Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-08-2021 (Kids Special)
Share:

By Village Missionary Movement

Sunday, 01-Aug-2021

ଆଜିର ବାକ୍ୟ (Oriya) 01-08-2021 (Kids Special)

 

ନିହିମୀୟା 

 

“ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।“ - ଗୀତସଂହିତା 119:11

 

ହାଇ ପିଲାମାନେ, କେମିତି ଅଛ ? ସାଧାରଣ ଭାବେପ୍ରତ୍ୟେକ ବର୍ଷ ଭି. ବି. ଏସ. କ୍ଲାସକୁ ଯାଇ ଖୁସିରେ ଥିବତ !କିନ୍ତୁ ବର୍ତ୍ତମାନ ଆମ୍ଭେ ଭି. ବି. ଏସ. ର ଅନଲାଇନ କ୍ଲାସରେ ବହୁତ କିଛି ଶିଖୁଅଛୁ !ଯାହା ସିଖୁଛ ତାହା ପ୍ରତିଦିନ ତୁମ୍ଭ ଜୀବନରେ ଅନୁସରଣ କରିବତ !

 

ଅଜାଆଇ, ପିତାମାତା, ଭାଇଭଉଣୀ ଥିବା ଏକ ବଡ଼ ପରିବାରରେ ଯୋଇଏଲ ନାମକ ଏକ ଛୋଟ ଭାଇ ଥିଲା !ସେ ସବୁବେଳେ ଦୌଡିବା ଓ ଖେଳିବାର ମଜା ନେଉ ଥାଏ !ସେ ଫୁର୍ତ୍ତିବାଜ ଓ ଖୁସିରେ ଥିଲା !ଯୋଏଲଙ୍କ ଘରେ ଥିବା ଅଜା ବାରମ୍ବାର ବାଇବଲ ପଡ଼ୁଥାନ୍ତି !ଦିନେ ସେ ତାଙ୍କ ଅଜାଙ୍କୁ ଏକ ପ୍ରଶ୍ନ କଲା, ଅଜା କାହିକି ତୁମ୍ଭେ ବାରମ୍ବାର ବାଇବଲ ପଡି ସମୟ ନଷ୍ଟ କରୁଛ ? କଣ ତୁମ୍ଭେ ପରୀକ୍ଷା ଲେଖିବ କି ? କଣ ତୁମ୍ଭଙ୍କୁ ବିରକ୍ତି ଲାଗୁନି କି ? ତାଙ୍କ ଅଜା ଉତ୍ତର କଲା, ନାହିଁ ବାବୁ, ବାଇବଲଟି ଯୀଶୁ ଦେଇଥିବା ଏକ ମୁକ୍ତା !ବାଇବଲ ଯୀଶୁଙ୍କର ବାକ୍ୟ ଅଟେ !ଯେତେବେଳେ ମୁଁ ବାଇବଲ ପଢ଼େ ଯୀଶୁ ମୋ ସହ କଥା ହୁଅନ୍ତି !ସେ ମୋତେ ଅନେକ ବିଷୟରେ ଶିକ୍ଷା ଦିଅନ୍ତି !ଯୋଏଲ କହିଲା, ତାହାହେଲେ ମୁଁ ମଧ୍ୟ ବାଇବଲ ପଡିବି !ତେବେ ତାଙ୍କ ଅଜା ତାଙ୍କୁ ଏକ ଛୋଟ ବାଇବଲଟି ଦେଲେ !

 

ଯୋଏଲ ଚୌକିରେ ବସି ବାଇବଲ ପଡ଼ିବାକୁ ଆରମ୍ଭ କଲା !ସେ କିଛି ବୁଝି ପାରିଲା ନାହିଁ !ସେ ଅଜାଙ୍କୁ କହିଲା, ଅଜା ଅଜା ତୁମ୍ଭେ ବହୁତ ବର୍ଷ ହେବ ପଢୁଛ ଜେ, ଏହା ଘୁସି ଦେଲେକି !ତେବେ ତାଙ୍କ ଅଜା ଉତ୍ତର କଲା, "ମୁଁ ବାଇବଲ ବାକ୍ୟକୁ ମନେ ରଖି ନାହିଁ, ମାତ୍ର ଯେତେବେଳେ ମୁଁ ବାଇବଲ ପଢ଼େ,ମୁଁ ଅନୁଭବ କରେ କି ପ୍ରଭୁ ମୋ ସହ କଥା ହେଉଛନ୍ତି !ଉତ୍ତମ ରାସ୍ତାରେ ଚାଲିବାକୁ ବାଇବଲ ସାହାଯ୍ୟ କରେ ଏବଂ ଭୂଲ ଠାରୁ ଦୂରେଇ ରଖେ" !ଯୋଏଲ ମନ ଦୁଃଖରେ କହିଲା ମୁଁ ମାତ୍ର ବୁଝିପାରୁନି !ଯୋଏଲ ଯେପରିକି ବାଲଇବକୁ ପଢି ମୂଲ୍ୟକୁ ବୁଝି ପାରିବ, ତାହା ହିଁ ଅଜା ଚାହୁଁଥାନ୍ତି !ଅଜା କହିଲା, ଏକ ଯାଚିଆ ନେଇକି ଆସ ଏବଂ ନିକଟରେ ଥିବା ପୋଖରୀକୁ ଯାଇ ସେଠାରେ ଥିବା ଚାରାକୁ ପାଣି ପକାଅ !ସେହି ଯାଚିଆଟି ପୁରା କଳା ଓ ମଇଲା ଏବଂ ଅଙ୍ଗାର ସଦୃଶ୍ୟ ଦେଖାଯାଉ ଥାଏ !ଯୋଏଲ ପୋଖରୀକୁ ଯାଇ ଯାଚିଆରେ ପାଣି ପୁରାଇବାକୁ ଚେଷ୍ଟା କରୁଥାଏ କିନ୍ତୁ ପାଣି ଗଳିଯାଉଥାଏ !ସେ କିଛି ସମୟ ଚେଷ୍ଟା କଲା ମାତ୍ର ତାହା ଅଜାଡି ହେଇଯାଉ ଥାଏ !ସେ ପାଞ୍ଚ ଥର ଚେଷ୍ଟା କଲା ମାତ୍ର ତାହା ବ୍ୟବହାର ଯୋଗ୍ୟ ନୁହେଁ !ସେ ଖାଲି ଯାଚିଆଟି ଧରି ଦୁଃଖରେ ପଛକୁ ଫେରିଲା ଏବଂ ସମସ୍ତ କଥା ତାଙ୍କ ଅଜାଙ୍କୁ ଜଣାଇଲା !ତାଙ୍କ ଅଜା ଯୋଏଲଙ୍କୁ କହିଲା, ଦେଖ ସେହି ଯାଚିଆରେ ପାଣି ନ ରହିଲେବି ତାହା କେତେ ସଫାରେ ଅଛି ! ଯୋଏଲ ଉତ୍ତର କଲା, ହଁ ଅଜା ମଇଳା ସବୁ ସଫା ହେଲାତ !ଅଜା ତାଙ୍କୁ କହିଲା, "ତଦରୂପେ ଯେତବେଳେ ଆମେ ବାଇବଲ ପଢିବା ଜାରିରଖିବା ତେବେ ଆମ ଅନୁଶୋଚନାକୁ ଅନୁଭବ କରି ଆମ ଭୂଲର କ୍ଷମା ମାଗିବା, ତେବେ ଆମ ହୃଦୟ ସଫା ହେବ" !ଯୋଏଲ ବାଇବଲ ପଡିବାର ଗୁରୁତ୍ୱକୁ ବୁଝିଲା ଏବଂ ସର୍ବଦା ବାଇବଲ ପଢିବାର ଜାରିରଖିଲା !

 

ବାଳକ ବାଳିକା ମାନେ, ମୁଁ ଆଶା କରୁଛି, ତୁମ୍ଭେ ମଧ୍ୟ ଯୋଏଲଙ୍କ ପରି ବୁଝି ବୁଝି ପାରୁଥିବ !ପ୍ରତିଦିନ ବାଇବଲ ପଢନ୍ତୁ ଓ ପବିତ୍ରତାରେ ରୁହନ୍ତୁ !ହଁ ତ !ଏହି କାହାଣୀ ସମ୍ପର୍କ ଥିବା ଘଷା ବାକ୍ୟକୁ ଶିଖିବା କି ? ତୁମ୍ଭ ସମୁଖରେ ମୁଁ ପାପ ନ କରିବାକୁ ମୋ ହୃଦୟରେ ତୁମ୍ଭ ବାକ୍ୟକୁ ସାଇତି କରିଛି !(ଗୀତସଂଗିତା 119:11)

- ଭଉଣୀ ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al