Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-07-2021 (Kids Special)
Share:

By Village Missionary Movement

Sunday, 04-Jul-2021

ଆଜିର ବାକ୍ୟ (Oriya) 04-07-2021 (Kids Special)

 

ପର୍ବତ ଉପରେ ହୋଇଥିବା ଆଚର୍ଯ୍ୟ

 

"…କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି ।" - ଦ୍ୱିତୀୟ କରନ୍ତିୟ 9:7

 

ତାହା ଏକ ଅରଣ୍ୟ ଅଞ୍ଚଳ !ସେଠାରେ ଦୋଳ ଦୋଳ ହୋଇ ଲୋକମାନେ ବସି ବହୁତ ଆଗ୍ରହରେ ଯୀଶୁଙ୍କର ପ୍ରଚାର କରୁଥିବା ବାକ୍ୟକୁ ଶୁଣୁଥାନ୍ତି !ସେଠାରେ ଥିବା ଏକ ଛୋଟ ପର୍ବତ ଉପରେ ଆମ ଯୀଶୁ ବସି ସେମାନଙ୍କୁ ଦୟା ବିଚାରି ତାଙ୍କ ସହ କଥା ହେଉଥାନ୍ତି !ଛୋଟପିଲାମାନେ ମଧ୍ୟ ଦୁଷ୍ଟ ନ ହୋଇ ଯୀଶୁଙ୍କର ବାକ୍ୟକୁ ଶ୍ରବଣ କରୁଥାନ୍ତି !ସମୟ ଗଡୁ ଗଡୁ ସମସ୍ତଙ୍କର ଭୋକ ହେବା ଆରମ୍ଭ ହେଲା !ଛୋଟପିଲାମାନେ ସମସ୍ତେ ସ୍ୱଳ୍ପ ଭାବେ କାନ୍ଦିବାକୁ ଆରମ୍ଭ କଲେ !ସେତେବେଳେ ଯୀଶୁ ବାପା ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଫିଳିପଙ୍କୁ ଡାକି କହିଲା ଏମାନଙ୍କ ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୋଟି କିଣିବା ?ଫିଳିପ ଉତ୍ତର କଲେ, ପ୍ରଭୁ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକମାନେ ଅଛନ୍ତି !ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଶହେ ଟଙ୍କାର ରୋଟି ଯଥେଷ୍ଟ ନୁହେଁ !ସେତେବେଳେ ଆନ୍ଦ୍ରଇୟ ଭାଇ ଲୋକଙ୍କ ମଧ୍ୟରେ ଥାଇ ଏକ ଛୋଟ ବାଳକକୁ ଧରି ଯୀଶୁଙ୍କର ନିକଟକୁ ଆସି କହିଲା, ଏହି ବାଳକଙ୍କ ଠାରେ ପାଞ୍ଚଟି ରୋଟି ଓ ଦୁଇଟି ଭଜା ମାଛ ଅଛି !ସେ ଦୁଇଟି ଜଳଖିଆ କେରେଯ ହାତରେ ଧରି ହସି ହସି ଆସି ଯୀଶୁଙ୍କୁ ଦେଲା !ଦୋଳ ହୋଇଥିବା ଲୋକ ଧୀରସ୍ଥିରରେ ତାଙ୍କ ପିଲାମାନଙ୍କ କାନରେ କିଛି କହିଲେ !ଜଣେ ମାଆ ତାଙ୍କ ପୁତ୍ରଙ୍କ ସହ କହିଲା, ତୁମ୍ଭ ପାଖରେ ଥିଲେ ତୁମ୍ଭେ ଦେବ କି ? କିଏ ସେ ବାବୁ ? କେତେ ଭଲ ପିଲା !ମାତ୍ର ଏହା ପାଞ୍ଚ ହଜାର ଲୋକଙ୍କୁ ଦେବାକୁ କଅଣ ହେବ କି ? ହେବ ନାହିଁ ତ ? ତେବେ ଯୀଶୁ ରୋଟି ଓ ମାଛକୁ ହାତରେ ଧରି ଆକାଶ ଆଡକୁ ଅନାଇ ପ୍ରାର୍ଥନା କରି ତାହା ଶିଷ୍ୟମାନଂକୁ ଦେଇ କହିଲେ, ସମସ୍ତଙ୍କୁ ଧାଡିରେ ବସାଇ ଏହି ଖାଦ୍ୟକୁ ବାଣ୍ଟି ଦିଅ !ଶିଷ୍ୟମାନେ ସେହିଭଳି କଲେ !କଣ ଏତେ ବଡ଼ ଆଚର୍ଯ୍ୟ !ସେମାନେ ଯେତେ ଚାହିଁଲେ ସେତେ ଦେଲେ !କିନ୍ତୁ ରୋଟି ଓ ମାଛ କମୁ ନ ଥାଏ !ମାଛ ଇଚ୍ଛା ହେଉଥିବା ସମସ୍ତେ ଖାଇଲେ !ସମସ୍ତେ ପରିତୃପ୍ତ ହୁଅନ୍ତେ, ଆଉ ବଳକା ବାର ଟୋକାଇ ପୂର୍ଣ୍ଣ କଲେ !ସେହି ଛୋଟ ବାଳକକୁ ଦେଖିବା ଲୋକ ସମସ୍ତେ ତାଙ୍କ ହାତ ଧରି ପ୍ରଶଂସା କଲେ !ଆଉ କିଛି ଲୋକ ତାଙ୍କ ଗାଲକୁ ପ୍ରେମରେ ଧରି ଚୁମ୍ବନ କଲେ !ଆଉ କେତେକ ବାପା ପରି ଲୋକ କାନ୍ଦକୁ ଆଉସି ଅତି ଉତ୍ତମ କହିଲେ !ତୁମ୍ଭେ ଗୋଟିଏ ବି ନ ରଖି ସବୁ ଦେବାକୁ କିପରି ତୁମ୍ଭର ମନ ଆସିଲା ବୋଲି ସମସ୍ତେ ତାଙ୍କୁ ପ୍ରଶଂସା କଲେ !

 

ଛୋଟ ପିଲାମାନେ, ତୁମ୍ଭେ ମଧ୍ୟ ଯୀଶୁବାପାଙ୍କୁ ଦେଇ ପାର !କଣ, କିପରି, କେଉଁଠି, କେମିତି ଦେବାକୁ ହେବ ବୋଲି ପଚାରୁଛନ୍ତି କି ? ଗୋଟିଏ ମାଟିର ରୁକକୁ କିଣି ସେଥିରେ ତୁମ ପିତାମାତା ଦେଉଥିବା ପକେଟ ମୋନିକୁ ସେଥିରେ ପୁରାଇ ତାହାକୁ ଆମ ଠାରୁ ପରିଶ୍ରମ କରିବା ଲୋକଙ୍କୁ, ପାଠ ନ ପଡି ପାରିବା ଲୋକଙ୍କୁ, ଦେଇ ପାରିବା !କେବଳ ସେତିକି ନୁହେଁ ତୁମ୍ଭ ଗାଁକୁ ସେବା କରିବାକୁ ଆସୁଥିବା ସେବକକୁ ଦେଇ ସେବା ନିମନ୍ତେ ବ୍ୟବହାର କରନ୍ତୁ ବୋଲି କହି ପାରିବା !ଅଳ୍ପ ଟଙ୍କା ତ ଏହା କିପରି ଦେବି କହି ଆଲୋଚନା କରନ୍ତୁ ନାହିଁ !ପାଞ୍ଚଟି ରୋଟି ଓ ଦୁଇଟି ମାଛ ତ ସମସ୍ତଙ୍କୁ କଅଣ ହେବ କହି ସେହି ଛୋଟ ବାଳକ ଆଲୋଚନା କରି ନାହିଁ !ଯୀଶୁଙ୍କ ହସ୍ତରେ ସମର୍ପଣ କଲେ ତାହାହିଁ ଆଶୀର୍ବାଦ ହେବ !କଣ ମାଟିର ରୁକ କିଣିବାକୁ ପ୍ରସ୍ତୁତ କି ? 

 

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ 9444011864ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş