By Village Missionary Movement
Tuesday, 15-Jun-2021ଆଜିର ବାକ୍ୟ (Oriya) 15-06-2021
ଦିଅନ୍ତୁ (ଦାନ କର )
"...ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ;।“ - ଲୂକ 6:38
ଆଣି ଆସକ୍ୟୁତ ନାମକ ଜଣେ ଶିକ୍ଷକ 1887 ମସିହାରେ ତ୍ରିନାଲ ୱେଲି ଜିଲ୍ଲାରେ ଗୋଟିଏ ବିଦ୍ୟାଳୟରେ ପାଠ ପଢାଉ ଥିବାବେଳେ ଭିକ୍ଷା ମାଗୁଥିବା ଜଣେ ବାବୁ ଆସିଲା !ନବଯୌବନ ସେହି ବାଳକ ତାଙ୍କ ନିକଟକୁ ଆସି ଭିକ ମାଗିଲା !ସେହି ଶିକ୍ଷକ କହିଲା, ଭାଇ ଏହା ବିଦ୍ୟା ଦେବା ସ୍ଥାନ, ତୁମକୁ ଦେବାପାଇଁ ଆହାର ନାହିଁ !ତେଣୁ ତୁମେ ଅଲଗା ସ୍ଥାନକୁ ଯାଇ ସେଠାରେ ଭିକ ମାଗ !ସଂଗେ ସଂଗେ ସେହି ବାଳକ ଉତ୍ତର ଦେଲା , ତାହାହେଲେ ମୋତେ ବିଦ୍ୟା ଦିଅନ୍ତୁ !ସେହି ପ୍ରଶ୍ନ ଆଣିଙ୍କର ହୃଦୟରେ ପ୍ରଭାବିତ ହେଲା !ସେହି ପ୍ରଶ୍ନର ପ୍ରଭାବ ଯୋଗୁ , ଅନ୍ଧମାନଙ୍କୁ ପାଠ ପଢାଇବାକୁ ଗୋଟିଏ ବିଦ୍ୟାଳୟ ଆରମ୍ଭ କରିବାକୁ ହେବ ବୋଲି ଆଲୋଚନା ଆସିଲା !ସଂଗେ ସଂଗେ ସେହି ବାଳକକୁ ପାଠ ପଢାଇବାକୁ ଆରମ୍ଭ କଲା !ତାହା ଏକ ବିଦ୍ୟାଳୟରେ ଉର୍ନ୍ନତି ହେଲା !ଭବିଷ୍ୟତରେ ମହାନ ଅନ୍ଧ ବିଦ୍ୟାଳୟରେ ତାହା ରୁପାନ୍ତରିତ ହେଲା !
ପବିତ୍ର ବାଇବଲରେ ମଧ୍ୟ ସାରିଫତ ନାମକ ଗ୍ରାମରେ ଥିବା ବିଧବାଙ୍କର ଠାରେ ଅଳ୍ପ ମଇଦା ଓ ତେଲ ହିଁ ରହି ଥିଲା !ଏହି ପରିସ୍ଥିତିରେ ଏଲିୟ ନାମକ ଭବିଷ୍ୟତବକ୍ତା ତାଙ୍କ ନିକଟରେ ଥିବା ଅଳ୍ପ ତେଲ ଓ ମଇଦାରୁ ରୋଟି କରି ଦିଅନ୍ତୁ ବୋଲି ମାଗୁଛନ୍ତି !ସେ ସେହିପରି କଲା !ସେଥିପାଇଁ ସେହି ଦେଶର ବର୍ଷା ନ ହୋଇ ଦୂରଭିକ୍ଷ ଆସିବାରୁ ସେହି ବିଧବାଙ୍କର ରହିଥିବା ମଇଦା-କଳସ ଶୂନ୍ୟ ହେଲା ନାହିଁ ଓ ପାତ୍ରରେ ତୈଳର ଅଭାବ ହେଲା ନାହିଁ !ସେ ତାଙ୍କ ଠାରେ ଅଳ୍ପ ରହିଥିବା ବେଳେ ମଧ୍ୟ ତାଙ୍କ ଠାରେ ଥିବା ସମସ୍ତ ଦେଇଥିବା ହେତୁ ଦୂରଭିକ୍ଷ ବେଳେ ତାଙ୍କର କୌଣସି ଅଭାବ ହେଲା ନାହିଁ !
ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ଯୀଶୁଖ୍ରୀଷ୍ଟ ଆମ ସମସ୍ତଙ୍କ ନିମନ୍ତେ ତାଙ୍କ ଜୀବନ ଦେଇଥିବା ଯୋଗୁଁ ଆମେ ତାଙ୍କୁ ପ୍ରେମ କରଛୁ !ବିଧବା ମଧ୍ୟ ତାଙ୍କ ଠାରେ ଯାହା ଅଛି ତାହା ଦେଇ, ଆଶୀର୍ବାଦ ଯୁକ୍ତ ଜୀବନ ପାଇଲା !ଆଣି ମଧ୍ୟ ତାଙ୍କ ଠାରେ ଥିବା ବିଦ୍ୟା ଦେବା ଦ୍ଵାରା ଏକ ମହାନ ଅନ୍ଧ ବିଦ୍ୟାଳୟର ସୃଷ୍ଟି କର୍ତ୍ତା ହେଲା !ଆମେ ମଧ୍ୟ ଏହି କରୋନାର ଲକଡାଉନରେ ଥିବା ବେଳେ, ଆମ ପଡୋଶୀମାନେ ତାଙ୍କ କାର୍ଯ୍ୟ ଭାର ହରାଇ ଗୋଟିଏ ଓଳି ଖାଦ୍ୟ ମଧ୍ୟ ନ ପାଇପାରିବା ପରିସ୍ଥିତିରେ ଥାଇପାରନ୍ତି !ସେହିପରି ଲୋକଙ୍କୁ ଖୋଜି, ଦରିଦ୍ରଙ୍କୁ, ସମାଜରେ ନିମ୍ନ ଭାବେ ଥିବା ଲୋକଙ୍କୁ ଆମେ କରିପାରିବା ସାହାଯ୍ୟ କରିବା !ଅନ୍ୟମାନଙ୍କୁ ଆମ ହସ୍ତ ବଢ଼ାଇବା !ପ୍ରଭୁ ଆମକୁ ମଧ୍ୟ ନିଚୟ ପ୍ରଚୁର ଭାବେ ଆଶୀର୍ବାଦ କରିବେ !
- ଶ୍ରୀମତୀ ଯିବା ବିଜୟ
ପ୍ରାର୍ଥନାର ଅଂଶ :-
ଆମେ ଗାଁଗୁଡିକରେ ଦର୍ଶନ କରୁଥିବା ଛୋଟ ପିଲାମାନେ ଓ ଯୌବନମାନେ ପ୍ରଭୁଙ୍କ ଠାରେ ସ୍ଥିର ହୋଇ ରହିବା ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.