Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-06-2021
Share:

By Village Missionary Movement

Wednesday, 30-Jun-2021

ଆଜିର ବାକ୍ୟ (Oriya) 30-06-2021

 

ବଶିଭୂତାର ସତଗୁଣ 

 

“ତାହାଙ୍କ ମାତା ପରିଚାରକମାନଙ୍କୁ କହିଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା କର।“ - ଯୋହନ 2:5

 

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶ ଗ୍ରହଣ କରି ବିଜୟୀ ଲାଭ କରିଥିବା ସୈନିକମାନଙ୍କର ସାକ୍ଷାତକାର ପରୀକ୍ଷା କରାଗଲା !ସେଠାରେ ସୈନିକମାନେ ଯୁଦ୍ଧରେ କିପରି ଗୋଟିଏ ଦିନ ବିତାଇଲେ ତାହା ମନେ ପକାଇଲେ !ଜଣେ ସୈନିକ ଦିନ ସାରା, ଲୁଚିବା ଗାତରେ ଲୁଚିକି ରହିଥିଲା !ସେପଟରୁ ଆସୁଥିବା ଜରମାନି ଟେଙ୍କରକୁ କେତେକ ଥର ବନ୍ଧୁକରେ ଆକ୍ରମଣ କଲା !କେତେକ ସୈନିକ ବିଶ୍ରାମ ସମୟରେ ସେଟେଲ ଖେଳି ରହିଲେ !ଆଉ କେତେକ ସୈନିକ ବନ୍ଧୁକ ଦ୍ଵାରା ଶତ୍ରୁଙ୍କୁ ଆକ୍ରମଣ କରୁଥିଲେ !ତାଙ୍କ କମାଣ୍ଡର କହିଥିବା ଆଜ୍ଞା ଅନୁସାରେ ସମସ୍ତେ ଅନୁସରଣ କଲେ !ସେହି ଦିନ ସାଧାରଣ ଯୁଦ୍ଧ ଭାବରେ ହିଁ ବିତାଇଲେ !ତାପରେ ବିଶ୍ୱର ରୂପ ବଦଳାଇ ଥିବା ମହାନ ଯୁଦ୍ଧରେ ଆମେ ଥିଲୁ ବୋଲି ସେମାନେ ଜାଣି ପାରି ନ ଥିଲେ !ସେହି ଦିନ ମାନଙ୍କରେ ସେମାନେ କରି ଥିବା ଯୁଦ୍ଧ ସେମାନେ କିଛି ଜାଣି ପାରି ନ ଥିଲେ !କାରଣ ଯଥା ରୀତିରେ ଚାଲୁ ଥିବା ଯୁଦ୍ଧ ବିଷୟରେ ସେମାନଙ୍କୁ ଜଣା ନ ଥିଲା !ସେମାନେ ତାଙ୍କ ଉତ୍ତରାଧିକାରିଙ୍କର ଆଜ୍ଞା ମାନୁ ଥିଲେ !ତେଣୁ ସେମାନେ ବଡ଼ ବିଜୟୀର ସ୍ୱାଦ ଚାଖି ଥିଲେ !ଏହା ଦ୍ଵାରା ଆମେ ଆମ କାର୍ଯ୍ୟକୁ ସୁରୁଖୁରରେ କରୁ ଥିବା ବେଳେ ଆମେ ବଡ଼ ବିଜୟୀ ହେବା ବୋଲି ବୁଝି ପାରୁଛୁ !

 

ଆଜି ଦିନର ଲେଖନୀରେ ମୋୟାବ ଦେଶୀୟା ଋତ ବିଷୟରେ ପଡିବା !ସ୍ୱାମୀଙ୍କର ମୃତ୍ୟୁ ପରେ ବିଧବା ହୋଇ ରହିଥିବା ଋତ ତାଙ୍କ ଶାଶୁ ନୟମୀ ଆଦେଶ ଅନୁସାରେ ବଶିଭୂତା ହୋଇ, ଋତ ଉତ୍ତର କଲା, ତୁମ୍ଭେ ଯାହା କହୁଅଛ, ସେ ସମସ୍ତ ମୁଁ କରିବି (ଋତ :-3:5) !ଋତଙ୍କର ବଶିଭୂତାରୁ ମିଳିଥିବା ଫଳ ହେଉଛି, ତାଙ୍କ ବଂଶାବଲୀ ଠାରୁ ଜଗତର ରକ୍ଷା କର୍ତ୍ତା ଯୀଶୁ ଖ୍ରୀଷ୍ଟ ଜନ୍ମ ନେଲା !

 

ବଶିଭୂତାର ଅଳଙ୍କାର ହେଉଛନ୍ତି ପିତର !ପିତର ଲେଖନ୍ତି, ବଶିଭୂତା ତୁମ୍ଭ ମାନଙ୍କର ଅଳଙ୍କାର ଭୂଷଣ ଧାରଣ କର ! (1ମ ପିତର :-1:1-5)କିନ୍ତୁ ଜଣକୁ ଜଣେ ବଶିଭୂତା ହେବା ଅନେକଙ୍କୁ ବାଧା ଆସେ ! ଯୁଦ୍ଧ କ୍ଷେତ୍ରରେ ସୈନିକମାନେ ତାଙ୍କ କମାଣ୍ଡଙ୍କ ସହିତ ବଶିଭୂତା ହେବା ଯେତିକି ଭୂମିକା, ସେହିପରି ଖ୍ରୀଷ୍ଟିଆନ ଆତ୍ମୀୟ ଯୁଦ୍ଧ ଜୀବନରେ ମଧ୍ୟ ଜଣକୁ ଜଣେ ବଶିଭୂତା ହେବା ନିତ୍ୟାନ୍ତ ଆବଶ୍ୟକ ରହିଛି !ଏଥିରେ ବଶିଭୂତାର ସତଗୁଣ କହିଲେ, କିଛି ସମୟରେ କଷ୍ଟ ଆସେ କିମ୍ବା ଆମକୁ ନିରୁଉଚ୍ଚାହ ଲାଗେ !ମାତ୍ର ବଶିଭୂତା ବିଶ୍ୱାସର ସହ ପାଳନ କଲେ ଧୀରେ ଧୀରେ ତାହାର ଅନୁଗ୍ରହର ଫଳ ଆମେ ପାଇବା !

- ଭାଇ. ପି. ଯାକବ ସାଙ୍ଗର 

 

ପ୍ରାର୍ଥନା କରନ୍ତୁ :-

ଆମ ସେବାରେ ବ୍ୟବହାର ହେଉଥିବା ଚାରି ଛକିୟା ଯାଣ ମରାମତି ନ ହୋଇ ରହିବା, ତାହାର ଚାଳକଙ୍କୁ ପ୍ରଭୁଙ୍କର ଅନୁଗ୍ରହ ସକାଶେ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al