Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-07-2021 (Bible Characters Special)
Share:

By Village Missionary Movement

Thursday, 01-Jul-2021

ଆଜିର ବାକ୍ୟ (Oriya) 01-07-2021 (Bible Characters Special)

 

ହେବଲ 

 

"ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି" - ଏବ୍ରୀ 11:4

 

ଗୋଟିଏ ପରିବାରରେ, ଗୋଟିଏ ଘରରେ, ସମାନ ପରିସ୍ଥିତିରେ ପରମେଶ୍ୱରଙ୍କ ବିଷୟରେ ଜାଣିଥିବା ଦୁଇଟି ସନ୍ତାନ ଥିଲେ !ଏପରି ଥିବା ସନ୍ତାନମାନଙ୍କର ଗୁଣଗାରିମା ଭିନ୍ନ ଭିନ୍ନ ରହିଥିଲା !ସେହି ଦୁଇ ଜଣ ଭାଇମାନେ ହିଁ କୟିନ ଓ ହେବଲ !ଏମାନେ ପୃଥିବୀର ପ୍ରଥମ ସନ୍ତାନ ଅଟନ୍ତି !ଏମାନେ ବଡୁଥିବା ବେଳେ ହେବଲ ମେଷ ପାଳକ ହେଲା ଓ କୟିନ ଜଣେ କୃଷକ ଅଟେ !

 

କିଛିଦିନ ପରେ ଦୁଇ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିରୁ ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ।ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ। ମାତ୍ର କୟିନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କୟିନ ତାଙ୍କ ଭାଇଙ୍କ ପ୍ରତି ଅତି କ୍ରୋଧ କରି ଦୁଃଖିତ ହେଲେ।ଏହେତୁ ଘୋର ହତ୍ୟାକାରୀ ଆତ୍ମା ଅଗଣାରେ ସିଦ୍ଧ ହୋଇ ଅଛି !ମାତ୍ର ହେବଲ ତାଙ୍କ ଭାଇଙ୍କ ଠାରୁ ମୁଁ ଶ୍ରେଷ୍ଠ କି ତାଙ୍କ ପ୍ରତି ଗର୍ବ କି ସେ ତାଙ୍କର କ୍ଷତି କରିବ ବୋଲି ସନ୍ଦେହ ମଧ୍ୟ କଲେ ନାହିଁ !ଏକ ମନା ହୃଦୟରେ ତାଙ୍କର ଭାଇଙ୍କ ସହିତ ଯାଉଛନ୍ତି !ମାତ୍ର କୟିନ ଇର୍ଷାରେ ଉଛୁଳି ପଡି ହେବଲଙ୍କୁ ହତ୍ୟା କରୁଛି !ହେବଲ ବିନାଶ ହେଲା !ଆଉ ମୋ ସହିତ ବିରୋଧୀ କେହି ନାହାନ୍ତି ବୋଲି କୟିନ ଭାବିଲା !ମାତ୍ର ବିନାଶ ହୋଇଥିବା ହେବଲ ପରମେଶ୍ୱରଙ୍କ ନିକଟକୁ ଗଲା !ମାତ୍ର କୟିନ ପରମେଶ୍ୱରଙ୍କ ନିକଟରୁ ଦୁରେଇ ଗଲା !

 

ପ୍ରିୟ ବନ୍ଧୁଗଣ ତାଙ୍କୁ ହତ୍ୟା କରିବାକୁ ସିଦ୍ଧ ହୋଇଥିବା କୟିନ ସନ୍ଦେହ ହୃଦୟ ରଖି ହେବଲର ଉତ୍ତମ ହୃଦୟକୁ ଦେଖନ୍ତୁ !ଏହି ହୃଦୟ ସିନା ଆମର ଆବଶ୍ୟକ !ହେବଲଙ୍କ ହୃଦୟ ପରମେଶ୍ୱରଙ୍କର ବିରୋଧୀ ହୋଇ କି ଗର୍ବିତ ହୋଇ ବିନାଶ ହୋଇ ନାହିଁ !କୟିନଙ୍କ ଜୀବନରେ ଆନନ୍ଦ ନ ଥିଲା !ଭାଇମାନଙ୍କ ସହିତ ରହିଥିବା ପ୍ରେମର ବନ୍ଦନ ଏହା !ହେବଲଙ୍କୁ ଏହି ଗୁଣ ଶିକ୍ଷା ଦେବା ନିମନ୍ତେ କେହି ନାହାନ୍ତି !ଆଉ ପ୍ରଭୁ ମୋର ପ୍ରତି ଇର୍ଷା କରିବେ, ମୋତେ ଅନୁଗ୍ରହ କରିବେ ନାହିଁ ବୋଲି ଏପରି ସବୁବେଳେ ସନ୍ଦେହରେ ଜୀବନଯାପନ କରନ୍ତୁ ନାହିଁ !ପାପ ବିହୁନ ନିଃସ୍କକପଟ ଜୀବନଯାପନ କରିବା !ପ୍ରଭୁଙ୍କୁ ବିଶ୍ୱାସ କରି ଜଗି ରହିବା !ତାଙ୍କ ଠାରେ ସମର୍ପିତ ହେଉଥିବା ଲୋକଙ୍କୁ ମଧ୍ୟ ତାଙ୍କ ନିକଟରେ ସମର୍ପଣ କରି ତାଙ୍କୁ ଆଦର କରି ବନ୍ଧୁ ବୋଲି ଡାକି ଥିବା ଯୀଶୁଖ୍ରୀଷ୍ଟଙ୍କ ସଦୃଶ୍ୟ ପ୍ରେମର ହୃଦୟ ଆମ ଠାରେ ମଧ୍ୟ ରଖନ୍ତୁ !

- ଭାଇ. କ୍ରିମ 

 

ପ୍ରାର୍ଥନାର ଅଂଶ :-

ଏହି ମାସ ସାରା ହେଉ ଥିବା ସେବା କାର୍ଯ୍ୟକୁ ପ୍ରଭୁଙ୍କର ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş