By Village Missionary Movement
Tuesday, 22-Jun-2021ଆଜିର ବାକ୍ୟ (Oriya) 22-06-2021
“କାରଣ ଆଉ ଅତିଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ ।“ - ଏବ୍ରୀ 10:37
ନର୍କରେ ସଇତାନମାନଙ୍କର ଏକ ସମାବେଶ ହେଲା !ସେଥିରେ ଲୋକମାନେ କିପରି ପରିତ୍ରାଣରୁ ଦୁରେଇ ରହିବେ ସେ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି ସମାବେଶ କଲେ !ପ୍ରଥମ ଧାଡିରେ ବସିଥିବା ଏକ ସଇତାନ ଏପରି କହିଲା, ପ୍ରଭୁ ହିଁ ନାହାନ୍ତି ଏହି ସମ୍ବାଦ ସମସ୍ତଙ୍କୁ କହିବା !ଏହା ଶୁଣି ଅନ୍ୟ ସବୁ ସଇତାନ କହିଲେ, ଏହା ପୁରୁଣା କଥା କିଛି ନୂଆ କଥା ନୁହେଁ !ଆଉ ଏକ ସଇତାନ କହିଲା, ନର୍କ ହିଁ ନାହିଁ ବୋଲି ସମ୍ବାଦକୁ ପଠାଇବା !ଆଉ ବଳକା ସଇତାନ କହିଲେ ସେହିପରି ହେଲେ, ଲୋକମାନେ ସ୍ୱର୍ଗ ରାଜ୍ୟ ବିଷୟରେ ଆଲୋଚନା କରିବେତ !ସେଥିପାଇଁ ଏହା ସଠିକ ନାହିଁ କହିଲେ !ଆଉ ଏକ ସଇତାନ କହିଲା, ଯୀଶୁଖ୍ରୀଷ୍ଟଙ୍କର ଆଗମନ ପାଇଁ ବହୁତ ସମୟ ଅଛି କହି ସମ୍ବାଦ ବିସ୍ତାର କରିବା, ତେବେ ସମସ୍ତ ସଇତାନ କହିଲେ, ହଁ ଏହା ଖ୍ରୀଷ୍ଟିଆନ ମାନଙ୍କୁ ବହୁତ ଇଚ୍ଛା ଥିବା ସମ୍ବାଦ କହି ସମସ୍ତ ସଇତାନ ଗ୍ରହଣ କଲେ !
ଯୁଗ ଶେଷ ହେବାକୁ ଯାଉଥିଲେ ମଧ୍ୟ କେଉଁ କ୍ଷଣି ଖ୍ରୀଷ୍ଟଙ୍କର ଆଗମନ ହୋଇପାରେ ବୋଲି ଅନେକ ବିଶ୍ୱାସ କଲେ ମଧ୍ୟ ଆଉ କେତେକ ସେହି ବିଶ୍ୱାସ ହରାଇ ଅଛନ୍ତି !ମନୁଷ୍ୟ ପ୍ରଭୁଙ୍କର ଆଗମନକୁ ବିଶ୍ୱାସ କଲେ କି ନ କଲେ ତାହା ନିଁଛିତ ସଫଳ ହେବ !ଦେଖ, ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି ।(ଯାକୋବ:-5:9) ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ ( 1ମ ପିତର :-4:7 )ଏହି ବାକ୍ୟ ଗୁଡିକ ସେ ଆଗମନ କରିବାର ଆଉ ଡେରି ନାହିଁ ବୋଲି ଆମ ହୃଦୟରେ ଆମକୁ ସ୍ୱରଣ କରାଉଛନ୍ତି !ଆମେ ଆମ ଚାଲିଚଳଣିରେ, ଆଚାର ବ୍ୟବହାରରେ ସବୁଠି ଖ୍ରୀଷ୍ଟଙ୍କୁ ପବିତ୍ରତାରେ ସିଦ୍ଧ ହୋଇ ଦେଖାଯିବାକୁ ହେବ !ଏହି ପୃଥିବୀରେ ଆମେ କରିପାରିବା ଦାଇତ୍ୱର କାର୍ଯ୍ୟଗୁଡିକ ଯାହାହେଲେବି ଯଥା, ସେବା କାର୍ଯ୍ୟ ନାହିଁତ ଯେକୌଣସି ପ୍ରଭୁଙ୍କର କାର୍ଯ୍ୟକୁ ସକ୍ରିୟରେ, ମୁଖାମୁଖୀଭାବେ ପୂର୍ଣ୍ଣ କରିବାକୁ ଆମେ ଆଗକୁ ଆସିବା !
ପ୍ରିୟ ବନ୍ଧୁଗଣ, ଯଦି ଆମ ଘରକୁ ଜଣେ ବନ୍ଧୁ କାଲିକି ଆସୁଛନ୍ତି କହିଲେ, ଆମେ ଆମ ଘରକୁ ଉତ୍ତମ ରୂପେ ସଜାଡିବା !କାଲିକି ଆବଶ୍ୟକ ହେଉଥିବା ରନ୍ଧା ଜିନିଷ କିଣି ଆଣିକି ରଖିବା !ଯୀଶୁଖ୍ରୀଷ୍ଟ କହନ୍ତି, ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ (ପ୍ରକାଶିତ :-22:20)ଏହା କହିଥିବା ଯୀଶୁଖ୍ରୀଷ୍ଟଙ୍କୁ ଆମେ ଯାଗି ରହିବାକୁ ଆମେ କେତେ ପବିତ୍ରତା ଅଟୁ ? ଆଲୋଚନା କରିବା !ପ୍ରଭୁଙ୍କର ଆଗମନ ଡେରି ହେଉଛି ଏହା ସଇତାନର ତନ୍ତ୍ର !ତେଣୁ ସବୁବେଳେ ଆମେ ଆମ ଅଣ୍ଟା ଭିଡି ସିଦ୍ଧ ହୋଇ ଆମେ ଜ୍ୱାଜଲ୍ୟମାନ ହୋଇ ଆଗମନର ଅପେକ୍ଷାରେ ରହିବା !ପ୍ରଭୁଙ୍କର ତୂରିଶବ୍ଦ ଶୁଣିବା ବେଳେ ମଧ୍ୟଆକାଶ ନିକଟକୁ ଯାଇ ଯୁଗ ଯୁଗରେ, ସଦାସର୍ବଦା ତାଙ୍କ ନିକଟରେ ଜୀବନ ଯାପନ କରିବା !
- କେ. ମାନିୱେଲି
ପ୍ରାର୍ଥନାର ଅଂଶ :-
ଆମ ସେବା ନିମନ୍ତେ ପ୍ରାର୍ଥନା କରୁଥିବା ଏବଂ ଆର୍ଥିକ ସାହାଯ୍ୟ କରୁଥିବା ସହଯୋଗୀମାନଙ୍କୁ ପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.