Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-07-2021 (Bible Characters Special)
Share:

By Village Missionary Movement

Tuesday, 06-Jul-2021

ଆଜିର ବାକ୍ୟ (Oriya) 06-07-2021 (Bible Characters Special)

 

ଯୋକେବଦ

 

"ତେବେ ଫାରୋଙ୍କର କନ୍ୟା ତାହାଙ୍କୁ କହିଲା, ତୁମ୍ଭେ ଏ ବାଳକକୁ ନେଇ ମୋ’ ନିମନ୍ତେ ସ୍ତନ୍ୟପାନ କରାଅ;..."। - ଯାତ୍ରା ପୁସ୍ତକ 2:9

 

କାନାନ ଦେଶରେ ଘୋର ଅଭାବ ଦେଖାଯିବାରୁ ଜୀବନଯାପନ ନିମନ୍ତେ ଯୋଶେଫଙ୍କ ଦ୍ଵାରା ମିସର ଦେଶକୁ ନିଆ ଯାଇଥିବା ଯାକୁବଙ୍କ ପରିବାରରୁ ଲେଵୀ ଜଣେ !ଲେଵୀଙ୍କର ବୃଦ୍ଧା ଅବସ୍ଥାରେ ଜନ୍ମ ନେଇଥିବା କନ୍ୟା ଏହି ଯୋକେବଦ !ଯୋକେବଦ ଅର୍ଥାତ ସଦାପ୍ରଭୁଙ୍କର ମହିମା !ଅମ୍ରାମ୍‍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା !ତୃତୀୟ ସନ୍ତାନ ଯୋକେବଦଙ୍କର ଗର୍ଭରେ ଥିବାବେଳେ ମିସର ରାଜା ଆଜ୍ଞା କଲେ, ସମସ୍ତ ଜନ୍ମ ନେଇ ଥିବା ପୁତ୍ର ସନ୍ତାନଙ୍କୁ ବଧ କରାଯାଉ !ଏହି ଦୁର୍ଦଶା ପରିସ୍ଥିତିରେ ଆଉ ଏକ ସନ୍ତାନ ମୋର ଏକ ପୁତ୍ର ଓ କନ୍ୟା ସନ୍ତାନ ଅଛନ୍ତି ଏହା ଥିଲେ ଥାଉ ନ ହେଲେ ନାହିଁ ବୋଲି ସହଜରେ ଆଲୋଚନା କରିନାହାନ୍ତି !ମୋଶାଙ୍କୁ ତିନି ମାସ ଉତ୍ତାରେ ଆଉ ଗୋପନ କରି ନ ପାରି, ସେ ପରମେଶ୍ୱରଙ୍କର ନିକଟରେ ବିଶ୍ୱାସ କରି, ଗୋଟିଏ ନଳନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନୀଳ ନଦୀ ତୀରସ୍ଥ ନଳବନରେ ରଖିଲେ।ସମସ୍ୟାକୁ ସମ୍ମୁଖୀନ କରିବା ବିଶ୍ୱାସ, ଭୟକୁ ଦୂର କରିବା ବିଶ୍ୱାସ, ଆଜ୍ଞାବହତାର ବିଶ୍ୱାସ ଯୋକେବଦ ଠାରେ ଦେଖାଗଲା !

 

ଫାରୋଙ୍କର କନ୍ୟା ଦ୍ଵାରା ମୋଶାଙ୍କୁ ଲାଳନପାଳନ କରିବାକୁ ସୁଯୋଗ ମିଳିଲା !ବିଶ୍ୱସ୍ତ ଲୋକଙ୍କୁ ପରମେଶ୍ୱର ପରିତ୍ୟାଗ କରନ୍ତି କି ? ସନ୍ତାନମାନଙ୍କୁ ପରମେଶ୍ୱର ଆମକୁ ଦେଇଥିବା ପୁରସ୍କାର ତ !ସେମାନଙ୍କୁ ଟଙ୍କା ଦେବା ବଦଳରେ ସମୟ ଦେବା ଗୁରୁତ୍ୱ !ସେ ତାଙ୍କ ପୁତ୍ରକୁ କ୍ଷୀର ଦେଇ ବଢ଼ାଇବା ଅପେକ୍ଷା ଜୀବନ୍ତ ସଦାପ୍ରଭୁଙ୍କର ଜ୍ଞାନ ଦେଇ ବଢ଼ାଇଲା !ସେଥିପାଇଁ ମୋଶା ରାଜଭବନର ଆଡମ୍ବର ଠାରୁ ପ୍ରଭୁଙ୍କର ଇଚ୍ଛା ଜାଣିବା, ଓ ପାପର ଆନନ୍ଦ ଅନୁଭବ କରିବା ଅପେକ୍ଷା ନିନ୍ଦା ହିଁ ଅନୁଭବ କରିବା ଉତ୍ତମ ବୋଲି ଜାଣିପାରିଲା !ପବିତ୍ର ଗ୍ରନ୍ଥର ପ୍ରଥମ ପାଞ୍ଚଟି ପୁସ୍ତକ ଲେଖିଥିବା ମୋଶାଙ୍କୁ ସଦାପ୍ରଭୁଙ୍କର ଜ୍ଞାନ କେଉଁଠାରୁ ଆସିଥିବ ?  

