Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-08-2021
Share:

By Village Missionary Movement

Tuesday, 10-Aug-2021

ଆଜିର ବାକ୍ୟ (Oriya) 10-08-2021

 

ଏବେହେଲେ ଆସିଲ 

 

"...ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ !" - ମାଥିଉ 9:37

 

ଉତ୍ତର ଭାରତ ଦେଶର ଏକ ନିର୍ଦ୍ଧିଷ୍ଟ ଜିଲ୍ଲାରେ ପ୍ରଥମ ଥର ଏକ ସୁସମାଚାର ସମାବେଶ ହେଲା !ସୁସମାଚାର ସଂପୂର୍ଣ୍ଣ ହେବା କ୍ଷଣି ଜଣେ 82 ବର୍ଷ ବୟସର ଜଣେ ମାଆ ତାଙ୍କର କୋଠା ଉପର ବଖୋରାକୁ ଆସି କାନ୍ଦି କାନ୍ଦି କହିଲା, ବାପା ଏବେହେଲେ ଆସିଲକି ବୋଲି ସେବକମାନଙ୍କର ହାତକୁ ଧରି ଚୁମା କରି, 75 ବର୍ଷ ହେବ ମୁଁ ଝରାଇ ଥିବା ଲୁହର ଆଜି ଉତ୍ତର ପାଇଲି !ସେମାନେ ତାଙ୍କୁ କାରଣ ପଚାରିବାରୁ ସେ କହିଲା, ମୋର ପାଞ୍ଚ ବର୍ଷ ବୟସରେ ମୋର ପିତାମାତା ଏକ ଯାତ୍ରାକୁ ନେବାରୁ ମୁଁ ସେହି ଯାତ୍ରାରେ ହଜି ଯାଇଥିଲି !ମୁଁ କାନ୍ଦି କାନ୍ଦି ଥିବା ଦେଖି ଜଣେ ବାପା ତାଙ୍କର ଘରକୁ ମୋତେ ନେଇ ଖାଇବାକୁ ଦେଇ ଦୁଇ ବର୍ଷ କାଳ ତାଙ୍କ ସନ୍ତାନ ସହ ମୋତେ ଲାଳନ ପାଳନ କଲା !ସେ ବାରମ୍ବାର କହୁଥାନ୍ତି ଯୀଶୁ ବୋଲି ଜଣେ ଅଛନ୍ତି, ସେ ହିଁ ତୁମ୍ଭଙ୍କୁ ପ୍ରେମ କରୁଛନ୍ତି !ସେହି ସାତ ବର୍ଷ ବୟସରେ ମୋତେ କିଛିବି ଅର୍ଥ ହେଉନ ଥାଏ !ହଠାତରେ ସେ ମଧ୍ୟ ମୃତ୍ୟୁବରଣ କଲେ !ଘରକୁ ଛାଡି ବାହାରକୁ ଆସିଥିବା ମୁଁ ଭିକ୍ଷା ବୃତ୍ତି କରି ଓ ଛୋଟ ଛୋଟ କାମ କରି ବଞ୍ଚିଲି !

 

ବିଦ୍ୟାଳୟରେ ବିଦ୍ୟାର୍ଥୀ ପଢିବା ଦେଖି ଆଶା ହୋଇ ଭିତରକୁ ନ ଯାଇ ପାରି ବାହାରେ ଠିଆ ହୋଇ ଶବ୍ଦକୁ ଶୁଣି ପାଠ ପଢିବା ଶିଖିଲି !19ବର୍ଷ ବୟସରେ ବିବାହ ହୋଇ ଦୁଇଟି ସନ୍ତାନର ମାଆ ହୋଇ, ସେହି ଦୁଇ ଜଣକୁ ଗୋଟିଏ ଦିନରେ ହରାଇ ଥିଲି !ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ 75ବର୍ଷ କାଳ ପ୍ରତ୍ୟେକ ଦିନ ଅଳ୍ପ ସମୟ ହେଲେ ମଧ୍ୟ ଲୁହ ଝରାଇ ସେହି ଯୀଶୁଙ୍କ ବିଷୟରେ ଜାଣିବାକୁ ଓ ଦେଖିବାକୁ ଆଶା ହୋଇ କାନ୍ଦୁଥାଏ !ଆମ୍ଭ ଗ୍ରାମକୁ ଯୀଶୁଙ୍କ ବିଷୟରେ କହିବା ନିମନ୍ତେ କିଏ ହେଲେ ଆସିବେକି କହି ଅପେକ୍ଷା କରୁଥାଏ !ମାତ୍ର ଆଜି 75ବର୍ଷ ମୁଁ ଖୋଜି ଥିବା ଓ ଦେଖିବାକୁ ଆଶା କରି ଥିବା ଯୀଶୁଙ୍କର ସନ୍ଧାନ ପାଇଲି !ତୁମ୍ଭେ ଆମ୍ଭ ଗ୍ରାମକୁ ଆସି ଯୀଶୁ ଉତ୍ତମ ଲୋକ ବୋଲି କହିବା ବାର୍ତ୍ତା ଶୁଣିବା କ୍ଷଣି ମୋର ହୃଦୟ ଫାଟିଗଲା !ମୋର ଲୁହର ଉତ୍ତର ମିଳିଲା !ମୁଁ ବର୍ତ୍ତମାନ ଯୀଶୁଙ୍କର ଅଟଇ !ସ୍ୱର୍ଗ ରାଜ ମୋର ଅଟଇ ବୋଲି ଆନନ୍ଦରେ କହିଲା !

 

ଦୁଇ ହଜାର ବର୍ଷ ପୂର୍ବେ ଯୀଶୁଖ୍ରୀଷ୍ଟଙ୍କର ପ୍ରେମକୁ ବୋହିଆଣି ଥିବା ଥୋମାସ ଭାରତ ଦେଶରେ ଯୀଶୁଙ୍କର ସୁସମାଚାରକୁ ଲୋକେ ଜାଣିବାର କାରଣ ଥିଲେ !ସେଥିପାଇଁ ଆମ୍ଭେ ଖ୍ରୀଷ୍ଟଙ୍କୁ ଗ୍ରହଣ କଲୁ !ଆମ୍ଭେ କିପରି ଅଛୁ, ଆମ ଚାରିଆଡେ ଯୀଶୁଖ୍ରୀଷ୍ଟଙ୍କର ପ୍ରେମ ଜାଣି ନ ଥିବା ଲୋକମାନେ ଅଛନ୍ତି !ଯୀଶୁଙ୍କର ବିଷୟରେ ଶୁଣି ନ ଥିବା ଲୋକମାନେ ଅଛନ୍ତି !ବର୍ତ୍ତମାନ ଆମ୍ଭେ ଶୁଣି ଥିବା ସେହି ଆଇଙ୍କର ସଦୃଶ୍ୟ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଜାଣିବାକୁ ଆଶା ହୋଇଅଛନ୍ତି !ମାତ୍ର ଆମ୍ଭେ ଯେକୌଣସି ବିଷୟରେ ଚିନ୍ତା ନ କରି ଆମ କାର୍ଯ୍ୟ, ଆମ ପରିବାର ବୋଲି ଛନ୍ଦି ହୋଇଅଛୁ !କେତେ ଜଣ ଜନତା ବ୍ୟାଧିରେ, ବିପଦରେ ଛନ୍ଦି ହୋଇ ଯୀଶୁଙ୍କୁ ନ ଜାଣି, ପ୍ରତ୍ୟେକ ଦିନ ମୃତ୍ୟୁବରଣ କରୁଛନ୍ତି !ଦେଶ ଯୀଶୁଙ୍କୁ ଜାଣିବା ନିମନ୍ତେ ସମର୍ପଣ ମନରେ, ଆତ୍ମାର ସହ ଯୀଶୁଙ୍କର କୃଶ ବହନ କରିବା ପ୍ରଜା ଆବଶ୍ୟକ !ସମର୍ପିତ ହେବ କି ? 75ବର୍ଷ କାଳ ଛେଇକି ଅଛି !ଏବେହେଲେ ଯୀଶୁଙ୍କର ବିଷୟରେ ପ୍ରକାଶିତ କରିବାକୁ ଆସିଲତ ବୋଲି ସେହି ମାଆ କହିଥିବା କଥା ଆମ କର୍ଣ୍ଣରେ ଶ୍ରବଣ କରିବାକୁ ଦିଅନ୍ତୁ !

- ଶ୍ରୀମତୀ ବାସନ୍ତୀ ରାଜ ମୋହନ 

 

ପ୍ରାର୍ଥନାର ଅଂଶ :-

ରାଗଲାଣ ବାଇବଲ କଲେଜର ବିଦ୍ୟାର୍ଥୀ ଆତ୍ମୀୟ ଜୀବନରେ ବଢିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al