Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-08-2021
Share:

By Village Missionary Movement

Thursday, 05-Aug-2021

ଆଜିର ବାକ୍ୟ (Oriya) 05-08-2021

 

ଯତ୍ନରେ ରୁହନ୍ତୁ 

 

“ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ।“ - ହିତୋପଦେଶ 4:23

 

ବହୁ ବର୍ଷ ପୂର୍ବେ ଜଣେ ଅଭିନେତା ଆମେରିକା ଦେଶକୁ ଗଲେ !ଅଳ୍ପ ମାସ ମଧ୍ୟରେ ସେଠାରେ ରହି ତାଙ୍କ ଅଭିନୟକୁ ପ୍ରଦର୍ଶନ କଲା !ଯଥା ଶୀଘ୍ର ତାଙ୍କୁ ସୁନାମ, ବିଖ୍ୟାତ ଓ ଦରମା ମିଳିଲା !ସେ ପ୍ରାୟ ଏକ କୋଟି ଟଙ୍କା ପର୍ଯନ୍ତ ରୋଜଗାର କଲା !ଏହି ଟଙ୍କାକୁ ସଂରକ୍ଷଣ କରିବାକୁ ପଡିବ ବୋଲି ଆଲୋଚନା କରି ଏକ ହୀରା କିଣିଲା !ସେହି ହୀରାକୁ ତାର ମୁଣାରେ ପୁରାଇ ଜାଗ୍ରତରେ ଧରିକି ନେଲା !ବିମାନ ନ ଥିବା ସେହି ଦିନମାନଙ୍କରେ କେବଳ ପାଣି ଜାହାଜରେ ହିଁ ଯାତ୍ରା କରିବାକୁ ପଡୁଥିଲା !ଭାରତ ଦେଶକୁ ଆସିବା ନିମନ୍ତେ ଦୁଇ ମାସ ଲାଗୁଥାଏ !ଏହି ପରିସ୍ଥିତିରେ ସେ ପାଣି ଜାହାଜରେ ଯାତ୍ରା କରୁଥିବା ବେଳେ, ତାଙ୍କୁ ଏକ ଆଲୋଚନା ଆସିଲା !ଏହି ଜାହାଜରେ ଦୁଇ ଶହ ପଚାଶ ଜଣ ଯାତ୍ରା କରୁଛନ୍ତି !ବର୍ତ୍ତମାନ ଏମାନଙ୍କ ମଧ୍ୟରେ ମୋର ଅଭିନୟ ଦେଖାଇ ଟଙ୍କା ରୋଜଗାର କରି ପାରିବି ବୋଲି ଆଲୋଚନା କଲା !

 

ପ୍ରତ୍ୟେକ ଦିନ ସନ୍ଦ୍ୟା ସମୟରେ ଲୋକଙ୍କ ଆନନ୍ଦ ସକାଶେ ଜାହାଜର ଉପର ଭାଗକୁ ଭଡାଟିଆ ନେଲା !ସେ ଲୋକଙ୍କୁ କହିଲା, ମୁଁ ତୁମ୍ଭଙ୍କୁ ମୋର ଅଭିନୟର ଯାଦୁ ଦେଖାଇବି କହି ତାଙ୍କ ଠାରେ ଥିବା ହୀରାକୁ ହାତକୁ ନେଲା !ତାହାକୁ ଉପରକୁ ଫିଙ୍ଗି ତାର ଅଭିନୟ ପ୍ରଦର୍ଶନ କରିବା ଆରମ୍ଭ କଲା !ଏହି ହୀରାକୁ ଦେଖିବା ଲୋକେ କହିବାକୁ ଲାଗିଲେ ଏହା ବହୁତ ସୌନ୍ଦର୍ଯ୍ୟ ଅଛି ଓ ବହୁତ ଚକ ଚକ ହେଉଛି ବୋଲି କହି ପ୍ରଶଂସା କରୁଥାନ୍ତି !ତେବେ ଆଉଥରେ ତାହାକୁ ବହୁତ ଉପରକୁ ଫିଙ୍ଗିଲା !ହଠାତରେ ବହୁତ ଜରରେ ପବନ ବୋହିବା ଆରମ୍ଭ ହେଲା !ଜାହାଜ ହଲିବାକୁ ଆରମ୍ଭ ହେଲା !ହୀରାକୁ ଧରିବାକୁ ଚେଷ୍ଟା କରିବାରୁ ସେହି ହୀରା ସମୁଦ୍ରରେ ପଡିଗଲା !ମହା ଆନନ୍ଦରେ ହସି ହସି ଥିବା ସେହି ଅଭିନୟକାରି ତାଙ୍କ ବଖରାକୁ ଯାଇ ଶୋଇପଡିଲା !କଣ କରିବାକୁ ହେବ କିଛି ଜାଣି ପାରିଲିନି !କିଛି ମାସ ପର୍ଯ୍ୟନ୍ତ ଦୁଃଖ ଓ କଷ୍ଟରେ ବୁଡି ରହିଲା !ଶାମସନଙ୍କୁ ସଦାପ୍ରଭୁ ଶକ୍ତି ଦେଲେ !ଇଶ୍ରାଏଲ ଲୋକମାନଙ୍କୁ ପରିଚାଳନା କରିବାକୁ ଅଧିକାର ଦେଲେ !କିନ୍ତୁ ସେ ସଦାପ୍ରଭୁ ଦେଇ ଥିବା ଶକ୍ତିକୁ ବ୍ୟବିଚାରି ହୋଇ ହରାଇଲା !ପବିତ୍ର ବାଇବଲରେ କୁହାଯାଇଛି, ପଲେଷ୍ଟୀୟମାନେ ତାହାକୁ ଧରି ତାହାର ଚକ୍ଷୁ ଉପାଡ଼ି ପକାଇଲେ; ପୁଣି ତାହାକୁ ଘସାକୁ ଆଣି ଦୁଇ ପିତ୍ତଳ ବେଡ଼ିରେ ତାହାକୁ ବାନ୍ଧିଲେ; ଆଉ ସେ କାରାଗାରରେ ଚକି ପେଷିଲା।

 

ଏହି ପ୍ରକାରରେ ଆଉ ଅନେକ ଲୋକେ ସଦାପ୍ରଭୁ ଦେଉ ଥିବା ବହୁମୂଲ୍ୟ ପରିତ୍ରାଣକୁ ଅଣଦେଖା କରି ପାପରେ ପତିତ ହେଉଛନ୍ତି !ପରିତ୍ରାଣ ଏକ ବହୁମୂଲ୍ୟ ମୁକ୍ତା !ପରିତ୍ରାଣ ହରାଇଲେ ସ୍ୱର୍ଗ ରାଜ୍ୟକୁ ହରାଇବା !ପବିତ୍ର ବାଇବଲ କହୁଛି, ସ୍ୱର୍ଗ ରାଜ୍ୟ ଜମିରେ ଲୁକାୟୀତ ଏକ ସମ୍ପଦ ସଦୃଶ୍ୟ ଅଛି !ଜଣେ ମଣିଷ ତାହାକୁ ଅନୁସନ୍ଧାନ କରି ଲୁଚେଇ ତାହା ପାଇଁ ଆନନ୍ଦରେ ଯାଇ ତାହାର ସମସ୍ତ ବିକ୍ରୟ କରି, ସେହି ଜମି ତାହା କ୍ରୟ କରନ୍ତି !ତେଣୁ ଆମ୍ଭେ ପରିତ୍ରାଣ ହରାଇ ନର୍କକୁ ନ ଯାଇ ଜାଗ୍ରତ ହେବା !ସ୍ୱର୍ଗ ରାଜ୍ୟକୁ ନିଜର କରିବା !

- ଶ୍ରୀ ପି. ଭି. ଵିଲିଏମସ 

 

ପ୍ରାର୍ଥନାର ଅଂଶ :-

ଆମ୍ଭର ସେବାକୁ ପ୍ରାର୍ଥନା ଓ ଦାନ ଦ୍ଵାରା ସହଯୋଗ କରୁଥିବା ପରିବାର ମାନଙ୍କୁ ସଦାପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al