By Village Missionary Movement
Wednesday, 28-Jul-2021ଆଜିର ବାକ୍ୟ (Oriya) 28-07-2021 (Bible Characters Special)
ବର୍ଣ୍ଣବ୍ବା
"...ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅନୁବାଦ କଲେ ଏହାର ଅର୍ଥ ସାନ୍ତ୍ୱନାର ପୁତ୍ର), ତାଙ୍କର ଖଣ୍ଡେ କ୍ଷେତ୍ର ଥିଲା; ସେ ତାହା ବିକ୍ରୟ କରି... " - ପ୍ରେରିତ 4:36-37
ଯୀଶୁଖ୍ରୀଷ୍ଟ ଉର୍ଦ୍ଧକୁ ଗୃହୀତ ହେଲା ପରେ ଶିଷ୍ୟମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣହୋଇ ସେବା କାର୍ଯ୍ୟ କରିବାକୁ ଆରମ୍ଭ କଲେ !ସେମାନେ ପ୍ରଭୁଙ୍କର ବାର୍ତ୍ତାକୁ ଧଉର୍ଯ୍ୟର ସହିତ ପ୍ରକାଶ କଲେ !ସେତେବେଳେ ଅନେକ ବିଶ୍ୱାସୀମାନେ ତାଙ୍କ ସହ ଜଡିତ ହୋଇ ସେମାନଙ୍କର ଭୂମି ଓ ଗୃହକୁ ବିକ୍ରୟ କରି ଆଣି ପ୍ରେରିତମାନଙ୍କର ପାଦ ତଳେ ଥୋଇଲେ !ତାହାକୁ ସେମାନେ ସମସ୍ତଙ୍କୁ ବିତରଣ କରି ଦେଉଥିଲେ !ସେହି ଦିନରେ ତାଙ୍କ ଅଧିକା ଭୂମିକୁ ବିକ୍ରୟ କରି ଦେଲେ ବୋଲି ପବିତ୍ର ଗ୍ରନ୍ଥରେ କୁହାଯାଇଥିବା ଲୋକ ହିଁ ଏହି ବର୍ଣ୍ଣବ୍ବା !ଇଏ ଜଣେ ଲେଵୀ ବଂଶରେ ଜାତ ଅଟେ !ଲେଵୀବଂଶୀୟମାନେ ପ୍ରଭୁଙ୍କର ସେବା କରିବା ବ୍ୟକ୍ତିମାନେ ହୋଇଥିବା ହେତୁ ସେମାନଙ୍କ ନିକଟରେ ଅଧିକ ଭାବେ ଭୂମି ଓ ସମ୍ପତି ନ ଥାଏ !ପ୍ରଭୁ ହିଁ ସେମାନଙ୍କର ସମ୍ପତି ଅଟନ୍ତି !ସେଥିପାଇଁ ବର୍ଣ୍ଣବ୍ବା ପାଖରେ ମଧ୍ୟ ସମ୍ପତି ଅଳ୍ପ ହିଁ ରହିଥାଇ ପାରେ !କିନ୍ତୁ ସେ ତାହାକୁ ବିକ୍ରୟ କରି ପ୍ରେରିତମାନଙ୍କର ପାଦ ତଳେ ଥୋଇଲେ ! ଆଶ୍ୱାସନାର ପୁତ୍ର ଅର୍ଥ ଜଣାଉ ଥିବା ବର୍ଣ୍ଣବ୍ବା, ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବା ଉତ୍ତମ ମନତତ୍ଵ ବ୍ୟକ୍ତି ଅଟେ !ତାପର ଦିନମାନଙ୍କରେ ସେବାକାର୍ଯ୍ୟର ଗତି ପଥରେ ଅଭାବ ଓ ଅସୁବିଧା ଭୋଗୁଥିବା ଭାଇମାନଙ୍କୁ ଟଙ୍କା ସାହାଯ୍ୟ କରିବାକୁ ଅଂଶ ଗ୍ରହଣ କଲା !
