By Village Missionary Movement
Saturday, 17-Jul-2021ଆଜିର ବାକ୍ୟ (Oriya) 17-07-2021 (Bible Characters Special)
ଶୁନେମୀୟା
"ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ...!" - ମାଥିଉ 10:41
ଶୁନେମୀୟା ଏହା ସେଇ ସ୍ତ୍ରୀଙ୍କର ନାମ ନୁହେଁ, ଏହା ସେ ବାସ କରୁଥିବା ଏକ ଗ୍ରାମର ନାମ !ସଦାପ୍ରଭୁଙ୍କର ଦାସ ଏଲିଶାୟ ସେହି ଗ୍ରାମକୁ ଯିବାବେଳେ ସେ ତାଙ୍କୁ ତାଙ୍କର ଘରକୁ ଡାକି ଭୋଜନ କରନ୍ତୁ ବୋଲି ବାଧ୍ୟତା କରୁଥାଏ !ସେହିପରି ସେ ଯେତେ ଥର ସେହି ପଥ ଦେଇ ଗଲେ ସେ ତାଙ୍କୁ ପ୍ରେମରେ ଦେଖିକି ଆସୁଥାଏ !କେବଳ ସେଥିକି ନୁହେଁ ସେ ବିଶ୍ରାମ ନେବାକୁ ପ୍ରାଚୀର ଉପରେ ଗୋଟିଏ ସାନ କୋଠରୀ ନିର୍ମାଣ କରି, ତାହାର ଆବଶ୍ୟକ ସମସ୍ତ ସେଇଠି ହିଁ ପ୍ରସ୍ତୁତ କରିଲା !ତାଙ୍କର ଏକ ପ୍ରିୟ ସଂରକ୍ଷଣ, ପରିଚର୍ଚ୍ଚା କରିବାର ଉତ୍ତମତା ଯୋଗୁ ଇଲୀଶାୟ ତାଙ୍କୁ କିଛି ହେଲେ କରିବାକୁ ମନରେ ଆଲୋଚନା ଆସିଲା !ଇଲୀଶାୟ ପଚାରିଲା, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ, ତୁମ୍ଭ ପାଇଁ କଣ କରାଯିବ ? ରାଜା ନିକଟରେ ତୁମ୍ଭ ପକ୍ଷରେ କୁହାଯିବାର କି ତୁମ୍ଭ ଇଚ୍ଛା ? ମାତ୍ର ସେ ତାହାଙ୍କୁ କହିଲା, ମୁ ନିଃସନ୍ତାନ ଅଟେ ବୋଲି ଏକ ଅଭାବକୁ ପ୍ରକାଶ କରିବାରୁ, ମୁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି !ହଁ ସେ ଯେକୌଣସି ପ୍ରତିଫଳକୁ ଆଶା ନ କରି ସେ ସେବା କଲା ବୋଲି ଜାଣିପାରିବା !
ସେହି ସ୍ତ୍ରୀଙ୍କର ପରିସ୍ଥିତିକୁ ଜାଣିପାରି ପ୍ରଭୁଙ୍କର ଦାସ ତାଙ୍କୁ ଆଶୀର୍ବାଦ କରିବାରୁ ଏକ ପୁତ୍ର ପ୍ରସବ କଲା !ସେ ବଢିଲା ପରେ ଦିନକରେ ବ୍ୟାଧି ଯୋଗୁ ସେ ମରିଗଲା !ତାହା ତାଙ୍କ ହୃଦୟରେ ଅତି ଦୁଃଖିତ କଲା !ବିଶ୍ୱାସୀ ପଛକୁ ଫେରିବ ନାହିଁ ବଚନ ଦ୍ଵାରା, ଏହା ତାର ସ୍ୱାମୀକୁ ନ ଜଣାଇ, ତାର ପୁତ୍ରକୁ ଇଲୀଶାୟ ଖଟରେ ଶୁଆଇ, କର୍ମିଲ ପର୍ବତ ଉପରେ ଥିବା ପ୍ରଭୁଙ୍କର ଦାସଙ୍କର ନିକଟକୁ ଯାଇ ତାଙ୍କ ଚରଣ ଧରି, ତାଙ୍କ ପରିସ୍ଥିତିକୁ ଜଣାଇଲା !ସେ ତାଙ୍କର ଦାସକୁ ପଠାଇବି ବୋଲି କହିବା ବେଳେ, ନା ତୁମ୍ଭେ ହିଁ ଆସିବାକୁ ହେବ ବୋଲି ଅଳି କଲା !ସେ ବିଶ୍ୱାସ କରିବା ପ୍ରକାରେ ତାଙ୍କ ପୁତ୍ରଙ୍କୁ ସେ ପୁନର୍ବାର ପାଇଲା !ପବିତ୍ର ଗ୍ରନ୍ଥରେ ନାମ କୁହାଯାଇ ନ ଥିବା ସ୍ତ୍ରୀ ରୂପରେ ବଦ୍ଧ ହୋଇଥିବା ଏହି ସ୍ତ୍ରୀ ବଦ୍ଧ ବିହୀନ ହୋଇ ଦେଖା ଗଲା !ସଂରକ୍ଷଣ କରିବା, ପ୍ରଭୁଙ୍କର ଦାସମାନଙ୍କୁ ପରିଚର୍ଚ୍ଚା କରିବାରେ , ନିଚୟ ବିଶ୍ୱାସ କରିବାରେ, ଇଏ ଏକ ଉଦାହରଣ ବୋଲି କହିପାରିବା !
ପ୍ରିୟ ବନ୍ଧୁଗଣ, ଯଦି ଆମକୁ ସେବା କରିବାକୁ ସୁଯୋଗ ନ ଥାଇପାରେ !ମାତ୍ର ଆମ୍ଭେ ଶୁନେମୀୟାଙ୍କର ସଦୃଶ୍ୟ ଆମ ଗ୍ରାମକୁ ଆସୁଥିବା ପ୍ରଭୁଙ୍କର ସେବକମାନଙ୍କୁ ପ୍ରେମରେ ଆମ ଘରକୁ ଡାକି ସେମାନଙ୍କୁ ସଂରକ୍ଷଣ କରିବା !ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ ବୋଲି ପବିତ୍ର ଗ୍ରନ୍ଥରେ ଲେଖା ଯାଇଥିବା ଓ କୁହାଯାଇ ଥିବା ଦେଖୁଛୁ !ହଁ ଶୁନେମୀୟଙ୍କର ସଦୃଶ୍ୟ ଯେକୌଣସି ପ୍ରତିଫଳକୁ ଅପେକ୍ଷା ନ କରି, ଉପକାର କରିବା ବେଳେ ଇଶ୍ୱର ତାହାର ଉତ୍ତମ ପ୍ରତିଫଳ ଦେବ !ଏଥିରେ କୌଣସି ସନ୍ଦେହ ନାହିଁ !
- ଶ୍ରୀମତୀ ଅନିତା ଆଲ୍ଲାଗାର ସ୍ୱାମୀ
ପ୍ରାର୍ଥନାର ଅଂଶ :-
ସାତ ହଜାର ମିଶିନାରୀମାନଂକୁ ପ୍ରତି ମାସ ପାଞ୍ଚ ହଜାର ଟଙ୍କା ସାହାଯ୍ୟ କରିବା ପରିବାର ଅଭିବୃଦ୍ଧି ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.