Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-07-2021 (Bible Characters Special)
Share:

By Village Missionary Movement

Friday, 16-Jul-2021

ଆଜିର ବାକ୍ୟ (Oriya) 16-07-2021 (Bible Characters Special)

 

ଓବଦୀୟ 

 

"...ସେହି ଓବଦୀୟ ସଦାପ୍ରଭୁଙ୍କୁ ଅତିଶୟ ଭୟ କରିଥିଲା।" - ପ୍ରଥମ ରାଜାବଳୀ 18:3

 

ଓବଦୀୟ ନାମର ଅର୍ଥ ସଦାପ୍ରଭୁଙ୍କର ସେବକ !ଇଶ୍ରାଏଲର ରାଜା ଆହାବଙ୍କର ଗୃହରେ ରାଜଗୃହ ଅଧ୍ୟକ୍ଷ ଦାଇତ୍ୱ ଜାଣି ପାରିଥିଲା !ଏକ ଢଗ ଅଛି, ସମାଜରେ ମିଶି ରହିବା !ମାତ୍ର ଓବଦୀୟ ଏହାକୁ ବିରୋଧୀ ଥିଲେ !ସଦାପ୍ରଭୁଙ୍କୁ ଅତିଶୟ ଭୟ କରି ଚାଲୁଥିଲା ବୋଲି ପବିତ୍ର ଗ୍ରନ୍ଥରେ ଅଳ୍ପ ଲୋକଙ୍କ ବିଷୟରେ ଲେଖା ଯାଇଛି !ସେହି ଅଳ୍ପ ଲୋକଙ୍କ ମଧ୍ୟରେ ଓବଦୀୟ ଜଣେ !ତାଙ୍କ ବିଷୟରେ ଆଉ କିଛି ଜାଣିବା କି ? 

 

ଇଶ୍ରାଏଲ ଲୋକମାନେ ବାଲଦେବତା ପୂଜାରେ ଲିପ୍ତ ଥିବା ଅନେକ ଭାଗ ଆହାବ ରାଜାଙ୍କର ଥିଲା !ତାଙ୍କର ସ୍ତ୍ରୀ ଇଶେବଲ ପୌରଷ କରାଇବା ଦ୍ଵାରା ଆହାବ ଦୁଷ୍ଟାମୀ ହୋଇ ଚାଲୁଥାଏ ବୋଲି ପଡ଼ୁଅଛୁ !ଲୋକଙ୍କୁ ପ୍ରତିମାପୂଜାରେ କଢାଇ ନେବା ହିଁ ନୁହେଁ, ସଦାପ୍ରଭୁଙ୍କର ଭବିଷ୍ୟଦବକ୍ତାଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲା ବୋଲି ପଡ଼ୁଅଛୁ !ଏହିପରି ଏକ କଠିନ ଦିନରେ ଓବଦୀୟ ସଦାପ୍ରଭୁଙ୍କର ପ୍ରବକ୍ତାମାନଙ୍କୁ ସର୍ବଦା ସାହାଯ୍ୟକାରି ହୋଇଥିଲା ! ସେସମୟରେ ଓବଦୀୟ ଏକଶତ ଭବିଷ୍ୟଦ୍‍ବକ୍ତାଙ୍କୁ ନେଇ ପଚାଶ ପଚାଶ ଜଣ କରି ଗହ୍ୱର ମଧ୍ୟରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରୁଥିଲା ।ଏହିପରି ସଦାପ୍ରଭୁଙ୍କର ପ୍ରବକ୍ତାମାନଙ୍କୁ ରକ୍ଷା କରି ପ୍ରତିପାଳନ କରିବା ଦ୍ଵାରା ତାଙ୍କୁ ଆସୁଥିବା ବିପଦରୁ ତିଳେମାତ୍ର ବିଚଳିତ ହୋଇନାହିଁ !ଇସେବଲ ଜାଣିଲେ ତାଙ୍କୁ ଜୀବନରେ ମାରି ଦେବ ବୋଲି ଜାଣିଛି !ସମସ୍ତଙ୍କ ପରି ସେ ଇସେବଲ ଓ ଆହାବଙ୍କର ସହ ମିଶି ଅଭିନୟ ସଦୃଶ୍ୟ ଦୁଷ୍ଟାମୀ ହୋଇ ଜୀବନଯାପନ କରିନାହିଁ !ତାହା ବଦଳରେ ପ୍ରଭୁଙ୍କୁ ପ୍ରେମ କରି, ପ୍ରଭୁଙ୍କର ସେବକମାନଙ୍କୁ ରକ୍ଷା କରି ପ୍ରତିପାଳନ କରିବାରେ ବହୁତ ସନ୍ତୋଷଜଣକ ହୋଇଥିଲା !ଓବଦୀୟଙ୍କ ଠାରେ ଦେଖାଦେଇ ଥିବା ଏହିପରି ଲକ୍ଷଣ, ହଠାତ ଗୋଟିଏ ଦିନରେ ଉପହାର ସଦୃଶ୍ୟ ମିଳି ନାହିଁ ! ଓବଦୀୟ ବାଲ୍ୟକାଳରୁ ହିଁ ସଦାପ୍ରଭୁଙ୍କ ଠାରେ ଅତିଶୟ ଭୟ ଭକ୍ତିରେ ଥିଲେ ବୋଲି ପବିତ୍ର ଗ୍ରନ୍ଥର (ପ୍ରଥମ ରାଜାବଳୀ :-18:12 )ରେ କହୁଛି !

 

ଆଜିର ବାକ୍ୟରେ ପବିତ୍ର ଆତ୍ମା ତୁମ୍ଭଠାରେ କଥା କହନ୍ତି !ଏହାକୁ ପଡ଼ୁ ଥିବା ତୁମ୍ଭେ ବୟସରେ ଛୋଟ କିମ୍ବା ବଡ଼ ଲୋକ ହୋଇଥିଲେ ମଧ୍ୟ ତୁମ୍ଭ ନିକଟରେ ଏକ ପ୍ରଶ୍ନ ରଖା ଯାଉଛି, ଏହା -ସଦାପ୍ରଭୁଙ୍କୁ ଅତିଶୟ ଭୟ କରିବା ମୋ ଠାରେ ଅଛି କି ? ତୁମ୍ଭେ ନିଜକୁ ନିଜେ ପଚାରି ଦେଖ !ସଦାପ୍ରଭୁଙ୍କର ଜ୍ଞାନ ଓ ଭୟରେ ଏହି ପୃଥିବୀରେ ଜୀବନଯାପନ କରୁଥିବା ଆମ୍ଭଙ୍କୁ ତାଙ୍କର ପ୍ରିୟ ହୋଇ ଜୀବନଯାପନ କରିବାକୁ ହେବ ବୋଲି ସଦାପ୍ରଭୁ ଡାକୁଛନ୍ତି !ଏହି ପୃଥିବୀରେ ମଣିଷମାନଙ୍କୁ ଖୁସି କରିବାକୁ ସ୍ବର୍ଗୀୟ ପିତା ପରମେଶ୍ୱରଙ୍କୁ ଦୁଃଖ ଦିଅନ୍ତୁ ନାହିଁ !ଏହା କଣ ଭୁଲ କି ବୋଲି ଛୋଟ ଛୋଟ ଦେଖା ନ ଯିବା ଅବହେଳା ସଦାପ୍ରଭୁଙ୍କୁ ଭୟ କରିବା ଭୟର ରାସ୍ତାରୁ ଆମକୁ ହଟାଇ ଦେବ !ଜାଗ୍ରତରେ ରହିବା !

- ଟି. ଯାକୋବ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ସଇତାନ ଦ୍ଵାରା, ବ୍ୟାଧି ଦ୍ଵାରା ବନ୍ଦନ ହୋଇଥିବା ଲୋକଙ୍କୁ ସୁସ୍ଥତା ସେବା ଯୋଗାଇ ଦେବାକୁ, ଏହା ଦ୍ଵାରା ଅନେକ ଅଦଭୂତ ଭାବେ ସୁସ୍ଥତା ପାଇବାକୁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice