Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-07-2021 (Bible Characters Special)
Share:

By Village Missionary Movement

Monday, 05-Jul-2021

ଆଜିର ବାକ୍ୟ (Oriya) 05-07-2021 (Bible Characters Special)

 

ଇସାହାକ

 

"ସେତେବେଳେ ଇସ୍‍ହାକ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନି ଯାଇ ତାହାକୁ ବିବାହ କଲା; ପୁଣି, ସେ ତାହାକୁ ପ୍ରେମ କଲା।” ତହିଁରେ ଇସ୍‍ହାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା।“ - ଆଦି ପୁସ୍ତକ 24:67

 

ଆମ ବିଶ୍ୱାସର ପିତା ହୋଇଥିବା ଅବ୍ରାହାମ ଓ ସାରା ଦମ୍ପତିଙ୍କୁ ବୃଦ୍ଧ ଓ ଗତବୟସ୍କରେ ଜନ୍ମ ହୋଇଥିବା ପୁତ୍ର ହିଁ ଇସାହାକ !ଏହାଙ୍କର ବିବାହ ହେବା ପୂର୍ବରୁ ହିଁ ତାଙ୍କ ମାତା ସାରା ମୃତ୍ୟୁବରଣ କରିଥିଲା !ଚାଳିଶି ବର୍ଷରେ ବିବାହ କରିଥିବା ଇସାହାକ ରିବିକାକୁ ସର୍ବଦା ପ୍ରେମ କଲା !ଏହାଙ୍କର ପରିବାର ଦମ୍ପତିରୁ ଆମେ ଶିକ୍ଷା ପାଇବାର କାର୍ଯ୍ୟ ଓ ତ୍ୟାଗ କରିବାର କାର୍ଯ୍ୟକୁ ଆଜି ଧ୍ୟାନ କରିବା କି ? 

 

ଶିକ୍ଷା ପାଇବା କାର୍ଯ୍ୟ :-ଇସାହାକ ଜଣେ ପ୍ରାର୍ଥନାକାରି ମଣିଷ ଭାବେ ଅଛନ୍ତି !ବିବାହ ହେବା ପୂର୍ବରୁ ହିଁ ସେ ଯୌବନ ଥିବା ଦିନମାନଙ୍କରେ ସନ୍ଧ୍ୟା ବେଳେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲା (ଆଦି ପୁସ୍ତକ :-24:63)!ପ୍ରତିଦିନ ତାଙ୍କର ପ୍ରାର୍ଥନା ଜୀବନ ବଡୁ ଥାଏ !ଏମାନଙ୍କୁ କୋଡିଏ ବର୍ଷ ହେବ ସନ୍ତାନ ନାହାନ୍ତି !ହେଲେମଧ୍ୟ ସ୍ତ୍ରୀଙ୍କୁ ନିଚ କରି ନାହିଁ !ଅନ୍ୟମାନଙ୍କ ନିକଟରେ ତାଙ୍କ ପରିବାରର ତ୍ରୁଟିକୁ କହି ନାହାନ୍ତି !ସେହି ସ୍ତ୍ରୀ ସନ୍ତାନ ବିହୀନ ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ (ଆଦି ପୁସ୍ତକ :-25:21) !ସଦାପ୍ରଭୁ ପ୍ରାର୍ଥନା ଶ୍ରବଣ କଲେ !ହଁ ଆମ ପରିବାର ଜୀବନରେ ମଧ୍ୟ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ସାଙ୍ଗ ସାଥୀ କି, ବନ୍ଧୁବାନ୍ଦବ କି ନା କାହିଁକି ଆପଣଙ୍କ ପିତାମାତା ହସ୍ତ କ୍ଷେପ

 

