By Village Missionary Movement
Wednesday, 21-Jul-2021ଆଜିର ବାକ୍ୟ (Oriya) 21-07-2021 (Bible Characters Special)
ଯୋଶୀୟ ରାଜା
“ଆଉ ଯୋଶୀୟଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ, କିଅବା ଯୋଶୀୟଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ହେଲେ ନାହିଁ।“ - ଦ୍ୱିତୀୟ ରାଜାବଳୀ 23:25
ପବିତ୍ର ଗ୍ରନ୍ଥରେ ଇଶ୍ରାଏଲ ରାଜା ମାନଙ୍କର ଇତିହାସ ବହୁତ ଶକ୍ତିଶାଳୀ ଅଟେ !ସେମାନଙ୍କର ସ୍ବଷ୍ଟ କାର୍ଯ୍ୟବଳି ନୁହେଁ ତାଙ୍କର ହୃଦୟର ଆଲୋଚନାକୁ ପ୍ରଭୁ ଚିତ୍ରଆଙ୍କି ଦେଖାଇଛନ୍ତି !ସେମାନଙ୍କର ଉତ୍ତମ ନମୁନା ଠାରୁ ଆମ୍ଭମାନଙ୍କୁ ସତର୍କତା କରାଇବା ନମୁନା ହିଁ ଅନେକ ଅଟେ !ସେଥିରେ ଅତି ଅଳ୍ପ ବୟସରେ ରାଜା ହୋଇ, ଅତ୍ୟନ୍ତ ମହାନ ଆତ୍ମୀୟ ପୁନଃଜୀବନ ଅଭିବୃଦ୍ଧି କରିଥିବା ରାଜା ହିଁ ଯୋଶୀୟ !ଏହାଙ୍କର ଜୀବନରୁ ନିତ୍ୟ ଆମେ ଅନେକ କାର୍ଯ୍ୟ ଗୁଡିକ ଶିଖି ପାରିବା !ବର୍ତ୍ତମାନ ଆମ ଦେଶର ପରିସ୍ଥିତିକୁ ଦେଖିବା ବେଳେ, ସମୟର ଚକ୍ରକୁ ଘୁରାଇ ଖ୍ରୀ:ପୂ 639 ମସିହାକୁ ଯଦି ଆମେ ଯିବା ତେବେ ଭଲ ରହିବ !ହଁ ତାହା ଯୋଶୀୟ ରାଜାଙ୍କର ଶାସନର ଯୁଗ !
ଇଏ ଯିହୁଦା ପ୍ରଭୁଙ୍କର ଧର୍ମଶାସ୍ତ୍ରକୁ ଭୟଭିତ କରୁଥିବା ରାଜା ଅଟେ !ସେ ତାଙ୍କର ଆଠ ବର୍ଷ ବୟସରେ ରାଜା ହୋଇ ଏକତିରିଶ ବର୍ଷ ଶାସନ କରିଛନ୍ତି !ତାଙ୍କ ପୂର୍ବରୁ ଶାସନ କରିଥିବା ରାଜାମାନେ ପ୍ରାୟ ସତୁରି ବର୍ଷରୁ ଉର୍ଦ୍ଧ ଆକ୍ରମଣର ନିୟମ କରିଛନ୍ତି !ମାତ୍ର ଯୋଶୀୟ ସେ ଅଳ୍ପ ବୟସରୁ ସଦାପ୍ରଭୁଙ୍କୁ ଖୋଜିବା ଆରମ୍ଭ କଲା !ଫୋଟ ଓ ମୂର୍ତ୍ତି ଗୁଡିକୁ ବିନାଶ କରି, ଯିହୁଦା ଓ ଯିରୂଶାଲମକୁ ପବିତ୍ର କରିବାକୁ ଆରମ୍ଭ କରିଲେ !ଅଠର ବର୍ଷ ବୟସ ହୋଇଥିବା ବେଳେ ଭଗ୍ନ ଦେବାଳୟ ଗୁଡିକ ପୁନଃନିର୍ମାଣ କରିବାକୁ ଆରମ୍ଭ କଲେ !ସେତେବେଳେ ମହାଯାଜକ ହିଲକୀୟଙ୍କର ହସ୍ତରେ ଆଦି ପୁସ୍ତକ ଛଡା ଦ୍ୱିତୀୟ ବିବରଣୀ ଗ୍ରନ୍ଥ ପର୍ଯ୍ୟନ୍ତ ମିଳିଲା !ସେଥିରେ ନ୍ୟାୟ ବିଚାରକୁ ଅନୁସରଣ କରି ନ ଚାଲିବା ଦ୍ଵାରା ଆସୁଥିବା ଅଭିଶାପ ଗୁଡିକ ବିଷୟରେ ଯୋଶୀୟ ପଡ଼ୁଥିବା ଶୁଣିବା ବେଳେ ଇଶ୍ରାଏଲ ମାନେ ଭୟଭିତ ହୋଇ ତାଙ୍କର ବସ୍ତ୍ର ଗୁଡିକୁ ଚିରିକି, ସେମାନେ ନିଜକୁ ନିଜେ ନମ୍ର ହେଲେ (ଦ୍ୱିତୀୟ ରାଜାବଳି :-22:19)! ଏହାଙ୍କର ବିଷୟରେ ଗ୍ରନ୍ଥ ଉତ୍ତମ ସାକ୍ଷୀ କଣ ଜାଣିଛ କି ? ଏପରି କୌଣସି ରାଜା ତାଙ୍କ ପୂର୍ବେ ନ ଥିଲେ, କିଅବା ତାଙ୍କ ପରି କେହି ତାଙ୍କ ଉତାରେ ନାହାନ୍ତି !
ହେ ବିଶ୍ୱାସୀବୃନ୍ଦ, ଯୋଶୀୟ ରାଜା ଆଜି ଆମ ସହିତ ମିଶିବା ପରି ହେଲେ କଣ ପଚାରିବ ? ପବିତ୍ର ଗ୍ରନ୍ଥରେ ପ୍ରଥମ ପାଞ୍ଚଟି ପୁସ୍ତକ ପଡିବା ବେଳେ ହିଁ ମୋର ହୃଦୟ ଉତଫୁଟିତ ହେଲା !ପୁରା ଗ୍ରନ୍ଥକୁ ରଖି, ତୁମ୍ଭେ କିପରି ନ ପଡି, ତାହାକୁ ନତ ନ ହୋଇ, ସେହି ପ୍ରକାରେ ଚାଳିତ ନ ହୋଇ ରହିପାରୁଛ? ହେ ଜନତା, ମୋର ପୂର୍ବରୁ ରହିଥିବା ରାଜାମାନେ ମୋର ନମୁନାରେ ନାହାନ୍ତି ! ସେମାନେ ଧର୍ମଶାସ୍ତ୍ରର ଗ୍ରନ୍ଥକୁ ଖୋଜି ନାହାନ୍ତି !ଧର୍ମ ଶାସ୍ତ୍ରର ଗ୍ରନ୍ଥ ଦେବାଳୟରେ ହିଁ ନଷ୍ଟ ହୋଇଗଲା, କେତେ ଦୁଃଖର ବିଷୟ ? ଇଶ୍ରାଏଲ ରାଜାଙ୍କର ରାଜତ୍ୱ କାଳରେ ଜୀବନଯାପନ କରୁଥିବା ଯୋଶୀୟ, ପ୍ରବକ୍ତାଙ୍କ ଦ୍ଵାରା ପ୍ରଭୁ ଦେଇଥିବା ସତର୍କତା ତୁମ୍ଭ ଆଲୋଚନାରେ ଅଛିକି ? ତୁମ୍ଭେ ସଦାପ୍ରଭୁଙ୍କର ଧର୍ମଶାସ୍ତ୍ର ପାଶୋରି ଯିବାରୁ ମୁଁ ତୁମ୍ଭଙ୍କୁ ଓ ତୁମ୍ଭ ପୁତ୍ରଗଣଙ୍କୁ ପାଶୋରିବି, ତେଣୁ ସେହିପରି ନ ଘଟିବାକୁ ହେଲେ, ସେଥିପାଇଁ ପବିତ୍ର ଗ୍ରନ୍ଥକୁ ପଡନ୍ତୁ, ତାହାକୁ ନମ୍ର ହୁଅ !ସେହି ଗୋଟିଏ ହିଁ ଏହି ଦୁଷ୍ଟାମୀ ଜଗତରେ ତୁମ୍ଭଙ୍କୁ ଏକମାତ୍ର ପଥ !ମୋର ଶାସନ କାଳରେ ଜନତା ଶାନ୍ତିରେ ରହୁଥିଲେ !ତୁମ୍ଭେ ମଧ୍ୟ ଗ୍ରନ୍ଥକୁ ପ୍ରେମ କଲେ ଶାସକମାନଙ୍କର ହସ୍ତରୁ ତୁମ୍ଭଙ୍କୁ ସମାଧାନ ମିଳିବ !
- ପି. ରାମ କୁମାର ଯେମସ
ପ୍ରାର୍ଥନାର ଅଂଶ :-
ପ୍ରତିଦିନ ଦିନଧ୍ୟାନ ସନ୍ଦେଶ ଲେଖି ଦେଉଥିବା ପ୍ରଭୁଙ୍କର ପିଲାମାନଙ୍କୁ ସଦାପ୍ରଭୁ ତାଙ୍କ ଅଭିଷେକରେ ପୂର୍ଣ୍ଣ କରିବାକୁ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.