 

ପ୍ରତ୍ୟେକ ମାତା ତାଙ୍କ ସନ୍ତାନମାନଙ୍କୁ ଅଭିବୃଦ୍ଧି କରିବା କବିତା, ମାଆ କୋଳ ସନ୍ତାନକୁ ଶ୍ରେଷ୍ଠତମ କୋଳ !ପ୍ରିୟ ପିତାମାତା, ତୁମ୍ଭ ସନ୍ତାନମାନଙ୍କୁ କିପରି ଲାଳନପାଳନ କରୁଛ ? ଯୋକେବଦଙ୍କର ସଦୃଶ୍ୟ ଆମ ସନ୍ତାନମାନଙ୍କୁ ସଦାପ୍ରଭୁଙ୍କର ଜ୍ଞାନ ଶିକ୍ଷାଉଛୁ କି ? ଯୋକେବଦ ତାର ସନ୍ତାନମାନଙ୍କୁ ଲାଳନ ପାଳନ କରିବା ବିଧାନକୁ ଦେଖନ୍ତୁ ! !ହାରୋଣ ଇଶ୍ରାଏଲର ପ୍ରଥମ ପ୍ରଧାନମନ୍ତ୍ରୀ !ମୋଶା ଇଶ୍ରାଏଲ ଜନତାଙ୍କ କ୍ରିତଦାସ ଠାରୁ ଉଦ୍ଧାର କରି କାନାନକୁ ନେଇଥିବା ଶାନ୍ତିର ଅଧିନାୟକ !ଫାରୋ ରାଜାଙ୍କର ଠାରେ ଦାସତ୍ଵ ହୋଇ ଥିବା ପରମେଶ୍ୱରଙ୍କ ଲୋକଙ୍କୁ ଉଦ୍ଧାର କରିବାକୁ ପରମେଶ୍ୱରଙ୍କୁ ମୋଶା ଉପଯୋଗୀ ହେଲେ !ନିତ୍ୟ ନର୍କକୁ ଯାଉଥିବା ଆତ୍ମାମାନଙ୍କୁ ହଠାଇବାକୁ ପରମେଶ୍ୱରଙ୍କର ଉପଯୋଗୀ ସନ୍ତାନ ପରି, ତୁମ୍ଭର ସନ୍ତାନମାନେ ରହିଥାଇ ପାରନ୍ତି, କିଏ ଜାଣିଛି ? ବିଶ୍ୱାସୀନି ଏକ ମାତାଙ୍କ ପରି ଆମ ହସ୍ତରେ ସମର୍ପଣ କରିଥିବା ସନ୍ତାନମାନଙ୍କୁ ଲାଳନ ପାଳନ କରିବାକୁ ପ୍ରଭୁ ଆମକୁ କୃପା କରନ୍ତୁ !ଆମେନ୍ !

- ଶ୍ରୀମତୀ ଜେବା ଡେଭିଡ ଗାଣେଶନ୍

 

ପ୍ରାର୍ଥନାର ଅଂଶ :-

ମାଦକ ଦ୍ରବ୍ୟରେ ଦାସତ୍ଵ ହୋଇଥିବା ଲୋକଙ୍କର ମୁକ୍ତି ନିମନ୍ତେ ଆରମ୍ଭ କରାଯାଇଥିବା ପ୍ରାର୍ଥନା କେନ୍ଦ୍ର ନିମନ୍ତେ ପ୍ରାର୍ଥନା କରିବା!

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al