Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-06-2021
Share:

By Village Missionary Movement

Wednesday, 23-Jun-2021

ଆଜିର ବାକ୍ୟ (Oriya) 23-06-2021

 

“ଯେପରି ଉତ୍କ୍ରୋଶ ପକ୍ଷୀ ଆପଣା ବସାକୁ ଉତ୍ତେଜିତ କରେ, ଛୁଆମାନଙ୍କ ଉପରେ ପକ୍ଷ ଧଡ଼ଧଡ଼ କରେ, (ସେପରି) ସେ ଆପଣା ପକ୍ଷ ବିସ୍ତାର କଲେ, ସେ ସେମାନଙ୍କୁ ତୋଳି ନେଲେ, ସେ ଆପଣା ଡେଣାରେ ସେମାନଙ୍କୁ ବୋହିଲେ;” - ଦ୍ୱିତୀୟ ବିବରଣ ପୁସ୍ତକ 32:11

 

ବହୁତ କଠିନ ଉର୍ନତ ଅଗ୍ରଭାଗ ଉପରେ ଉକ୍ରୋଶ ପକ୍ଷୀର ବସାରେ ଦୁଇଟି ଉକ୍ରୋଶ ପକ୍ଷୀ ଛୁଆଁ ତାଙ୍କ ଶରୀରକୁ ଭାଙ୍ଗିକି ଶୋଇଥାନ୍ତି !ମାଆ ଉକ୍ରୋଶ ପକ୍ଷୀ ତାର ଛୁଆଁମାନଙ୍କ ନିମନ୍ତେ ମାଂସ ଖାଦ୍ୟ ଖୋଜି ଖୋଜି ଆଣିକି ଦେଉ ଥାଏ !ଶୀତଳ ରାତ୍ରି ସମୟରେ ମାଆ ପକ୍ଷୀ ତାର ଛୁଆଁଙ୍କୁ ଡେଣା ମେଳାଇ ଧରି ରଖୁଥାଏ !ମାଆଙ୍କର ଶରୀରର ଗରମ, ଶକ୍ତିଶାଳୀ ଡେଣା ଛୁଆଁଙ୍କୁ ଭଲ ନିଦ ଦେଉଥାଏ !ସେହି ଉକ୍ରୋଶ ପକ୍ଷୀର ଛୁଆଁଦ୍ଵାରା ନୂତନ ଭାବେ ପ୍ରଭୁଙ୍କ ଠାରେ ଜନ୍ମ ନେଇଥିବା, ପରିତ୍ରାଣର ଛୁଆଁ ମଧ୍ୟ୍ ଅଛନ୍ତି !ଖ୍ରୀଷ୍ଟିଆନ ଭାବେ ଥିଲେ ଆଉ କିଛି ସମସ୍ୟା ନାହିଁ ବୋଲି ଭାବିନେଲେ !

 

ଗୋଟେ ଦିନ ମାଆ ଉକ୍ରୋଶ ପକ୍ଷୀ ତାର ଶକ୍ତିଶାଳୀ ଡେଣାରେ ଉଡି ଆସି ଭିନ୍ନ ଭାବରେ ବ୍ୟବହାର କରିବା ଆରମ୍ଭ କଲା !ସବୁବେଳେ ଶାନ୍ତିରେ ବସାରେ ବସିବା ପକ୍ଷୀ ଆଜି ତାର ବସାକୁ ଥଣ୍ଠରେ ଖୁମ୍ପିବା ଆରମ୍ଭ କଲା !ବାରମ୍ବାର ସେହି କାମ ହିଁ କରୁଥାଏ !ସେ ବର୍ତ୍ତମାନ ପର୍ଯ୍ୟନ୍ତ ରକ୍ଷା କରିଥିବା ବସାଟି ଆଉ ଅଳ୍ପ ହିଁ ବଳକା ଅଛି !ସେଠାରେ ବସିଥିବା ଛୁଆଁଗୁଡିକ ଅଗାଧ ସ୍ଥାନକୁ ଦେଖି ଥରିବାକୁ ଆରମ୍ଭ ହେଲେ !ମାଆ ପକ୍ଷୀ ଛୁଆଁକୁ ଉଠାଇ ସେହି ଅଗାଧ ସ୍ଥାନକୁ ଠେଲି ଦେଲା !ଏହା ଜାଣି ନ ଥିବା ସେହି ଛୁଆଁଗୁଡିକ ଆଜି ଆମେ ମରିଯିବା ଭାବି ତଳେ ପଡ଼ି ଯାଉଥିଲେ କ୍ଷଣିକରେ ମାଆ ଉଡି ଆସି ତାହାଙ୍କୁ ତାର ପିଠିରେ ବୋହିକି ନେଲା ! ପର୍ବତ ଶିଖରକୁ ନେଇ ଆଉଥରେ ତଳେ ପକାଇଲା !କାହିଁକିନା ତାହା ମେଘ ଉପରେ ଉଡିବା ଉକ୍ରୋଶ ପକ୍ଷୀ !ଉଡିବା ନିମନ୍ତେ ତାହାକୁ ତାଲିମ ଦେଉଥାଏ !

 

ପ୍ରିୟ ବନ୍ଧୁଗଣ, ଆମକୁ ମଧ୍ୟ ପ୍ରଭୁ ସର୍ବଶ୍ରେଷ୍ଠ ଭାବେ ଠିଆ କରାଇବାକୁ ତାଡନା କରୁଥିବା ବିଧାନ ଏହା ! ଜୀବନରେ ଆମକୁ ଅସୁବିଧା କରୁଥିବା ସମସ୍ୟାକୁ ଦେଖି ଉକ୍ରୋଶ ପକ୍ଷୀଛୁଆଁ ଗୁଡିକ ରଡି କରିବା ପରି ଆମେ ମଧ୍ୟ ରଡି କରୁଛୁ !ମାତ୍ର ତୁମ୍ଭଙ୍କୁ ଅତ୍ୟଧିକ ଭାବେ ପ୍ରେମ କରୁଥିବା ପ୍ରଭୁ ତୁମର ବସାକୁ ଭାଙ୍ଗୁଛି ଏହା ଜାଣିବାକୁ ହେବ !ଆତ୍ମୀୟ ଅନୁଭୂତିକୁ ଆମେ ତାଲିମ ନେଇ ଉର୍ନତ ଶିଖରକୁ ଡେଣା ମେଳାଇ ଉଡିବାକୁ ହିଁ ପ୍ରଭୁ ଆମଠୁ ଆଶା କରନ୍ତି !

 

ପ୍ରଭୁ ଏବେ ତୁମ୍ଭଙ୍କୁ ତାଲିମ ଦେଉଛନ୍ତି କି ? ଆଉଅଳ୍ପ ସମୟ ଶ୍ରେଷ୍ଠ ଭାବେ ଯେକୌଣସି ସତକ୍ରିୟା କରିବାକୁ ଯୋଗ୍ୟତା ଥିବା ଲୋକରେ ବଦଳି ଯିବ !ହାଲେଲୁୟା !

- ଶ୍ରୀମତୀ ଦଫାମାନି ୱାରାୱେଲ 

 

ପ୍ରାର୍ଥନାର ଅଂଶ :-

ଏହି ସେବାକୁ ପ୍ରାର୍ଥନାର ସହିତ, ସାହାଯ୍ୟରେ ଶକ୍ତିଶାଳୀ କରୁଥିବା ଭାଗିଦାରଙ୍କୁ ପରମେଶ୍ୱର ଆଉ ଅଧିକ ପ୍ରାର୍ଥନାର ଆତ୍ମାରେ, ଦାନ ଆତ୍ମାରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice