By Village Missionary Movement
Thursday, 29-Jul-2021ଆଜିର ବାକ୍ୟ (Oriya) 29-07-2021 (Bible Characters Special)
ଅନୀସିମ
“ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମଣ୍ୟ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇଅଛି,” - ଫିଲୀମୋନ 1:11
କରିଥିବା ଭୂଲ ପାଇଁ ଜଣେ ପୋଲିସ ହାତରେ ଧରାପଡ଼ି କାରାଗାରକୁ ଯିବା ଯୋଗୁ ସେହିଁ ଵ୍ୟକ୍ତିଙ୍କ ଜୀବନରେ ଏକ ମହାନ କଳା ଦାଗ ରହିଗଲା !ତାଙ୍କର କାରାଗାର ଜୀବନ ସମାପ୍ତ କରି ବାହାରକୁ ଆସିବା ପରେ ମଧ୍ୟ, ସମାଜ ତାଙ୍କୁ କାରାଗାରକୁ ଯାଇ ଆସିଥିବା ଵ୍ୟକ୍ତି ବୋଲି ନୀଚତ୍ଵ ଦେଖୁଥାଏ !
ଏହିପରି କାରାଗାରକୁ ଯାଇଥିବା ଜଣେ ଯୁବକ ହିଁ ଅନୀସିମ ଅଟେ !ଏହାଙ୍କର ବିଷୟରେ ପ୍ରେରିତ ପାଉଲ ଫିଲୀମୋନଙ୍କ ନିକଟକୁ ଲେଖିବା ପତ୍ର ନୂତନ ନିୟମର 302ପୃଷ୍ଠାରେ ଆମ୍ଭେ ପଡ଼ୁଅଛୁ !ଅନୀସିମ ସେହି ଦିନରେ ତାଙ୍କ କର୍ତ୍ତା ହୋଇଥିବା ଫିଲୀମୋନଙ୍କୁ ବିରୋଧ କରିଥିବା ଏକ ଭୂଲ ଯୋଗୁ କାରାଗାରରେ ବନ୍ଦୀ ହେଲା !କିନ୍ତୁ ସେଠାରେ ତାଙ୍କୁ ଗୋଟିଏ ଉତ୍ତମତା ଜଗି ରହିଥିଲା !ସୁସମାଚାର ନିମନ୍ତେ ସେଠାରେ ପ୍ରେରିତ ପାଉଲ ମଧ୍ୟ ବନ୍ଦୀ ହୋଇ ଥିଲେ !ପାଉଲଙ୍କ ପ୍ରେମ ଓ ପ୍ରାର୍ଥନା ଯୋଗୁ ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ପରିତ୍ରାଣ ପାଇଲା !ଅନୀସିମ କାରାଗାରରୁ ମୁକ୍ତି ହେବା ଦିନ ଆସିଲା !ତାଙ୍କୁ ଖ୍ରୀଷ୍ଟିଆନରେ ସମିଷ୍ଟ କରିବାକୁ ପାଉଲ ତାଙ୍କ କର୍ତ୍ତା ଫିଲୀମୋନ ନିକଟକୁ ଲେଖିଥିବା ପତ୍ର ହିଁ, ଫିଲୀମୋନ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର !
ପ୍ରିୟ ବନ୍ଧୁଗଣ, ଏହି ବାର୍ତ୍ତା ପଡ଼ୁଥିବା ତୁମ୍ଭ ଜୀବନରେ କରିଥିବା କୌଣସି ଭୂଲ ପାଇଁ ସମାଜ, ପରିବାର, ମଣିଷମାନଙ୍କ ଦ୍ଵାରା ତାଡନା ପାଉଥିବା ଵ୍ୟକ୍ତି ଭାବେ ରହିଥାଇ ପାର !ନାହିଁତ ଅନୀସିମଙ୍କର ସଦୃଶ୍ୟ କାରାଗାରକୁ ଯାଇଥାଇ ପାର !ଆଉ ସମାଜରେ ଆମକୁ ଏକ ମୂଲ୍ୟବାନ ଜୀବନ ମିଳିବ ନାହିଁ ବୋଲି ତୁମ୍ଭେ ରହିଥାଇ ପାର !
ତୁମ୍ଭଙ୍କୁ ଏକ ସୁସମ୍ବାଦ ଜଣାଉଅଛି, ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସର ସହିତ ତୁମ୍ଭେ ବିଶ୍ୱାସ କଲେ ସେ ତୁମ୍ଭ ଜୀବନକୁ ଆଲୋକିତରେ ପରିଣତ କରିବେ !ସମସ୍ତ ପାପରୁ କ୍ଷମା ପାଇ ଦୋଷ ଭାବନାରୁ ସଂପୂର୍ଣ୍ଣ ରୂପେ ମୁକ୍ତି ପାଇବ !କେବଳ ସେତିକି ନୁହେଁ ମଣିଷମାନଙ୍କ ଚକ୍ଷୁରୁ ଦୟାର ଆଶୀର୍ବାଦ ସଦାପ୍ରଭୁ ତୁମ୍ଭଙ୍କୁ ଅନୁଗ୍ରହ କରିବେ !ତୁମ୍ଭ ଭାବନାର ଉର୍ଦ୍ଧର ମଣିଷ ତୁମ୍ଭଙ୍କୁ ଖୋଜି ଖୋଜି ଆସି ପ୍ରେମରେ ଗ୍ରହଣ କରିବା ତୁମ୍ଭେ ଦେଖିବ !ଖ୍ରୀଷ୍ଟିଆନର ବିଶ୍ୱାସୀ ଥିବା ଏକତାର ସମାଜକୁ ତୁମ୍ଭେ ଯିବାବେଳେ, ତୁମ୍ଭର ବିତିଯାଇଥିବା ଜୀବନକୁ ଜାଣିପାରି ତୁମ୍ଭ ପ୍ରତି ପ୍ରକୃତ ପ୍ରେମ ଦେଖାଇ, ତୁମ୍ଭଙ୍କୁ ସଂରକ୍ଷଣ ଦେବା ଏକ ଦୋଳକୁ ଦେଖିବ !ଉପରେ ଲିଖିତ ବାକ୍ୟରେ ଲେଖାଯାଇ ଥିବା ପରି ପୂର୍ବରେ ତୁମ୍ଭଙ୍କୁ ଅକର୍ମଣ ଥିଲା ଅନୀସିମଙ୍କ ପରି ତାପରେ ସମସ୍ତଙ୍କୁ ଉପକାରୀ ସଦୃଶ୍ୟ ତୁମ୍ଭର ଜୀବନ ମଧ୍ୟ ଅନେକଙ୍କୁ ଆଶୀର୍ବାଦ ଯୁକ୍ତ ଭାବେ ବଦଳିବ !
- 9ଭାଇ ଜେ. ସନ୍ତୋଷ
ପ୍ରାର୍ଥନାର ଅଂଶ :-
ପ୍ରତ୍ୟେକ ରାଜ୍ୟରେ ରହିଥିବା ବାରଜଣ ମିଶିନାରୀ ସଦାପ୍ରଭୁଙ୍କର ଆମନ୍ତ୍ରଣରେ ଆସିବାକୁ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.