍କୁ ମନୋନୀତ କରିଥିବା ଉଦ୍ଦେଶ୍ୟକୁ ତାଙ୍କ ମହିମା ନିମନ୍ତେ ସଫଳ କରିବେ !

- ଶ୍ରୀମତୀ ଗୀତା ରିଚାର୍ଡ

 

ପ୍ରାର୍ଥନାର ଅଂଶ :-

ପ୍ରତ୍ୟେକ ଜିଲ୍ଲାରେ ଯୌବନମାନଙ୍କ ନିମନ୍ତେ ଏକ ଆଧ୍ୟାତ୍ମିକ ସଭା କରିବାକୁ ପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice