Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-07-2021 (Bible Characters Special)
Share:

By Village Missionary Movement

Friday, 30-Jul-2021

ଆଜିର ବାକ୍ୟ (Oriya) 30-07-2021 (Bible Characters Special)

 

ଦୃବିକରଣ 

 

“କାରଣ ଯେ ନିଜର ପ୍ରଶଂସା କରେ, ସେ ପରୀକ୍ଷାସିଦ୍ଧ ନୁହେଁ, ମାତ୍ର ପ୍ରଭୁ ଯାହାର ପ୍ରଶଂସା କରନ୍ତି, ସେ ପରୀକ୍ଷାସିଦ୍ଧ।“ - ଦ୍ୱିତୀୟ କରନ୍ତିୟ 10:18

 

ପବିତ୍ର ଗ୍ରନ୍ଥରେ ହଜାର ହଜାର ବ୍ୟକ୍ତିଙ୍କ ନାମ ସ୍ଥାନ ପାଇଅଛି !ସେଥିମଧ୍ୟରେ ଅନେକ ଲୋକଙ୍କ ଜୀବନ ପଦ୍ଧତି ଗୁଡିକ ଓ ସେମାନଙ୍କ ବ୍ୟବହାର ଆମେ ଦେଖୁଅଛୁ !ସେଥିମଧ୍ୟରୁ କିଛି ଲୋକଙ୍କ ବିଷୟରେ ସଦା ପ୍ରଭୁ ଦୃବିକରଣ କରିଛନ୍ତି !ସେମାନଙ୍କ ମଧ୍ୟରେ ପରମେଶ୍ୱରଙ୍କ ଠାରେ ସର୍ବପ୍ରଥମେ ସାକ୍ଷୀ ପାଇଥିବା ବ୍ୟକ୍ତିଙ୍କ ନାମ ନୋହ !ତାଙ୍କ ବିଷୟରେ ସଦାପ୍ରଭୁ କହିଲେ, ଏହି ଯୁଗରେ ମୋ ସମୁଖରେ ତୁମ୍ଭେ ହିଁ ଧାର୍ମିକ ଓ ସାଧୁ ଅଟ ବୋଲି ପ୍ରମାଣ ପତ୍ର ଦେଇଛନ୍ତି !ନୋହ କେମିତି ମଣିଷମାନଙ୍କର ମଧ୍ୟରେ ବାସ କରୁଥିବା ସମୟରେ ଏହିପରି ସାକ୍ଷୀ ପାଇଲେ ଜାଣିଛ କି ? ପୃଥିବୀରେ ଦୌରାତ୍ମାରେ ବଢିଲା !ସମସ୍ତଙ୍କ ମନର ଭାବନା ସଦାବେଳେ ଦୁଷ୍ଟ ହୋଇ ଥିଲା !ଏହିପରି ମଣିଷମାନଙ୍କର ମଧ୍ୟରେ ବାସ କଲା ବେଳେ ନୋହ ସେ ନିଜକୁ ଧାର୍ମିକ ହୋଇ ଥିଲେ !

 

ସେହିପରି ଯାକୁବ ତାର ବୃଦ୍ଧ ଅବସ୍ଥାରେ ତାଙ୍କ ପୁତ୍ରଙ୍କ ନିମନ୍ତେ ପବିତ୍ର ଆତ୍ମାର ସାହାଯ୍ୟରେ ଦର୍ଶନ ପାଇଲେ !ସେତେବେଳେ ଯୋସେଫଙ୍କ ବିଷୟରେ ପବିତ୍ର ଆତ୍ମା ଫଳବନ୍ତ ଗଛ ବୋଲି ପ୍ରମାଣ ପତ୍ର ଦେଲା !ପାପର ଅଧୀନ ହୋଇ ମଳିନ ନ ହୋଇ ଫଳବନ୍ତ ହେଉଥାଏ !ଯୋସେଫ ଏକଲା ଥିବା ବେଳେ ଫଟୀଫରଙ୍କ ସ୍ତ୍ରୀର କାମନାକୁ ନତ ନ ହୋଇ ନିଜକୁ ସେ ଉତ୍ତମ ରୂପେ ରକ୍ଷା ପାଇଲା !ଯୋସେଫ କହିଲା, ମୁଁ କିପରି ଆପଣା ପ୍ରଭୁଙ୍କର ସ୍ତ୍ରୀ ପ୍ରତି ପାପ କରିବି !ପାପ କରିବା ପରିସ୍ଥିତିର ସୁଯୋଗ ଥିବା ବେଳେ ମଧ୍ୟ ନିଜକୁ ପବିତ୍ରତା ଥିବା ଯୋସେଫଙ୍କୁ ସଦାପ୍ରଭୁ ମିଶ୍ରରକୁ ଅଧ୍ୟକ୍ଷ କଲେ !

 

ସଦାପ୍ରଭୁଙ୍କର ପିଲାମାନେ, ଆମ୍ଭ ନିମନ୍ତେ ପରମେଶ୍ୱର ଏପରି ଦୃବିକରଣ ଦେଇ ପାରିବେ କି ? ଯଦି ମଣିଷମାନେ ଆମର ବାହ୍ୟ ଚାଲିଚଳନ ଦେଖି ଆମ୍ଭେ ଉତ୍ତମ ବ୍ୟକ୍ତି ବୋଲି ପ୍ରସଂଶା କରିପାରନ୍ତି !ମାତ୍ର ସଦାପ୍ରଭୁ ଜଣେ ହିଁ ଆମର ହୃଦୟକୁ ଓ ହୃଦୟର ସମସ୍ତ ସ୍ବଷ୍ଟ ରୂପେ ଜାଣିଥାନ୍ତି !ହେଲେ ସେ ଆମ୍ଭ ନିମନ୍ତେ ସାକ୍ଷୀ ଦେଇ ପାରନ୍ତି କି ? 

 

ପରମେଶ୍ୱରଙ୍କ ଠାରୁ ଉତ୍ତମ ସାକ୍ଷୀ ପାଇଥିଲେ ମଧ୍ୟ ନୋହ ଓ ଯୋସେଫ ପାଇଥିବା ସାକ୍ଷୀକୁ ରକ୍ଷା କରିପାରିଲେ !ମୋ ସହପାଠୀ ଭୂଲ କଲେ ହିଁ ମୁଁ ସେହିପରି କଲି ବୋଲି କହିଥିବା ସାଧାରଣ ବିଦ୍ୟାର୍ଥୀ !କିନ୍ତୁ ପଙ୍କରୁ ପଦ୍ମ ପୁଟଇ !ଗୋଟିଏ ବିନ୍ଦୁ ଜଳ ତା ଉପରେ ପଡିଲେ ତାହାକୁ ଠେଲି ଦିଏ ତ !ସେହିପରି ଏହି ପାପ ପୂର୍ଣ୍ଣ ପରିସ୍ଥିତିରେ ଆମେ ଜୀବନଯାପନ କଲେ ସୁଧା, ପବିତ୍ର ଆତ୍ମାର ସାହାଯ୍ୟରେ ଆମ୍ଭେ ପବିତ୍ରତାରେ ପରମେଶ୍ୱରଙ୍କ ଠାରେ ଉତ୍ତମ ସାକ୍ଷୀ ପାଇବାକୁ ଚେଷ୍ଟା କରିବା କି ? 

- ଶ୍ରୀମତୀ ମାନି ମଉଳି 

 

ପ୍ରାର୍ଥନାର ଅଂଶ :-

ବାର ଜଣ ମିଶିନାରୀ ଦ୍ଵାରା ସେମାନଙ୍କର ରାଜ୍ୟରେ ସମର୍ପଣ ହୋଇଥିବା ପାଞ୍ଚ ହଜାର ମିଶିନାରୀମାନଙ୍କୁ ସଦାପ୍ରଭୁ ଯୋଗାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al