By Village Missionary Movement
Saturday, 24-Jul-2021ଆଜିର ବାକ୍ୟ (Oriya) 24-07-2021 (Bible Characters Special)
କିଣାନୀୟ ସ୍ତ୍ରୀ
“ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହି ସବୁ ପାଇବ ।“ - ମାଥିଉ 21:22
ଯୀଶୁଖ୍ରୀଷ୍ଟ ସୋର ଓ ସୀଦୋନ ଅଞ୍ଚଳକୁ ପ୍ରସ୍ଥାନ କଲା ବେଳେ, ସେହି ଅଂଚଳରେ ବାସ କରି ଆସୁଥିବା ଜଣେ କିଣାନୀୟା ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସି, ଅତି ଭୟଙ୍କର ଭାବେ ଭୂତ ଲାଗି ଯନ୍ତ୍ରଣା ପାଉଥିବା ତାଙ୍କ ଝିଅଙ୍କ ପାଇଁ କ୍ରୋନ୍ଦନ କରିବାକୁ ଲାଗିଲା ! ଯୀଶୁ ତାହାଙ୍କୁ ପଦେ ହେଲେ ଉତ୍ତର ଦେଲେ ନାହିଁ !କାହିଁକିନା ସେ ଯିହୂଦୀୟ ନୁହେଁ !ସେ ଅନ୍ୟ ଜାତିର ଅଟେ !ସେଥିମଧ୍ୟରେ ସେ ଶାପଗ୍ରସ୍ତ ପାଇଥିବା କିଣାନ ଦେଶୀୟ !"..କିଣାନ ଶାପଗ୍ରସ୍ତ ହେଉ... "(ଆଦି ପୁସ୍ତକ :-9:25) ଏହା ବାଇବଲ କହୁଛି ତ !ଇଏ ସେହି ବଂଶାବଳୀରୁ ଆସିଥିବା ନାରୀ !ହେଲେ ମଧ୍ୟ ସେ ପ୍ରଭୁଙ୍କୁ ପରିତ୍ୟାଗ କରିନାହିଁ !ସେ ଆଉଥରେ ପ୍ରଭୁଙ୍କ ଠାରେ ପ୍ରଣାମ କରିବାକୁ ଲାଗିଲା !ଯୀଶୁ ସେଥିପାଇଁ ସନ୍ତାନମାନଙ୍କର (ଇଶ୍ରାଏଲ)ଙ୍କ ଆହାର ନେଇ କୁକୁର ଛୁଆଁ (ବିଜାତିୟ)ଙ୍କ ପାଖରେ ପକେଇବା ଭଲ ନୁହେଁ କହିଲେ !କୁକୁର ସହ ମୋତେ ସାମଞ୍ଜସ୍ୟ କଲା ବୋଲି ସେ କିଛି ବି ପଛକୁ ଫେରିଲା ନାହିଁ !ସେ କହିଲା, ହିଁ ପ୍ରଭୁ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡିବା ଗୁଣ୍ଡିଗୁଣ୍ଡା ରୋଟି ଖାଆନ୍ତି ତ, କହି ସେ ଭୂମିଷ୍ଠ ହୋଇ ଶ୍ରାଷ୍ଟାଙ୍କ ପ୍ରଣାମ କଲା !ଶେଷରେ କୃପାଟିକୁ ପାଇଲା !କେବଳ ସେତିକି ନୁହେଁ ପ୍ରଭୁଙ୍କୁ ଅନୁସରଣ କରି ଚିତ୍କାର କରି ତାଙ୍କ ଝିଅଟି ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ପରିତ୍ୟାଗ ନ କରି ପଛେ ପଛେ ଗଲା !ତାଙ୍କର ଯିଦିଆ ଉତ୍ତମ ଫଳ ଦେଲା !ସବୁଠୁ ତାଙ୍କର ବିଶ୍ୱାସକୁ ପ୍ରଭୁ ହିଁ ସାକ୍ଷୀ ଦେଉଛନ୍ତି !ସେହି କ୍ଷଣି ତାଙ୍କର ଝିଅଟି ସୁସ୍ଥ ହେଲା !ଆମ୍ଭମାନଙ୍କ ପିଲାମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିବା କାର୍ଯ୍ୟରେ, ଏହି କିଣାନୀୟା ସ୍ତ୍ରୀଙ୍କ ପ୍ରାର୍ଥନା ସଦୃଶ୍ୟ ଆମ୍ଭେ କରୁଅଛୁ କି ? ଏହା ଆମେ ଆଲୋଚନା କରିବାକୁ ହେବ !
ହଁ ଆମ୍ଭ ପିଲାମାନେ, ପାପ ଠାରୁ, ରୋଗ ଠାରୁ, ମନ୍ଦ ଅଭ୍ୟାସ ଠାରୁ, ଦୂରେଇ ରହିବା ପାଇଁ ଆଶା କରୁଅଛୁ ଓ ଇଚ୍ଛା କରୁଅଛୁ !ସମସ୍ୟା ଗୁଡିକ ମୁଣ୍ଡ ଉପରକୁ ଆସିବା ପରେ ପ୍ରଭୁଙ୍କ ଆଡକୁ ଅନାଉଛୁ !ସମସ୍ୟା କମିଗଲା ପରେ ପ୍ରାର୍ଥନାର ତୀବ୍ରତାକୁ କମାଇ ଦେଉଛୁ !କିନ୍ତୁ ଏହି କିଣାନୀୟା ସ୍ତ୍ରୀ ଯୀଶୁ ସୁସ୍ଥ କରିବାକୁ ଇଚ୍ଛା ନ ଥିବା ପରିସ୍ଥିତିରେ, ତାଙ୍କ ଠାରୁ କୌଣସି ଉତ୍ତର ନ ଆସିବା ପରିସ୍ଥିତି ଥିବା ବେଳେ, କୁକୁର ପରି ତାଙ୍କୁ ଠେଲି ଦେବାରୁ ମଧ୍ୟ, ସେ ପ୍ରଭୁଙ୍କୁ ପରିତ୍ୟାଗ କରି ନାହାନ୍ତି !ସେ ପ୍ରଭୁଙ୍କ ନିକଟରେ ନିଜକୁ ନିଜେ ନତ ହେଲା !ଯିଦିଆ ସହ ଅନୁସରଣ କଲା !ବିଶ୍ୱାସ କଲା !ଏହି ସମସ୍ତ ତାଙ୍କୁ ଅଦଭୂତ ଆଣିଦେଲା !ଆଜିର ଦିନେ ଆମେ ଏକ ନିଷ୍ପତି ନେବା, ଆମ ସନ୍ତାନମାନେ ମୁକ୍ତି ପାଇବାକୁ, ଉପକାର ସକାଶେ, ସେହି କାର୍ଯ୍ୟ ପାଇବା ପର୍ଯ୍ୟନ୍ତ, ଆଶୀର୍ବାଦ ପାଇବାକୁ କେତେ ଆଟଙ୍କ ଆସିଲେ ମଧ୍ୟ ଯିଦିଆରେ ବିଶ୍ୱାସ କରି ପ୍ରାର୍ଥନା କରିବି !ନିଚୟ ଅଦଭୂତ ପାଇବି !ତାହା ଦ୍ଵାରା ପ୍ରଭୁଙ୍କର ମହିମା କରିବି ବୋଲି ନିଷ୍ପତି କରନ୍ତୁ !ସଦାପ୍ରଭୁ ତୁମ୍ଭ ବିଶ୍ୱାସକୁ ମହିମାନ୍ନିତ କରନ୍ତୁ !
- ଭାଇ. ଡେଭିଡ ଦାଉମାଣି
ପ୍ରାର୍ଥନାର ଅଂଶ :-ପ୍ରାର୍ଥନା ମନ୍ଦିର ନିର୍ମାଣ କାର୍ଯ୍ୟରେ ଦେଖାଦେଇ ଥିବା ଡେରି, ଡେରି ନ ହୋଇ ଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.