Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-07-2021 (Bible Characters Special)
Share:

By Village Missionary Movement

Friday, 02-Jul-2021

ଆଜିର ବାକ୍ୟ (Oriya) 02-07-2021 (Bible Characters Special)

 

ଅବ୍ରାହମ 

 

“ଏଣୁ ଅବ୍ରାମ ଲୋଟଙ୍କୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭ ଆମ୍ଭ ମଧ୍ୟରେ, ପୁଣି, ତୁମ୍ଭର ପଶୁପାଳକ ଓ ମୋହର ପଶୁପାଳକମାନଙ୍କ ମଧ୍ୟରେ ବିବାଦ ନ ହେଉ, କାରଣ ଆମ୍ଭେମାନେ ଭାଇ।“ - ଆଦି ପୁସ୍ତକ 13:8

 

ବନ୍ଧୁତ୍ୱ ନା ସମ୍ପତି ବୋଲି ନିର୍ଣ୍ଣୟ କରିବାକୁ ଆସି ଯଜ୍ଞବେଦୀ ନିକଟରେ ଅବ୍ରାହମଙ୍କର ସମୁଖରେ ଲୋଟ ଠିଆ ହୋଇଛନ୍ତି !ମିସର ଦେଶ ଛାଡି ଆସିବା ସମୟରେ ଅବ୍ରାମ ସହ ତାଙ୍କ ଭାଇ ଲୋଟ ମଧ୍ୟ ଆସିଲା !ଅବ୍ରାମ ପଶୁ ଓ ସୁନା ରୂପାରେ ଅତିଶୟ ଧନବାନ ଥିଲେ। ଅବ୍ରାମଙ୍କର ସଙ୍ଗୀ ଲୋଟଙ୍କର ମଧ୍ୟ ଅନେକ ଅନେକ ମେଷ, ଗୋରୁ ଓ ତମ୍ବୁ ଥିଲା।ଦୁଇ ଜଣଂକର ତମ୍ବୁ ନିକଟ ନିକଟ ହୋଇଥିଲା !ଏପରି ଏକାଠି ବାସ କରୁଥିବା ଦିନରେ, ଦିନେ ତାଙ୍କ ବାସରେ ବିବାଦ ଆସିଲା !ଏତେ ଦିନଏକାଠି ବାସ କରୁଥିବା ଏମାନଂକ ସହିତ ସମସ୍ୟା ଦେଖାଦେଲା !ଏକାଠି ରହିଥିବା କିଣାନିୟ ଓ ପିରିଜିୟ ବଡ଼ ଭୂମିକମ୍ପ ଦେଖାଦେବ ବୋଲି ଭାବିଲେ ! ମାତ୍ର ଏଠାରେ ଛୋଟ ବାଣ ମଧ୍ୟ ଫୁଟି ନାହିଁ !ଅବ୍ରାହମ ସର୍ବଦା ଲୋଟଙ୍କ ସହିତ ଧୀରସ୍ଥିରରେ ସହାନୁଭୂତି ସହିତ କଥା ହେଲେ !ଆମେ ବନ୍ଧୁ ଅଟୁ,ଆମ ମଧ୍ୟରେ କଳହ ରହିବାକୁ ହେବ ନାହିଁ ! ଏତେ ବଡ଼ ପ୍ରଦେଶ ରହିଅଛି !ସେଥିପାଇଁ ତୁମ୍ଭେ ବାମକୁ ଯାଅ, ମୁଁ ଦକ୍ଷୀଣକୁ ଯାଏ, ନୋହିଲେ ତୁମ୍ଭେ ଦକ୍ଷୀଣକୁ ଯାଅ, ମୁଁ ବାମକୁ ଯାଏ ବୋଲି କହି ତାଙ୍କ ସହ ମିଶି ଆସିଥିବା ଲୋଟକୁ ସେ ପୃଥକ କରିଥିବା ସ୍ଥାନକୁ ତାଙ୍କୁ ଛାଡି ଦେଇ ଥିଲେ !ଲୋଟଙ୍କ ଠାରୁ ଅବ୍ରାହମ ବୟସରେ ଜୀବନ ଅନୁଭବରେ ବଡ଼ ହୋଇଥିବା ବେଳେ ତାଙ୍କର ମହତ୍ୱକୁ ପଛରେ ପକାଇ ବନ୍ଧୁତ୍ୱ ନ ଭାଙ୍ଗିବାକୁ ଦେଖିଲେ !

 

ମୋର ପ୍ରିୟ ବନ୍ଧୁଗଣ, ଆମ ବିଷୟରେ କଣ ? କାହାକୁ ଆମେ ଗୁରୁତ୍ୱ ଦେଉଛୁ ? ବନ୍ଧୁତ୍ୱକୁ କି ସମ୍ପତିକୁ ? ବନ୍ଧୁତ୍ୱକୁ ଅଭିନନ୍ଦନ କରୁଥିବା ବନ୍ଦନକୁ ଭାଙ୍ଗୁ ଥିବା ପରି ରହିଛୁ କି ? ଆମେ ଆଲୋଚନା କରି ଦେଖିବା !ବନ୍ଧୁତ୍ୱ ନିମନ୍ତେ ନିଜକୁ ନିଜେ ନତ ହୋଇ ପୁରାତନ ନିୟମରେ ଅବ୍ରାହମଙ୍କ ନିମନ୍ତେ ଭୁଲି ନ ଯାଇ ନୂତନ ନିୟମର ବହୁତ ସ୍ଥାନରେ ଲେଖାଯାଇଛି !ଆଜି ପର୍ଯ୍ୟନ୍ତ ତାଙ୍କ ବିଷୟରେ ଆମେ କଥା ହେଉଛୁ !ହଁ ଏହି ପୃଥିବୀ ଚିରନ୍ତନ ନୁହେଁ !ଆମ ଜୀବନକୁ ଗ୍ୟାରେଣ୍ଟି ନାହିଁ !ଆସନ୍ତା କାଲି ଆମର ନାହିଁ !ହେଲେ କାହିଁକି ଆମେ ପରିବାର ସହିତ ଯୁଦ୍ଧ କରୁଛୁ ? ଗୋଟିଏ ମାଆଙ୍କ ଗର୍ଭରେ ଜାତ ଅଟୁ !ଗୋଟିଏ ଗାଁରେ ଶତ୍ରୁ ହୋଇ ରହିବା କି ? ଅବ୍ରାହମଙ୍କୁ ମନେ ପକାଇବା !ଛାଡିଲେ ପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରି ବଞ୍ଚାଇବେ !ଆମେନ୍ !

 

ପ୍ରାର୍ଥନାର ଅଂଶ :-

ୱାଟ୍ସଅପ, ୟୁଟ୍ୟୁବରେ ପ୍ରତିଦିନ ଆସୁଥିବା ବାଇବଲ ଅଧ୍ୟୟନ ଦେଖି ଅନେକ ଆତ୍ମୀୟତା ପାଇବାକୁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş