By Village Missionary Movement
Thursday, 22-Jul-2021ଆଜିର ବାକ୍ୟ (Oriya) 22-07-2021 (Bible Characters Special)
ଆୟୁବ
“ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ । ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି” - ଯାକୁବ 5:11
ସତ୍ୟବାନ ଓ ଧାର୍ମିକ ହୋଇ ସଦାପ୍ରଭୁଙ୍କର ଠାର ଭୟଭକ୍ତିରେ ମନନ୍ଦତାକୁ ପରିତ୍ୟାଗ କରିଥିବା ତାଙ୍କ ପରି ପୃଥିବୀରେ କେହି ନାହାନ୍ତି ବୋଲି ସଦାପ୍ରଭୁଙ୍କର ଦ୍ଵାରା ବାରମ୍ବାର ପ୍ରଶଂସା ହୋଇଥିବା କେବଳ ଜଣେ ହିଁ ଧର୍ମ ଶାସ୍ତ୍ରର ଵ୍ୟକ୍ତି ଆୟୁବ !ଇଏ ସ୍ୱଚ୍ଛ ଜୀବନ ଯାପନ କରି, ଧାର୍ମିକ ଭାବେ ଗଣନା ହେଲା !ଧାର୍ମିକ ଅର୍ଥାତ ସଦାପ୍ରଭୁଙ୍କର ଠାରେ ଉତ୍ତମ ରୂପେ ଜୀବନ ଯାପନ କରିବା ତ !ତାଙ୍କ ପରିବାର ମଧ୍ୟରେ ଛୋଟ ଭୁଲ ଦେଖାଗଲେ ସଂଗେ ସଂଗେ ପ୍ରଭୁଙ୍କର ନିକଟରେ ଅନୁତପ୍ତ କରିବା ଲୋକ ହୋଇଥିଲା !ପ୍ରଭୁଙ୍କର ଠାରେ ପ୍ରାର୍ଥନା କରିବାକୁ, ପାପର କ୍ଷମା ମାଗିବାକୁ ପଛଘୁଞ୍ଚା ନ ହେବା ଵ୍ୟକ୍ତି ରୂପରେ ଥିଲା !ଏହିପରି ପରିସ୍ଥିତିରେ ପରମେଶ୍ୱରଙ୍କ ଓ ସଇତାନଙ୍କ ମଧ୍ୟରେ ହୋଇଥିବା ବାଜିରେ, ସେଥିପାଇଁ ହୋଇଥିବା ପ୍ରଭାବ ଆୟୁବ ଜାଣି ପାରି ନ ଥିଲା !ଗୋଟିଏ ଦିନରେ ଦଶ ଜଣ ସନ୍ତାନ ଓ ସମସ୍ତ ସମ୍ପତି ହରାଇବାରୁ ମଧ୍ୟ ପରମେଶ୍ୱରଙ୍କୁ ସେ ହରାଇବି ବୋଲି ନାହିଁ !ଆୟୁବ କହିଲେ, ସେ ମୋତେ ହତ୍ୟା କଲେ ମଧ୍ୟ ତାଙ୍କ ନିକଟରେ ମୁଁ ବିଶ୍ୱାସକୁ ହରାଇବି ନାହିଁ !ତାଙ୍କଠାର ହୋଇଥିବା ଅସୁବିଧାକୁ ସହନତା ସହିତ ସମ୍ବାଳିଲା !କେତେ କଷ୍ଟ ଆସିଲେ ମଧ୍ୟ ତାଙ୍କୁ ପ୍ରେମ କରିବା ନ୍ୟାୟବାନ ଅଛନ୍ତି ବୋଲି ପ୍ରକୃତ ସ୍ଥିର ଭାବେ ରହିବାକୁ ପରମେଶ୍ୱର ଆୟୁବଙ୍କୁ ବାଛିଲେ !
ସ୍ତ୍ରୀଙ୍କର କଟୁ ବାକ୍ୟକୁ, ସାଙ୍ଗ ସାଥୀଙ୍କର ଅଟହାସ୍ୟକୁ ସହ୍ୟ କରି ଯାହା ହେଲେବି ପରମେଶ୍ୱରଙ୍କର ଅନୁସରଣ କରିବି ବୋଲି ବିଶ୍ୱାସରେ ଦୃଢ଼ ହେଲେ !ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରି, ସଦାପ୍ରଭୁଙ୍କର କୃପାକୁ ପାଇଲା !ଶେଷରେ ସଇତାନର ଆଲୋଚନାକୁ ଦଳି ଦେଲା !ସଇତାନ ହାରିଲା !
ପ୍ରିୟ ବନ୍ଧୁଗଣ, ଆମ୍ଭର ଦୁଃଖ ଓ ଯନ୍ତ୍ରଣା ପଥରେ ପରମେଶ୍ୱର ଆମକୁ ଅନେକ ଶିକ୍ଷା ଦେଉଛନ୍ତି, ଏହା ସତ୍ୟ ଅଟେ !ତାହା ବୋଲି ଶିକ୍ଷା ପାଇବାକୁ ହିଁ ଅସୁବିଧା ପଠାନ୍ତି ବୋଲି ଭାବିବାକୁ ହେବ ନାହିଁ !ଏହା ଆୟୁବଙ୍କର ଜୀବନରୁ ଜାଣି ପାରୁଛୁ !ଯଦ୍ଵାରା ଆମର ବାଧା, ଦୁଃଖ, ଯନ୍ତ୍ରଣା, ପ୍ରତିକ୍ରିୟାର ସମସ୍ତ କାରଣ ଜାଣିବାକୁ ଚେଷ୍ଟା ନ କରି ସହନଶୀଳରେ ରହିବା !ଲୁକାୟିତ ସଦାପ୍ରଭୁଙ୍କର !ଯଦି ଏପରି ପରିସ୍ଥିତିରେ ଥିବାବେଳେ ତୁମ୍ଭଙ୍କୁ ଖଣ୍ଡନ କରି କଥା ହେଉଥିବା ବନ୍ଧୁବାନ୍ଦବ, ସାଙ୍ଗସାଥୀଙ୍କୁ କ୍ଷମା କରି, ସେମାନଙ୍କର ନିମନ୍ତେ ପ୍ରାର୍ଥନା କରିବାକୁ ଚେଷ୍ଟା କରନ୍ତୁ !ତୁମ୍ଭେ ହରାଇ ଥିବା ସୁଖ, ଆନନ୍ଦ, ପୁଣି ସ୍ଥଗିତ ହୋଇଥିବା ଉପକାର ଗୁଡିକ ପରମେଶ୍ୱର ଦ୍ୱିଗୁଣିତ ଦେଇ, ତୁମ୍ଭଙ୍କୁ ଆଶୀର୍ବାଦ କରିବେ !
- ଶ୍ରୀମତୀ ସାରୋଜା ମୋହନ ଦାସ
ପ୍ରାର୍ଥନାର ଅଂଶ :-
ଏହି ଲକଡାଉନ ଦିନମାନଙ୍କରେ ଭି. ଏମ. ଏମ. ସେବକମାନଙ୍କର ଅତ୍ୟାବଶକ ଦ୍ରବ୍ୟଗୁଡିକ ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.