Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-06-2021
Share:

By Village Missionary Movement

Friday, 18-Jun-2021

ଆଜିର ବାକ୍ୟ (Oriya) 18-06-2021

 

ଜଳକୁ ଡେ଼ଇ ଆସିଲୁ 

 

“ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ; ତୁମ୍ଭେ ଯୁବା ସିଂହ ଓ ସର୍ପକୁ ପାଦ ତଳେ ଦଳିବ।“ - ଗୀତସଂହିତା 91:13

 

ଆମେ ଆଜି ଠିଆହୋଇ ବିନାଶ ନ ହୋଇ ରହିଛୁ ମାନେ ତାହା ପରମେଶ୍ୱରଙ୍କ କୃପାରୁ ବଞ୍ଚିକି ଅଛୁ !ଆଜି କରୋନା ବୋଲି ମହା ବ୍ୟାଧିରେ ଏହି ପୃଥିବୀ କଷ୍ଟ ପାଉଛି !ଅନେକ ଲୋକ ସେହି ବ୍ୟାଧି ସକାଶେ କଷ୍ଟ ଅନୁଭବ କରି ଜୀବନ ନିମନ୍ତେ ସଂଙ୍ଗସ କରି ଆସୁଛନ୍ତି !ଆମ ଶରୀରକୁ ଆବଶ୍ୟକ ହେଉଥିବା ଅକ୍ସସିଜଣ କମିଯାଇ ସଂଙ୍ଗସ କରିବାକୁ କଲା ଏହି ବ୍ୟାଧି !ଆମକୁ ଏହି ରୋଗ ହୋଇଯିବ ବୋଲି ଭୟରେ ଜଣେ ଜଣେ ଏହି କରୋନାର ଦ୍ୱିତୀୟ ଲହରୀରେ ଛନ୍ଦି ହୋଇଥିବା ଲୋକ ଅନେକ !ଆଉ ବଳକା ଲୋକ ଭୟରେ ଓ ଚିନ୍ତାରେ ଜୀବନ ଯାପନ କରୁଛନ୍ତି !ଏହା ଯୀଶୁଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନର ପ୍ରଥମ ଚି଼ହ୍ନ ଭାବେ ବାଇବଲରେ କୁହାଯାଇଛି ! ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ ( ଲୁକ :-21:11)ରେ କୁହାଯାଇଛି !କିଛି ଦିନ ପୂର୍ବରୁ ମୁଁ ଓ ମୋର ମାଆ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଯାଇ ଚିକିତ୍ସା ହୋଇ ଫେରିଲୁ !ଆମ ଶରୀର ଦୁର୍ବଳତା ହେଲା !କୁଆଡେ ଗଭୀରତାକୁ ଯାଉଥିଲା ପରି ଲାଗିଲା !ସେତେବେଳେ ମୁଁ ପ୍ରାର୍ଥନା କଲି, ପ୍ରଭୁ ତୁମେ କେଉଁଠାରେ ଅଛ, ମୋର ହସ୍ତକୁ ଧର !ତୁମେ ଜଳରୁ ଡେଇବା ବେଳେ ମୁଁ ତୁମର ସଂଗୀ ହେବି !ନଦୀରେ ତୁମେ ଗଲା ବେଳେ ତାହା ତୁମ ଉପର ଦେଇ ଯିବ ନାହିଁ !ତୁମେ ଅଗ୍ନି ମଧ୍ୟ ଦେଇ ଗଲାବେଳେ ତୁମେ ଜଳିବ ନାହିଁ !ଜଳ ଓ ଅଗ୍ନିକୁ ଡେଇ ଆସିଲା ପରି ଆମେ କରୋନା ରୋଗରୁ ଡେଇକି ଆସିଲୁ !ପ୍ରଭୁ ମୁଁ ତୁମ୍ଭ ନିମନ୍ତେ ଆଉ ସେବା କରିବାକୁ ଇଚ୍ଛା ହେଉଛି !ମୋତେ ବ୍ୟବହାର କର !କହି ମୁଁ ରାତି ଓ ଦିନ ଚିତ୍କାର କରି ପ୍ରାର୍ଥନା କଲି ! "ଏହି ଦେଖ ମୁଁ ତୁମ୍ଭ ଠାରେ ଅଛି"ଏହି ବାକ୍ୟ ଦ୍ଵାରା ପ୍ରଭୁ ଆମକୁ ସ୍ୱାନ୍ତନା ଦେଲେ !ମୋତେ ଓ ମୋର ତେୟାନବେ ବର୍ଷ ମାଆଙ୍କୁ କରୋନା ବ୍ୟାଧିରୁ ଉଦ୍ଧାର କରି ଘରକୁ ଫେରିବା ନିମନ୍ତେ କୃପା କଲେ !

 

ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, କରୋନା ପରି ସିଂହ ଓ ସର୍ପ ଉପରେ ଚାଲିବାକୁ ପ୍ରଭୁ ସାହାଯ୍ୟ କରିବେ !ଏହି ରୋଗ ନ ଆସିଲେ ତାହା ପାଇଁ କୋଟି କୋଟି ଧନ୍ୟବାଦ ଦିଅନ୍ତୁ !ତାହା ଛଡା ଯଦି ଏହା ହୁଏ ତେବେ ପ୍ରଭୁଙ୍କୁ ହିଁ ଧରନ୍ତୁ !ଆୟୁବଙ୍କ ପରି ସେ ମୋତେ ହତ୍ୟା କଲେ ମଧ୍ୟ ମୁଁ ତାଙ୍କ ଠାରେ ବିଶ୍ୱାସରେ ଥିବି ବୋଲି ଧଉର୍ଯ୍ୟରେ ପ୍ରଭୁଙ୍କ ଆଡକୁ ଦେଖ !ଭୟ କର ନାହିଁ !ସଇତାନ ଭୟ ଆଣିବ ମାତ୍ର ତୁମେ ସ୍ଥିର ରୁହ !ପରମେଶ୍ୱରଙ୍କ ହସ୍ତ କରୋନା ଠାରୁ ଶକ୍ତିଶାଳୀ ଅଟେ !ଅଗ୍ନି ଓ ଜଳକୁ ଅଧିକାରୀ ପରମେଶ୍ୱର ସେ ହିଁ ଶକ୍ତି ଦେଇ ଆମକୁ ଉଦ୍ଧାର କରିବେ !ଆମେନ !

 

ପ୍ରାର୍ଥନାର ଅଂଶ :-

ଗୋଟିଏ ଗ୍ରାମକୁ ପୋଷ୍ୟ ନେଇ ଦୁଇ ହଜାର ଟଙ୍କା ଦେବା ଲକ୍ଷ ପରିବାରକୁ ପ୍ରଭୁ ଉଠାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al