By Village Missionary Movement
Thursday, 08-Jul-2021ଆଜିର ବାକ୍ୟ (Oriya) 08-07-2021 (Bible Characters Special)
ଦବୋରା
“ତହିଁରେ ଆମ୍ଭେ ଯାବୀନ୍ର ସେନାପତି ସୀଷରାକୁ ଓ ତାହାର ରଥ ଓ ଜନତାକୁ କୀଶୋନ୍ ନଦୀ ନିକଟକୁ ତୁମ୍ଭ ନିକଟକୁ କଢ଼ାଇ ଆଣିବା ଓ ଆମ୍ଭେ ତାହାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା।“ - ବିଚାରକର୍ତ୍ତା 4:7
ଆଜିର ଧ୍ୟାନରେ ମୁଁ ଦବୋରା ତୁମ୍ଭ ସହ କଥା ହେବାକୁ ଆସୁଅଛି !ମୁଁ ଏହି ପବିତ୍ର ବାଇବଲର ଜଣେ ନାରୀ !ଦବୋରା ନାମକ ମୋ ନାମର ଅର୍ଥ ମହୁମାଛି !ମୁଁ ମହୁମାଛି ପରି ସକ୍ରିୟ ଅଟେ !ମୋର ସ୍ୱାମୀ ଲପପିଦୋତ !ଆମ୍ଭେ ଇଫ୍ରୟିମର ପର୍ବତମୟ ଦେଶସ୍ଥିତ ରାମା ଓ ବେଥେଲ୍ ମଧ୍ୟରେ ଥିବା ଦବୋରା ନାମକ ଖର୍ଜ୍ଜୁରବୃକ୍ଷ ମୂଳେ ବାସ କଲୁ !
ପରିବାର ଅଧିନାୟୀକା ଭାବେ ମୋର ଦାୟିତ୍ୱ ଓ ଵିଧିବିଧାନକୁ ଶୀଘ୍ର ଶେଷ କରି ପ୍ରତିଦିନ ଖର୍ଜ୍ଜୁରବୃକ୍ଷ ମୂଳେ ଆସି ବସିବି !ତାପରେ ଲୋକମାନଙ୍କର ସମସ୍ୟାକୁ ପ୍ରଭୁଙ୍କର ସାହାଯ୍ୟରେ ନ୍ୟାୟବିଚାର କରି ନ୍ୟାୟ ଦିଏ !ଇଶ୍ରାଏଲ ମାନଙ୍କ ଶୋହଳ(16) ଜଣ ବିଚାରକର୍ତ୍ତାଙ୍କ ମଧ୍ୟରେ ମୁଁ କେବଳ ଜଣେ ହିଁ ମହିଳା ବିଚାରକର୍ତ୍ତୀ ଅଟେ !ପବିତ୍ର ଗ୍ରନ୍ଥରେ ସାତ (7)ଜଣ ମହିଳା ଭବିଷ୍ୟତବକ୍ତିଙ୍କ ମଧ୍ୟରେ ମୁଁ ଜଣେ !ଯାଵୀନ୍ ନାମକ କିଣାନୀୟ ରାଜା କୋଡିଏ (20)ବର୍ଷ ପରମେଶ୍ୱରଙ୍କ ସନ୍ତାନ ହୋଇଥିବା ଆମକୁ କଠୋର ଦୌରାତ୍ମ କଲା !ଆମ୍ଭେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରିବାରୁ ସଦାପ୍ରଭୁ ବାରକକୁ ରାଜା ରୂପେ ଅଭିଷେକ କଲେ !ମାତ୍ର ବାରକ ଯୁଦ୍ଧକୁ ଭୟ କରି କହିଲା, ତୁମ୍ଭେ ମୋ ସହିତ ଆସିଲେ ହିଁ ମୁଁ ଯିବି !ମୁଁ ତାହାଙ୍କ ସହ ଗଲି !ଆମ୍ଭେ ଯୁଦ୍ଧରେ ବିଜୟୀ ହେବା ଦ୍ଵାରା ସଦାପ୍ରଭୁଙ୍କୁ ସ୍ତବ ଗାନ କରି ସ୍ତୁତି କଲୁ !ମୋତେ ସବୁବେଳେ ସଦାପ୍ରଭୁଙ୍କୁ ସ୍ତୁତି କରିବା ସ୍ତବ ଗାନ କରିବା ଇଚ୍ଛା !