କରିବାକୁ ହେବ ନାହିଁ !ସଦାପ୍ରଭୁଙ୍କର ନିକଟରେ ହିଁ କେବଳ କାର୍ଯ୍ୟ ସବୁ ଜଣାଇବାକୁ ହେବ !ଆମ ମଧ୍ୟରେ କେତେ ଜଣ ସ୍ତ୍ରୀ ଓ ପୁରୁଷ ବିବାହ ଦିନକୁ ଛାଡି ଆଜି ପର୍ଯ୍ୟନ୍ତ ପ୍ରେମ କରୁଅଛୁ ? ସ୍ତ୍ରୀ ସନ୍ତାନ ବିହୀନ ହୋଇ ଥାଇ ପାରେ, ଦୁର୍ବଳ ହୋଇଥାଇ ପାରେ, ନାଇତ ସ୍ୱାମୀ ସର୍ବଦା ବେକାରୀ ହୋଇଥାଇ ପାରେ !ହେଲେମଧ୍ୟ ପରମେଶ୍ୱର ଦେଇଥିବା ଜୀବନ ସାଥୀକୁ ସମ୍ପୂର୍ଣ ପ୍ରେମରେ ପ୍ରେମ କରୁଛୁ କି ? ନିଜେ ଆଲୋଚନା କରିଦେଖିବା କି ? ଆଉ ଇସାହାକ ସ୍ତ୍ରୀ ସହିତ ସମୟ ବିତାଇଲା !ଏହି ଦିନରେ ଆମ ସମୟ ପୂର୍ଣ୍ଣ କରିବାକୁ ଅନେକ କାର୍ଯ୍ୟ ଅପେକ୍ଷାରେ ଅଛି !ଟି. ବି, ସେଲଫୋନ, ଖବର କାଗଜ ଏଠି ନିମୋଜିତ ହୋଇ ସ୍ୱାମୀମାନେ ଦେଖା ଯାଉଛନ୍ତି !ତୁମ୍ଭ ଶରୀରର ଅର୍ଦ୍ଧଅଂଶ ହୋଇଥିବା ଜୀବନ ସାଥୀ ସହ ସମୟ ଦିଅନ୍ତୁ !ତାହା ହିଁ ପରିବାର ବୋଝ ବହନ କରୁଥିବା ସ୍ତମ୍ଭ ସଦୃଶ୍ୟ !

 

ପରିତ୍ୟାଗ କରିବା କାର୍ଯ୍ୟ :-ଏହି ଦମ୍ପତି ସନ୍ତାନମାନଙ୍କୁ ଲାଳନ ପାଳନ କରିବାରେ ପକ୍ଷପାତରେ ରହିଛନ୍ତି !ଏସୌ ପିତାଙ୍କର ସନ୍ତାନ ହେଲେ ଯାକୁବ ମାତାଙ୍କର ସନ୍ତାନ ବୋଲି ତାଙ୍କ ଦ୍ଵାରା ହିଁ ଗ୍ରହଣ ଯୋଗ୍ୟ ହେଲେ !ଏହା ଦ୍ଵାରା ପରିବାରରେ ଏକ ବଡ଼ ବିବାଦ ସୃଷ୍ଟି ହେଲା !ଆମେ ଆମ ସନ୍ତାନମାନଙ୍କୁ ସମାନ ଭାବେ ପ୍ରେମ କରିବା !ପାଞ୍ଚଟି ଆଙ୍ଗୁଠି ସମାନ ନ ଥିବା ସଦୃଶ୍ୟ, ସନ୍ତାନମାନେ ପ୍ରତିଜଣ ଭିନ୍ନ ଭିନ୍ନ ଥିବା ସାଧାରଣ !ହେଲେମଧ୍ୟ ସେମାନଙ୍କୁ ସମାନ ଭାବେ ପ୍ରେମ କରି, ଆଶୀର୍ବାଦ ସମାନ ଭାବେ ବାଣ୍ଟିବା ହିଁ ଆମେ ପରିବାରକୁ ଦେଉଥିଲେ ଅନୁଗ୍ରହ !ଆମ ପରିବାର ଆଶୀର୍ବାଦ ହେବାକୁ ପ୍ରେମରେ ଉଛୁଳିତ ହେବାକୁ ସଦାପ୍ରଭୁ ଦୟା କରନ୍ତୁ !

- ଶ୍ରୀମତୀ ଆହାତା ଶାମୂଏଲ 

 

ପ୍ରାର୍ଥନାର ଅଂଶ :-

ଆମ ସେବାକୁ ପ୍ରାର୍ଥନାରେ ଆର୍ଥିକ ସାହାଯ୍ୟରେ ସହଯୋଗ କରୁଥିବା ସହଯୋଗୀ ପରିବାରକୁ ସଦାପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al