Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-08-2021
Share:

By Village Missionary Movement

Wednesday, 04-Aug-2021

ଆଜିର ବାକ୍ୟ (Oriya) 04-08-2021

 

ଖ୍ରୀଷ୍ଟଙ୍କ ପ୍ରେମ 

 

“ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରି ପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ|” - ରୋମୀୟ 8:39

 

ଦୁଇଟି ଗୋଡ଼ ନଥିବା ଜୋନସନ୍ ନାମକ ଯୁବକ ଯୀଶୁଙ୍କ ବିଶ୍ୱାସରେ ଜୀବନଯାପନ କରି ରହୁଥିଲା !ଦିନେ ରବିବାର ଆରାଧନାକୁ ଆସିଥିବା ପାଳକ ଖ୍ରୀଷ୍ଟଙ୍କ ପ୍ରେମ ବିଷୟରେ କହି ପ୍ରାର୍ଥନା କଲାବେଳେ ସେ ନିଜକୁ ସଂପୂର୍ଣ୍ଣ ରୂପେ ଖ୍ରୀଷ୍ଟଙ୍କ ନିମନ୍ତେ ସମର୍ପିତ ହେଲା !ଆରାଧନା ସରିବା କ୍ଷଣି ତାହାର ଦୁଇଟି ହାତ ଦ୍ଵାରା ଚାଲି ଚାଲି ପାଳକ ନିକଟକୁ ଆସି କହିଲା, ମୁଁ ମଧ୍ୟ ସୁସମାଚାର ନିମନ୍ତେ ଗ୍ରାମକୁ ଯିବି !ତିନି ଘଣ୍ଟା ସମୟରେ ଯାଉଥିବା ଗ୍ରାମୀଣ ସୁସମାଚାରକ ସେହି ଦିନ ଦୁଇ ଘଣ୍ଟାରେ ତାଙ୍କ ପାଖକୁ ଆସିଗଲେ !ସୁସମାଚାର ପତ୍ରିକା, ନୂତନ ନିୟମ, ବାଇବଲ, ପାଣି ବୋତଲ ସମସ୍ତ ଭ୍ୟାନ୍ ଉପରେ ଛଡାଇ ଜୋନସନ୍ ମଧ୍ୟ ଭ୍ୟାନ୍ ବସାଇ ସୁସମାଚାରକୁ ବାହାରିଲେ !ଗାଁକୁ ପହଂଚିବା କ୍ଷଣି ସମସ୍ତ ଏକ ଗଛ ତଳକୁ ଓଲାଇ, ଜୋନସନ୍କୁ ସେହି ଗଛ ତଳେ ବସାଇ ଦୁଇ ଦୁଇ ଜଣ ଅଲଗା ଅଲଗା ଯାଇ ପତ୍ରିକା ଦେଇ ସୁସମାଚାର କରି ଆସିଲେ !ସେମାନେ ଫେରିକି ଆସିବା ବେଳେ ଜୋନସନ୍ ଦେଖାଦେଲେ ନାହିଁ !ଆଉ କିଛି ସମୟ ପରେ ଜୋନସନ୍ ଖୁସିରେ ତାଙ୍କ ହସ୍ତ ଦ୍ଵାରା ଚାଲି ଚାଲି ଆସୁଥିବା ବେଳେ, ଜଣେ ଧାଇଁ ଯାଇ ଉଠାଇ ପଚାରିଲା, ଏହା କଣ ? ଜନସନ୍ କହିଲା, ଛୋଟା ହୋଇ ଥିବା ମୋତେ ଖ୍ରୀଷ୍ଟ କେତେଯେ ପ୍ରେମ କରୁଛନ୍ତି,ଏହା ସମସ୍ତଙ୍କୁ କହିକି ଆସିବାକୁ, ସେଥିପାଇଁ ମୁଁ ମଧ୍ୟ ମୁଖରେ ସୁସମାଚାର ପତ୍ରିକା ଧରି ଘର ଘରକୁ ଯାଇ ସୁସମାଚାର କଲି !

 

ଖ୍ରୀଷ୍ଟଙ୍କ ପ୍ରେମ ଜାଣି ଥିବା ପାଉଲ କହିଲା, ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ,ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରି ପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣିଅଛି ।ଆଉ ଆମ୍ଭମାନଂକୁ ପ୍ରେମ କରୁଥିବା ଖ୍ରୀଷ୍ଟଙ୍କ ଦ୍ଵାରା ଏହି ସମସ୍ତରେ ବିଜୟୀ ହୋଇପାରିବା !

 

ହଁ ପ୍ରିୟ ବନ୍ଧୁଗଣ, ତୁମ୍ଭେ ଖ୍ରୀଷ୍ଟଙ୍କର ପ୍ରେମକୁ ଏତେ ଜାଣିଛ କି ? ନାହିଁତ ଛୋଟ ଛୋଟ ପରିସ୍ଥିତିରେ ଶାରୀରିକ ଶକ୍ତିର ହୀନତାକୁ ଦେଖି, ଖ୍ରୀଷ୍ଟ ମୋତେ ପ୍ରେମ କରୁ ନାହାନ୍ତି, ମୋତେ ପାଶୋରି ଗଲେ, ମୋତେ ଠେଲି ଦେଲେ କହୁଛନ୍ତି କି ? ଦୁଇଟି ଗୋଡ଼ ନ ଥିବା ଜୋନସନ୍ ଖ୍ରୀଷ୍ଟଯୀଶୁଙ୍କର ପ୍ରେମକୁ ଜାଣି ପାରି ଘରଘରକୁ ଯାଇ ତାହା ବର୍ଣନା କରି ଆସିଲା !ପାଉଲ କହିଲା, ଯେକୌଣସି ପରିସ୍ଥିତିରେ ମଧ୍ୟ ଖ୍ରୀଷ୍ଟଙ୍କର ପ୍ରେମକୁ ଜାଣିପାରିବୁ, ତାଙ୍କ ପ୍ରେମ ଦ୍ଵାରା ଯେକୌଣସି ପରିସ୍ଥିତିରେ ମଧ୍ୟ ପକ୍ଷପାତ ନ ରହି ବିଜୟୀ ହୋଇ ପାରିବା !ପ୍ରଭୁଙ୍କର ପ୍ରେମକୁ ଜାଣିପାରିବା ଲୋକ ହେଲେ, ଖାଲିରେ ସାଧାରଣ ଭାବେ ରହିପାରିବା ନାହିଁ !ଆମ୍ଭେ ସ୍ୱାଦ ଚାଖି ଥିବା ପ୍ରେମକୁ ଅନ୍ୟମାନଂକୁ ଜଣାଇବା ନିମନ୍ତେ ଚେଷ୍ଟା କରିବା !ଦେଶ ପ୍ରଭୁଙ୍କୁ ଜାଣି ପାରିବ, ଆମେନ୍ !

 

ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ 

 

ପ୍ରାର୍ଥନାର ଅଂଶ :-

ପ୍ରତିଦିନ ୟୁଟ୍ୟୁବ, ଫେସବୁକରେ ବାହାରକୁ ଆସୁଥିବା ବେଦ ପାଠକୁ ଅନେକ ଲୋକମାନେ ଦେଖି ଆତ୍ମୀୟ ଜୀବନରେ ବଢିବା ପାଇ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al