ମୁଁ ଇଶ୍ରାଏଲ ମାନଙ୍କ ବିଚାରକର୍ତ୍ତୀ ଥିବା ବେଳେ ଚାଳିଶି (40)ବର୍ଷ ପରମେଶ୍ୱରଙ୍କର ଦେଶ ନିର୍ମଳ ହୋଇଥିଲା !ମୁଁ ଲୋକଙ୍କ ଇଚ୍ଛା ଓ କାର୍ଯ୍ୟକୁ ଉପକାର କରିବାକୁ ପରମେଶ୍ୱର ମୋ ହସ୍ତକୁ ସବଳ କଲେ !କଠୋର ଦୌରାତ୍ମ ଯାଵୀନ୍ କୁ ଲୋକମାନେ ଭୟ କରି ଗ୍ରାମ ପରିତ୍ୟାଗ କରି ଚାଲିଗଲେ !ସେମାନଙ୍କୁ ପୁନଃବାର ଡାକି ଆଣି ସେମାନଙ୍କୁ ସେମାନଙ୍କର ଗ୍ରାମ ଗୁଡିକରେ ସ୍ଥାୟୀ କଲୁ !ପରମେଶ୍ୱରଙ୍କର ଶକ୍ତିରେ ଏହିପରି ଅନେକ ଉପକାର ଲୋକଙ୍କୁ କରିବା ଦ୍ଵାରା ସେମାନେ ମୋତେ ମାତା ଦବୋରା ବୋଲି ଡାକୁଥାନ୍ତି !
ମୋର ପ୍ରିୟ ଭାଇ ଓ ଭଉଣୀଗଣ, ପରମେଶ୍ୱରଙ୍କର ନିମନ୍ତେ କାର୍ଯ୍ୟ କରିବାକୁ ତତପର ହୁଅ !ପରିସ୍ଥିତି ଅନୁଉପଯୋଗୀ ଅଛି କି ? ମୋର ଜୀବନରେ ମଧ୍ୟ ଅନୁକୂଳ ପରିସ୍ଥିତି ଅଛି ତ !ପରିବାରର ଦାଇତ୍ୱ, ପ୍ରତିଦିନ କର୍ମ ମୋର ଅଛି !ସେଗୁଡିକୁ ଯୋଜନା କରି ପରମେଶ୍ୱରଙ୍କର ନିମନ୍ତେ ତତପର ହୋଇ ସେହି କାର୍ଯ୍ୟ ମଧ୍ୟ ଉଚ୍ଚାହର ସହିତ ନେଲି !ପରମେଶ୍ୱରଙ୍କର ନିମନ୍ତେ ତତପର ହୋଇଥିବା ଯେକୌଣସି ଲୋକ ନିରାଶା ହୋଇ ନାହାନ୍ତି !ଦୁର୍ବଳ ବସ୍ତୁ ହୋଇଥିବା ନାରୀକୁ ପରମେଶ୍ୱର ତାଙ୍କ ଇଚ୍ଛା ଅନୁଯାୟୀ ବ୍ୟବହାର କରିବେ ବୋଲି କହିଥିବା ବାକ୍ୟ ସତ୍ୟ ଅଟେ !ହଁ ପରମେଶ୍ୱର ତୁମ୍ଭ ଦ୍ଵାରା ଚାରିଆଡେ ରହିଥିବା ଗ୍ରାମ ଗୁଡିକୁ ଉଦ୍ଧାର କରିବାକୁ ପ୍ରସ୍ତୁତ ହୋଇଅଛନ୍ତି !ଜାଗି ଉଠିବ କି ? ମୁଁ ଇଶ୍ରାଏଲ ମାନଙ୍କୁ ମାତା ହୋଇଥିବା ପରି ତୁମ୍ଭେ ଭାରତୀୟଙ୍କୁ ମାତା ହୋଇ ପରିବର୍ତ୍ତନ କରିବାକୁ ଅଭିନନ୍ଦନ ଜଣାଉଛି !
- ଶ୍ରୀମତୀ ଯାବା ଡେଭିଡ ଗାଣେଶନ୍
ପ୍ରାର୍ଥନାର ଅଂଶ :-ଲକଡାଉନ ଯୋଗୁ ବିଦ୍ୟାଳୟକୁ ଯାଇ ନ ପାରି ଘରେ ରହିଥିବା ପିଲାମାନଙ୍କ ଉଦ୍ଧାର ଓ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.