By Village Missionary Movement
Saturday, 10-Jul-2021ଆଜିର ବାକ୍ୟ (Oriya) 10-07-2021 (Bible Characters Special)
ହାନ୍ନା
"…ମାତ୍ର ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆପଣା ପ୍ରାଣ (ବେଦନା) ଢାଳୁଥିଲି।“ - ପ୍ରଥମ ଶାମୁୟେଲ 1:15
ହାନ୍ନା ପୁରାତନ ନିୟମରେ ଜଣେ ସାଧାରଣ ପାରିବାରିକ ମହିଳା !ହେଲେ ତାହାର ପ୍ରାର୍ଥନାଟି ବିଶେଷରେ ଶକ୍ତିଶାଳୀ ଅଟେ !ଇଶ୍ରାଏଲମାନଙ୍କର ଠାରେ ମାତାଭାବେ ଥିବା ହାନ୍ନାଙ୍କ ଜୀବନରୁ ଅନୁସରଣ କରିବା ଗୁଣ ଗୁଡିକ ବହୁତ କିଛି ଅଛି !ସେଥିମଧ୍ୟରୁ ତାଙ୍କ ଠାରେ ଦେଖା ନ ଯିବା ନିଶବ୍ଦ ଆତ୍ମା, ସ୍ଵାସ୍ତ୍ୱତ ଅଳଙ୍କାର, ତାଙ୍କ ହୃଦୟରେ ଲୁଚିକି ଦେଖାଗଲା !ତାହା ପରମେଶ୍ୱରଙ୍କ ସମୁଖରେ ବହୁ ମୂଲ୍ୟ ଅଟେ !
ହାନ୍ନାଙ୍କ ଜୀବନରେ ସନ୍ତାନର ଅଭାବ ଥିଲା !ସେଥିପାଇଁ ସେ ବେଦନାର ସମୁଖୀନ ହେଲା !ହାନ୍ନା ସଦାପ୍ରଭୁଙ୍କର ଗୃହ ନିକଟକୁ ଯିବା ବେଳେ ପନିନ୍ନା ତାଙ୍କୁ ବିରକ୍ତ କରାଉ ଥାଏ !ଏଥିପାଇଁ ବହୁ ବର୍ଷ ଧରି ହାନ୍ନା ରୋଦନ କଲା !ଅପମାନ ଅନୁଭବ କଲା !ବେଦନା ପାଇଲା !ମାତ୍ର ଏକ ବିଷୟକୁ ଧ୍ୟାନ କର, ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ପନିନ୍ନାକୁ ପ୍ରତି ବଦଳରେ ଉତ୍ତର ନ ଦେଇ ସ୍ୱାମୀଙ୍କର ପ୍ରିୟ ମୁଁ ବୋଲି ଭାବୁଥାଏ !ନିଶବ୍ଦକୁ ରକ୍ଷା କରିଲା !ପନିନ୍ନାଙ୍କ ବିପକ୍ଷରେ ଆଉ କାହା ନିକଟରେ ପାଟି ଫିଟାଇ ନାହିଁ !ତାହା ବଦଳରେ ତାଙ୍କ ଆଖିରୁ ଝରି ଥିବା ଲୁହ ହିଁ ପ୍ରତିଉତ୍ତର ହେଲା !ପନିନ୍ନାଙ୍କ ନିକଟରେ ହିଁ ନୁହେଁ ଏଲିୟଙ୍କ ଠାରେ ମଧ୍ୟ ସେହିପରି ହିଁ ରହିଲା !ସଦାପ୍ରଭୁଙ୍କର ସାନ୍ନିଧ୍ୟରେ ବହୁତ ମନ ବେଦନାରେ ପ୍ରାର୍ଥନା ଶେଷ କରି ଲୁହ ପୋଛି ହାନ୍ନା ଉଠୁ ଥିବାବେଳେ, ଏଲି ତାହାଙ୍କୁ କହିଲା, ତୁମ୍ଭେ କେତେ କାଳ ମତ୍ତ ହୋଇଥିବ ? ମାତ୍ର ସେ ଭାଵଵିହଲରେ ରାଗି ଯାଇ କିଛି ଉତ୍ତର ନ ଦେଇ , ତାହା ନୁହେଁ ମୋର ପ୍ରଭୁ ବୋଲି ସମ୍ବୋଧନ କଲା !ଜୀବନରେ ତିକ୍ତତା ପରିସ୍ଥିତିରେ ମଧ୍ୟ ତାଙ୍କର ସେହି ଉତ୍ତମ ସ୍ଵଭାଵରୁ ଦୁରେଇ ଯାଇ ନାହିଁ !ହଁ ପରିବାରରେ ହାନ୍ନାଙ୍କୁ ଉତ୍ତମ କରିଥିଲା ଏହି ସ୍ଵଭାଵ !ଏଥିଯୋଗୁ ସ୍ୱାମୀର ପ୍ରେମ, କରୁଣା, ସଂରକ୍ଷଣ ଅଧିକରୁ ଅଧିକ ପାଇଲା !ଶାରୀରିକ ଅନୁସାରେ ସେ ପ୍ରତିଉତ୍ତର ନ ଦେବା ଯୋଗୁ ସେ ଆତ୍ମୀୟ ସ୍ତ୍ରୀ ହେଲା !ସେ ନିଶବ୍ଦରେ ଥିବାଯୋଗୁ ସ୍ୱର୍ଗ ତାଙ୍କ ନିମନ୍ତେ ଗର୍ଜନ କଲା !ହଁ ଶାମୁଏଲ ଜନ୍ମ ହେଲା, ଏବେ ମୁଖ ଖୋଲି ପ୍ରଭୁଙ୍କର ସ୍ତୁତି କଲା!
ପ୍ରିୟ ବନ୍ଧୁଗଣ, ପରିବାରରେ, କାର୍ଯ୍ୟରତ ସ୍ଥାନରେ, ସଭାସମିତିରେ ତୁମ୍ଭ ଶାରୀରିକ ଅନୁସାରେ କଥା ନ ହୋଇ ନିଶବ୍ଦ ହୋଇ ଆତ୍ମୀୟରେ ଚାଲନ୍ତୁ !ତୁମ୍ଭେ ନିଶବ୍ଦ ହୋଇଥିଲେ ସ୍ୱର୍ଗରାଜ୍ୟ ହିଁ ତୁମ୍ଭ ନିମନ୍ତେ ଗର୍ଜନ କରିବ ଏହା ଭୁଲି ଯାଆନ୍ତୁ ନାହିଁ !ନିଶବ୍ଦର କାରଣ ଭୟାଲୁ ବୋଲି ଭାବନ୍ତୁ ନାହିଁ !ପରମେଶ୍ୱରଙ୍କର ଦୃଷ୍ଟିରେ ଶାନ୍ତି ଓ ନିଶବ୍ଦ ବହୁମୂଲ୍ୟ ଅଳଙ୍କାର ନୁହେଁ କି ? ହାନ୍ନାଙ୍କର କାହାଣୀ ଆମେ ପିଲାମାନଙ୍କୁ ଶିକ୍ଷା ଦେଲୁ !ବର୍ତ୍ତମାନ ହାନ୍ନାଙ୍କ ଠାରୁ ନିଶବ୍ଦକୁ ଆମେ ଶିକ୍ଷା ପାଇବା !
- ଶ୍ରୀମତୀ ହେଭେନ ସନ୍ତୋଷ
ପ୍ରାର୍ଥନାର ଅଂଶ :-
ଗେତସମୋନି କେନ୍ଦ୍ରକୁ ଆସି ପ୍ରତିଦିନ ମଧ୍ୟାହ୍ନ ଭୋଜନ ନେଉଥିବା ଲୋକେ ଯୀଶୁଙ୍କ ପ୍ରେମ ଗ୍ରହଣ କରିବାକୁ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.