By Village Missionary Movement
Saturday, 19-Jun-2021ଆଜିର ବାକ୍ୟ (Oriya) 19-06-2021
“ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟସବୁ ମନୋନୀତ କଲେ, ପୁଣି, ବଳବାନ ବିଷୟସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କଲେ” - କରିନ୍ଥୀୟ 1:28
ଏହି ପୃଥିବୀରେ ତାଙ୍କ ପିଲାମାନଙ୍କୁ ଜୀବନ ସାଥୀ ରୂପରେ ଉତ୍ତମ ଯୋଗ୍ୟତା ଥିବା ଵ୍ୟକ୍ତିଙ୍କୁ ଆଶା ହୋଇ ପସନ୍ଦ କରନ୍ତି !ସୈନିକ ନିମନ୍ତେ ଉତ୍ତମ ଶାରୀରିକ ଶକ୍ତି, ଉତ୍ତମ ଯୋଗ୍ୟତା ଥିବା ଵ୍ୟକ୍ତିମାନଙ୍କୁ ହିଁ ସରକାର ପସନ୍ଦ କରନ୍ତି !କିନ୍ତୁ ପ୍ରଭୁଙ୍କର ନିମନ୍ତେ ପସନ୍ଦ କରିବା ଵ୍ୟକ୍ତିମାନଙ୍କୁ ପ୍ରସ୍ତୁତ କରିଥିବା ବିଧାନ ସବୁବେଳେ ଭିନ୍ନତା ରହିଥାଏ, ସେହି ବିଷୟରେ "ଖ୍ରୀଷ୍ଟିଆନ ଇୱାନସ" ନାମକ ପ୍ରଭୁଙ୍କର ଦାସ ହେଇଛନ୍ତି ଶ୍ରେଷ୍ଠତମ ଉଦାହରଣ !
ୱେଲସ ଦେଶର ବାସିନ୍ଦା ଇଏ ଗରିବ ପରିବାରରେ ଜନ୍ନ ହୋଇ ବଢ଼ିଥିଲେ !ପିତାଙ୍କୁ ହରାଇ ମାମୁଁଙ୍କ ଘରେ ଛଅ ବର୍ଷ ବଢ଼ି ବହୁତ କଷ୍ଟ ଅନୁଭବ କରିଥିଲା !ସେଥିପାଇଁ ସେ ତାଙ୍କ ଡାହାଣ ଆଖି ହରାଇ ଥିଲେ !ସେହି ଆଖି ଥିବା ସ୍ଥାନରେ ଛୋଟ ଆଖି ରହିଥାଏ !ଆକର୍ଷଣୀୟ ଶରୀର ନ ଥିବା ବ୍ୟକ୍ତି !ସତର ବର୍ଷ ପର୍ଯ୍ୟନ୍ତ ପାଠ ପଡି ନ ଥିବା ଵ୍ୟକ୍ତି !ଲୋକଙ୍କ ଦୃଷ୍ଟିରେ ନୀଚ ଓ ହୀନ ରୂପରେ ପସନ୍ଦ ବ୍ୟକ୍ତି ! ପରମେଶ୍ୱର ଏହାଙ୍କୁ ପସନ୍ଦ କରି ତାଙ୍କ ସେବା ନିମନ୍ତେ ମହାନ ରୂପରେ ବ୍ୟବହାର କଲେ !ତାଙ୍କ ସତର ବର୍ଷ ବୟସରେ ଜଣେ ପ୍ରଭୁଙ୍କର ଦାସଙ୍କ ନିକଟରେ କାର୍ଯ୍ୟ କରିବାକୁ ଯିବାବେଳେ ପରିତ୍ରାଣ ପାଇଲା !ଅତି ଶୀଘ୍ର ଲେଖିବା, ପଡିବା ଶିଖିବାକୁ ପ୍ରଭୁ ଦୟା କଲେ !ଦରିଦ୍ରମାନଙ୍କ ମଧ୍ୟରେ ଗୃହପ୍ରାର୍ଥନା, ଆରାଧନା ଚଲାଇବା ଆରମ୍ଭ କଲା !ପୁସ୍ତକରେ ରହିଥିବା ପ୍ରଭୁଙ୍କର ବାକ୍ୟକୁ ମୁଖସ୍ଥ କରି ସେବାରେ ବ୍ୟବହାର କରୁଥିଲା !ପ୍ରଚାର କରିବା, ଗୀତ ଗାଇବା ତାଙ୍କ ରକ୍ତରେ ମିଳନ ଥିଲା ପରି ୱେଲସ ଦେଶର ଲୋକଙ୍କ ନିମନ୍ତେ ବର୍ଷକୁ ଥରେ ପ୍ରଚାର ଉତ୍ସବ ହେଉଥାଏ !ସେଥିରେ ପ୍ରାୟ ପଚିଶି ହଜାର ଲୋକମାନେ ଉପସ୍ଥିତ ହୁଅନ୍ତି !ଏଥିରେ ଇୱାନସକୁ ପ୍ରଚାର ନିମନ୍ତେ ପ୍ରଭୁ ସୁଯୋଗ ଦେଲେ !ତାଙ୍କର ପ୍ରଥମ ପ୍ରଚାରରେ ହିଁ ପ୍ରଭୁ ଅଗ୍ନି ଜ୍ୱାଲା ରୂପେ ତାଙ୍କୁ ବ୍ୟବହାର କଲେ !ଏକ ଚକ୍ଷୁ ପ୍ରଚାରକ ବୋଲି ନାମିତ ହୋଇଥିବା କଥା ସମସ୍ତଙ୍କର କଥା ହୋଇଥିଲା !ଶକ୍ତିଶାଳୀ ଉଦ୍ଧିପନା ଜାତ ହେଲା !ତାଙ୍କର ପ୍ରଚାର ଶୁଣିବା ନିମନ୍ତେ ଲୋକମାନେ ଦୋଳ ଦୋଳ ହୋଇ ଆସିବାକୁ ଆରମ୍ଭ କଲେ !ମୃତ ଆତ୍ମା ଓ ମଣ୍ଡଳୀ ଗୁଡିକ ପୁନଃଜୀବନ ପାଇଲେ !ଇୱାନସ ସାଧାରଣ ଭାବେ ପ୍ରାର୍ଥନାକାରୀର ପ୍ରାର୍ଥନା ଚିକିତ୍ସକ !ବାଇବଲ ଓ ଆତ୍ମୀୟ ପୁସ୍ତକ ପଡିବା ହିଁ ତାଙ୍କରି ସ୍ୱାଶ ହୋଇଥିଲା !ସୁସମାଚାର ପ୍ରଚାର ନିମନ୍ତେ କଷ୍ଟ ସ୍ଥାନ ହିଁ ପସନ୍ଦ କରନ୍ତି !ପାପ ମଧ୍ୟରେ ଥିବା ଲୋକଙ୍କୁ ପରିତ୍ରାଣ କରିବା ନିମନ୍ତେ ପ୍ରଭୁ ତାଙ୍କୁ ବ୍ୟବହାର କଲେ !
ଖ୍ରୀଷ୍ଟିଆନ ଇୱାନସ ମୃତ୍ୟୁବରଣ କରିଥିଲେ ମଧ୍ୟ ସେ କଥା ହେଉଛନ୍ତି !ଆମର ଯୋଗ୍ୟତା ପ୍ରଭୁଙ୍କୁ ଆବଶ୍ୟକ ନାହିଁ, ଆମର ସମର୍ପଣ ହିଁ ପ୍ରଭୁଙ୍କୁ ଗୁରୁତ୍ୱପୂର୍ଣ !ତେଣୁ ଯେକୌଣସି ସମସ୍ୟା ସମ୍ମୁଖୀନ ହେଲେସୁଧା ନିରୁଉଚ୍ଚାହ ନ ହୋଇ ଆମେ ନିଜକୁ ତାଙ୍କ ହସ୍ତରେ ସମର୍ପଣ ହୋଇ ବ୍ୟବହାର ହେବାକୁ ପ୍ରଭୁଙ୍କର ହସ୍ତରେ ସଂପୂର୍ଣ୍ଣ ରୂପେ ସମର୍ପିତ ହେବା !ପ୍ରଭୁଙ୍କର ରାଜ୍ୟ ବିସ୍ତାର ହେବାକୁ ପ୍ରଭୁ ତୁମ୍ଭଙ୍କୁ ବ୍ୟବହାର କରିବେ !
- ଶ୍ରୀମତୀ ଗୀତା ରିଚାରଡ
ପ୍ରାର୍ଥନାର ଅଂଶ :-
ପ୍ରତ୍ୟେକ ଜିଲ୍ଲାରେ ଯୌବନ ଆରାଧନା ହେବା ନିମନ୍ତେ ପ୍ରଭୁଙ୍କର କୃପା ଦେଖାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.