ସେବକମାନଙ୍କୁ ଉଚ୍ଚାହିତ କରିଥିବା ବର୍ଣ୍ଣବା :-ସେହି ଦିନରେ ହିଁ ପାଉଲ ପରିତ୍ରାଣ ପାଇଁ ସେବାକାର୍ଯ୍ୟ କରିବାକୁ ସେ ସମର୍ପିତ ହେଲେ !ତାଙ୍କର ପୁରୁଣା ଦୁଷ୍ଟାମୀ ଜୀବନ ଦେଖିଥିବା ଲୋକେ ପାଉଲଙ୍କୁ ସମିଷ୍ଟି କରିବାକୁ ସନ୍ଦେହ ହେବାବେଳେ, ବର୍ଣ୍ଣବ୍ବା ଯେରୂଶାଲମରେ ରହିଥିବା ଶିଷ୍ୟମାନଙ୍କୁ ପରିଚିତ କରାଇଲେ !ପାଉଲଙ୍କର ସେବାକୁ ବର୍ଣ୍ଣବ୍ବା ହିଁ ସାକ୍ଷୀ ହୋଇ ଠିଆହେଲେ !ଅଳ୍ପ ଭାବେ ଗଣନା କରାଯାଇଥିବା ମାର୍କକୁ ତାଙ୍କ ସହ ସମିଷ୍ଟ କରି ଅତି ଉତ୍ତମ ସେବକ ଭାବରେ ଅଭିବୃଦ୍ଧି କଲେ !ବର୍ଣ୍ଣବ୍ବା ଲେଵୀୟବଂଶୀ ହୋଇଥିବା ହେତୁ ପବିତ୍ର ଗ୍ରନ୍ଥକୁ ଅଧିକାରୀ ଭାବେ ଶିଖି ଥିବା ପରି ପ୍ରତିଭା ସମ୍ପର୍ଣ୍ଣ ପାଉଲଙ୍କୁ ସ୍ଥାନ ଯୋଗାଇ ସେ ସର୍ବଶ୍ରେଷ୍ଠ ବୋଲି ଅହଂକାର ନ ଥାଇ, ପାଉଲଙ୍କ ସପକ୍ଷରେ ଠିଆ ହୋଇ, ପାଉଲଙ୍କୁ ଉଚ୍ଚାହିତ କଲା !ପିତର ଓ ପାଉଲ ରକ୍ତର ସାକ୍ଷୀ ହୋଇ ମୃତ୍ୟୁବରଣ କଲା ପରେ, ସେଠାରେ ଥିବା ବିଶ୍ୱାସୀମାନେ ବିଛୁରିତ ହୋଇଗଲେ !ସେମାଙ୍କୁ ଆଶ୍ୱାସନା ଦେଇ ଉଚ୍ଚାହିତ କଲା !ପଛକୁ ଘୁଂଚି ଯାଇଥିବା ଖ୍ରୀଷ୍ଟିଆନମାନଙ୍କୁ ସତର୍କ କଲାଇଲା !
ପ୍ରିୟ ବନ୍ଧୁଗଣ, ତାଙ୍କୁ ରହିଥିବା ଅଳ୍ପକୁ ବିକ୍ରୟ କରିଥିବା ଗୁଣ ହିଁ ସେବକମାନଙ୍କୁ ଅଭିବୃଦ୍ଧି କଲା !ବିଶ୍ୱାସୀମାନଙ୍କୁ ଉଚ୍ଚାହିତ କଲା !ତାପରେ ପ୍ରଭୁଙ୍କର ନିମନ୍ତେ ରକ୍ତର ସାକ୍ଷୀ ହୋଇ ମୃତ୍ୟୁବରଣ କରିବାକୁ ପ୍ରବର୍ତ୍ତିଲା ବୋଲି ତାଙ୍କର ସ୍ଵଭାଵ ବିଷୟରେ ଧ୍ୟାନ କରୁଥିବା ଆମ୍ଭେ, ସଂପୂର୍ଣ୍ଣ ରୂପେ ପ୍ରଭୁଙ୍କୁ ନିମନ୍ତେ ସମର୍ପିତ ହେବା କି ?
- ଶ୍ରୀମତୀ ଜ୍ୟୋତି ଆନନ୍ଦ
ପ୍ରାର୍ଥନାର ଅଂଶ :-
ନିଉ ଲାଇଫ ହୋମ ଠାରେ ରହିଥିବା ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତ ଆଶୀର୍ବାଦ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.