Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-06-2021
Share:

By Village Missionary Movement

Tuesday, 29-Jun-2021

ଆଜିର ବାକ୍ୟ (Oriya) 29-06-2021

 

ନ୍ୟାୟ ସିଂହାସନ 

 

“ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ ? ଆମ୍ଭେମାନେ ସମସ୍ତେ ତ ଇଶ୍ୱରଙ୍କ ବିଚରାସନ ଛାମୁରେ ଠିଆ ହେବା!” - ରୋମିୟ 14:10

 

ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟାକାରୀ ହିଟଲରଙ୍କ ବିଷୟରେ ଜଣେ ବ୍ୟକ୍ତି ଏପରି କହିଲେ, ହିଟଲର ତୁମକୁ ନର୍କେ ପକାଇବା ପୂର୍ବରୁ ନର୍କକୁ ଅତ୍ୟଧିକ ଉତ୍ତପ୍ତ କରିବାକୁ ହେବ ! ଅର୍ଥାତ ଏହାର ଅର୍ଥ ତାଙ୍କୁ ଦିଆ ଯିବା ଦଣ୍ଡ ନର୍କ ଠାରୁ ଅଧିକ ହୋଇ ଥିବାକୁ ହେବ ! କିନ୍ତୁ ବାଇବଲ କହୁଛି କଣ ? ତୁମ୍ଭେ କାହାକୁ ବିଚାର କର ନାହିଁ କାହିଁକି, ଆମ୍ଭେମାନେ ସମସ୍ତେ ତ ଇଶ୍ୱରଙ୍କ ବିଚରାସନ ଛାମୁରେ ଠିଆ ହେବା !କାରଣ ତୁମେ ଯାହାକୁ ପାପୀ ବୋଲି ଭାବୁଛ ତାହାଙ୍କ ସହ ତୁମେ ମଧ୍ୟ ଇଶ୍ୱରଙ୍କ ବିଚରାସନ ଛାମୁରେ ଠିଆ ହେବାକୁ ପଡିବ !ଏଣୁ ଆମ୍ଭେମାନେ କାହାକୁ ଦୋଷୀ ବୋଲି ବିଚାର ନ କରୁ !ଏହା ଆମ କାମ ନୁହେଁ ! 

 

ଦିନେ ଯୀଶୁଖ୍ରୀଷ୍ଟ ଜେରୁସାଲେମରେ ଉପବେସନ କରି ଶିକ୍ଷା ଦେଉ ଥିବାବେଳେ ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟବିଚାର କର୍ମରେ ଧ୍ରୁତା ସ୍ତ୍ରୀଲୋକଙ୍କୁ ଘେନିଆଣି ତାହାଙ୍କୁ ତାହାଙ୍କ ନିକଟରେ ଠିଆ କରାଇଲେ !ସେମାନେ ସମସ୍ତେ ପଥର ଫୋପାଡ଼ି ମାରିବାକୁ ଠିଆ ହୋଇ ଥିବା ବେଳେ ଯୀଶୁ କହିଲେ, ତୁମ ମାନଙ୍କ ମଧ୍ୟରେ ଯେ ପାପ କରି ନାହିଁ ସେ ପ୍ରଥମେ ତାକୁ ପଥର ଫୋପାଢୁ ! ଏହି କଥା ଶୁଣିବା କ୍ଷଣି ଆଉ କେହି ସେଠାରେ ଠିଆ ହେଲେ ନାହିଁ ! ସାଧାରଣ ଭାବେ ସେ ପାପ କରିବାରୁ ସମସ୍ତେ ଜାଣିଲେ ମାତ୍ର ଅନ୍ତକରଣ ପାପ କେହି ଜାଣି ପାରନ୍ତି ନାହିଁ, ସମସ୍ତ ଅନ୍ତ- କରଣ ଜାଣି ଥିବା ଯୀଶୁ ବିଚାର ନ କରି ଆମ୍ଭେମାନେ ସମସ୍ତେ ପାପୀ ବୋଲି ଆମକୁ ଶିଖାଇଲେ ! 

 

ଏହା ପାଠ କରୁଥିବା ମୋର ସ୍ନେହ ଅଭିଳାଷଗଣ, ସବୁବେଳେ ଆମେ ଅନ୍ୟର ଦୋଷ ହିଁ ଜାଣିଥାଉ ! ଆମେ ଭାବୁଥିବା ସେହିପରି ଦୋଷୀକୁ ଦଣ୍ଡ ମିଳୁ ! କିନ୍ତୁ ଆଜିଦିନର ମୁଖ୍ୟ ସନ୍ଦେଶ କଣ ମାନେ, ଆମେ ସମସ୍ତେ ଆମ୍ଭର ପାପ ଇଶ୍ୱରଙ୍କ ନିକଟରେ ଗଣନା କରିବାକୁ ହେବ !ଆମ୍ଭେ ଏପରି ରହିଥିବା ହେତୁ ଆମ୍ଭେ କାହାର ବିଚାର କରିବା ନାହିଁ !ଆମ୍ଭେ ଆମେ ନିଜକୁ ପରଖି ଦେଖିବା !ଯୀଶୁ ଖ୍ରୀଷ୍ଟ ହିଁ କେବଳ ଜଣେମାତ୍ର ନ୍ୟାୟବନ୍ତବିଚାରପତି !ଆମ୍ଭେ କଦାପି ତାଙ୍କ ସିଂହାସନରେ ବସିବାକୁ ଚେଷ୍ଟା କରିବା ନାହିଁ ! ପ୍ରେରିତ ପାଉଲ ରୋମିୟ ସମାଜକୁ ଏହି ଉପଦେଶ ଦିଅନ୍ତି !ତାହା ଆମ ଜୀବନରେ ନତ ମସ୍ତକ ହୋଇ ପାଳନ କରିବା ! ଇଶ୍ୱରଙ୍କ ସମୁଖରେ ଦୟା ପ୍ରାପ୍ତ କରିବା !

 

ଶ୍ରୀମତୀ. ୟୁବାନ ସନ୍ତୋଷ 

 

ପ୍ରାର୍ଥନା କରନ୍ତୁ :-ଗ୍ରାମ ଗୁଡିକରେ ଆମେ ଶିକ୍ଷା ଦେଉ ଥିବା ଛୋଟ ପିଲାମାନେ ଦୀର୍ଘାୟୁ ପାଇଁ 

ପ୍ରାର୍ଥନା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş