Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-07-2021 (Bible Characters Special)
Share:

By Village Missionary Movement

Friday, 23-Jul-2021

ଆଜିର ବାକ୍ୟ (Oriya) 23-07-2021 (Bible Characters Special)

 

ଦାନିୟେଲ 

 

“ଏହିରୂପେ ଦାନିୟେଲ ଦାରୀୟାବସର ରାଜତ୍ଵ ସମୟରେ ଓ ପାରସୀକ କୋରସ୍‍ର ରାଜତ୍ଵ ସମୟରେ ଉନ୍ନତି ଲାଭ କଲେ।“ - ଦାନିୟେଲ 6:28

 

ବାବିଲର ରାଜା ନବଖଦନିଶ୍ଚର ଯିରୂଶାଲମକୁ ଅବରୋଧ କରି, ସମସ୍ତ ନିଖୁଣ, ସୁନ୍ଦର ଓ ସମସ୍ତ ଜ୍ଞାନରେ ନିପୁଣ, ବିଦ୍ୟାରେ ବିଚକ୍ଷଣ, ବୁଦ୍ଧିରେ ବିଜ୍ଞ ଓ ରାଜପ୍ରାସାଦରେ ଠିଆ ହେବାକୁ ଯୋଗ୍ୟ କେତେକ ଯୁବା ଲୋକଙ୍କୁ ବନ୍ଧି କରି ନେଲା !ଏମାନଂକ ମଧ୍ୟରେ ଯିହୁଦା ବଂଶୀୟ ଦାନିୟେଲ ଜଣେ !ବାବୁଲନରେ ଥିବା ଖାଦ୍ୟର ବିଧାନ, ଅଭ୍ୟାସ ଗୁଡିକୁ ଜାଣିପାରି ଥିବା ଦାନିୟେଲ, ଏହା ଦ୍ଵାରା ମୁଁ ଅପବିତ୍ର ହୋଇ ଯିବି ବୋଲି ତାଙ୍କ ହୃଦୟରେ ଏକ ନିଷ୍ପତି ନେଲା !ତାଙ୍କ ନିମନ୍ତେ ତଦାରଖ କରିବାକୁ , ତାଙ୍କ ପାଇଁ ଧରାଛୁଆଁ କରିବାକୁ ନିକଟରେ ପରିବାର ନାହାନ୍ତି, ଏହି ଭାବନା ତାଙ୍କୁ ମନ୍ଦ ପଥରେ କଢାଇ ନେଇ ନାହିଁ !ତାହା ବଦଳରେ ଦୃଢ଼ ନିଷ୍ପତି ନେଲା !ଗାଁକୁ ପରିତ୍ୟାଗ କରି ଓ ନିଜ ଦେଶକୁ ଛାଡି ସୁଦୂର ଏକ ସ୍ଥାନକୁ ଯାଇଥିବା ଦାନିୟେଲ, ପରମେଶ୍ୱରଙ୍କ ଠାରୁ ଦୁରେଇ ନ ଯାଇ ଜୀବନଯାପନ କଲା !ଦାନିୟେଲ ସେଠାରେ ପରମେଶ୍ୱରଙ୍କ ନିମନ୍ତେ ଦୃଢ଼ତାରେ ସ୍ଥିର ହେବା ଯୋଗୁ, କେତେ ଦୁଃଖ ଓ ତାଡନା ଆସିବାରୁ ମଧ୍ୟ ତାଙ୍କୁ କିଛିବି କ୍ଷତି କରିପାରିଲା ନାହିଁ !ଦାନିୟେଲଙ୍କ ପ୍ରାର୍ଥନାର ଜୀବନରେ ପରମେଶ୍ୱରଙ୍କୁ ଭୟ କରିବା ଭୟ ହିଁ ତାଙ୍କୁ ପରବର୍ତ୍ତୀ ରାଜା ହେବାକୁ ଉର୍ନତ ପାହାଚ ସୋପାନର ମୂଳ ଦୁଆ ହେଲା !

 

ଆଜିର ଯୁବକମାନଙ୍କର ଆଧ୍ୟାତ୍ମିକ ସଭାରେ ଯଦି, ଦାନିୟେଲଙ୍କୁ ପ୍ରଚାରକ ଭାବେ ଡାକିଲେ ସେ ତୁମ୍ଭ ସହ କଣ କଥା ହେବେ ?ହେ ଯୁବକମାନେ, ମୁଁ ଏକ ବନ୍ଦୀ ହୋଇ ସୁଦୂର ପ୍ରାନ୍ତକୁ ନିଆଯାଇ ଥିବା ସଦୃଶ୍ୟ, ତୁମ୍ଭେ ପାଠ ପଡ଼ିବାକୁ, କାର୍ଯ୍ୟ କରିବାକୁ, ତୁମ୍ଭର ପିତାମାତାଙ୍କୁ ପରିତ୍ୟାଗ କରି ସୁଦୂର ପ୍ରାନ୍ତରେ ରହିଥାଇ ପାର !ଫୋନ ଓ ୱାଟ୍ସଅପ ଦ୍ଵାରା ସମ୍ପର୍କ କରି ତୁମ୍ଭର ପିତାମାତାଙ୍କ ସହ ତୁମ୍ଭେ ଉତ୍ତମ ଵ୍ୟକ୍ତି ରୂପରେ କଥା ହୋଇପାର !ତୁମ୍ଭ ୱାଟ୍ସଅପ, ଡ଼ିସପ୍ଲେ ଛବିରେ ପବିତ୍ର ଗ୍ରନ୍ଥର ବଚନ ଥାଇପାରେ !କିନ୍ତୁ ପ୍ରଭୁଙ୍କୁ ଖୋଜିବା ହୃଦୟ, ଚାରିଆଡେ ରହିଥିବା ଅଶୁଚି କାର୍ଯ୍ୟ ଦ୍ଵାରା, ମୋତେ ଅପବିତ୍ର କରି ଦେଇଥାଇ ପାରେ ବୋଲି ଭାବନା ତୁମ୍ଭ ହୃଦୟରେ ଅଛିକି ? ଚର୍ଚ୍ଚ ନ ଥାଇ, ବିଶ୍ୱାସୀମାନଙ୍କର ସହିତ ଏକତା ନ ଥାଇ, ଜନ୍ମ ଦେଇଥିବା ପିତାମାତାଙ୍କର ନିକଟରୁ ଦୁରେଇ ରହିଥିବା ଏହି ସ୍ଥାନରେ, ପ୍ରଭୁଙ୍କର ଠାରେ ରହିଥିବା ସମ୍ପର୍କ ହିଁ ତୁମ୍ଭଙ୍କୁ ସୁରୁଖୁରରେ ରଖିବ !କାର୍ଯ୍ୟ ସ୍ଥଳରେ ମୁଁ ଉର୍ନ୍ନତି ହେବା ସାମ୍ବାଳି ନ ପାରି, ମୋର ସହିତ କାର୍ଯ୍ୟ କରିବା ଲୋକେ ହିଂସାରେ କପଟ ହେଲେ !ମୁଁ ଯେକୌଣସି ବିଷୟକୁ ଭୟ କରିଲି ନାହିଁ !ପତ୍ରିକାରେ ଦସ୍ତଖତ କରିଲି ନାହିଁ ବୋଲି ଜାଣି, ମୋର ଉପର କୋଠରୀକୁ ଯାଇ ଝରକା ଖୋଲି ଯେରୂଶାଲମ ଆଡକୁ ଅନାଇ, ମୁଁ ସବୁବେଳେ କରୁଥିବା ଅଭ୍ୟାସ ପ୍ରକାରେ ପ୍ରାର୍ଥନା କଲି !ହଁ ପ୍ରଭୁଙ୍କର କାର୍ଯ୍ୟ ପାଇଁ ହିଁ ରାଜାମାନଙ୍କୁ ନୁହେଁ, ରାଜାମାନଙ୍କର ରାଜାଙ୍କୁ ନତ ହେବା !ତୁମ୍ଭେ କାର୍ଯ୍ୟ କରୁଥିବା ସ୍ଥାନରେ ପ୍ରଭୁଙ୍କର ନିମନ୍ତେ ବୋଲି ଉଚ୍ଚାହର ସହିତ ଜୀବନଯାପନ କରନ୍ତୁ !ମୋର କାର୍ଯ୍ୟକୁ ବିଜୟୀ ରୂପରେ ପରିବର୍ତ୍ତନ କରିଥିବା ପ୍ରଭୁ ତୁମ୍ଭ ଜୀବନରେ ବିଜୟୀ ହେବାକୁ ଆଜ୍ଞା କରିବେ !ଆଉଥରେ ପରମ କାନାନ ଦେଶରେ ମିଶିବାକୁ ଆଶାରେ ରହିଛି !

- ଯେ. ପାଉଲ ରାଜ 

 

ପ୍ରାର୍ଥନାର ଅଂଶ :-

ମିଡ଼ିଆରେ କାର୍ଯ୍ୟ କରୁଥିବା ସେବକମାନଙ୍କୁ ସଦାପ୍ରଭୁ ତାଙ୍କ ଜ୍ଞାନରେ ପୂର୍ଣ୍ଣ କରି, ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al