By Village Missionary Movement
Sunday, 11-Jan-2026ଆଜିର ବାକ୍ୟ (Oriya) 12-01-2026
ପ୍ରାର୍ଥନାର ଉତ୍କର୍ଷତା
“ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ; !” - ରୋମୀୟ ୧୨:୧୨
ପ୍ରାର୍ଥନା ଆମ ହୃଦୟକୁ ଖୋଲୁଛି ଏବଂ ପ୍ରଭୁଙ୍କ ସହିତ ସଚ୍ଚୋଟ ଭାବରେ କଥା ହେଉଛି ଏବଂ ଇଶ୍ବରଙ୍କ ବାକ୍ୟ ପାଳନ କରୁଛି ଯେପରି ସେ ଆମ ସହିତ କଥା ହେଉଛନ୍ତି ! ପ୍ରାର୍ଥନା ହେଉଛି ଚାବି ଯାହା ପରମେଶ୍ବରଙ୍କ ଭଣ୍ଡାର ଘର ଖୋଲିଥାଏ !
ଭାଇ ଏମିଲ ଜେବସିଂହ ଜଣେ ମହାନ ପ୍ରାର୍ଥନା ବ୍ୟକ୍ତି ଥିଲେ ! ୧୭ ବର୍ଷ ବୟସରୁ, ଯେତେବେଳେ ସେ ପରିତ୍ରାଣ ଗ୍ରହଣ କଲେ, ସେ ସକାଳୁ ଉଠିବା,ଇଶ୍ବରଙ୍କ ଉପସ୍ଥିତିରେ ଆଣ୍ଠୁମାଡି, ଗୀତ ଗାଇବା, ବାଇବଲ ପଢ଼ିବା ଏବଂ ତା’ପରେ ପ୍ରାର୍ଥନା କରିବା ତାଙ୍କର ଅଭ୍ୟାସ କଲେ ! ସେ ଜଣେ ମହାନ ପ୍ରାର୍ଥନା ଯୋଦ୍ଧା ଥିଲେ ଯିଏ ଆତ୍ମା ପାଇଁ ଭାର ବହନ କରି ଜାତି ପାଇଁ ଫାଙ୍କରେ ଠିଆ ହୋଇଥିଲେ ! ସେ ପ୍ରାୟ ୪୫ ବର୍ଷ ପର୍ଯ୍ୟନ୍ତ ପ୍ରଭୁଙ୍କର ସେବା କଲେ ! ସେ ଫ୍ରେଣ୍ଡସ୍ ମିଶନାରୀ ପ୍ରାର୍ଥନା ବ୍ୟାଣ୍ଡ (FMPB) ରେ ସେବା କରିଥିଲେ ଏବଂ ପରେ ବିଶ୍ୱବାଣୀ ମିଶନାରୀ ସଂଗଠନର ପ୍ରତିଷ୍ଠାତା ହୋଇଥିଲେ ! ସେ ଲେଖିଥିବା ପାଖାପାଖି ୧୩୫ ଗୀତ ଭାରତୀୟ ରାଷ୍ଟ୍ର ପାଇଁ ଇଶ୍ୱରଙ୍କ ଦ୍ୱାରା ସ୍ପର୍ଶ ହେବା ପାଇଁ ଏକ ଭାରରେ ପରିପୂର୍ଣ୍ଣ ! ଯଦିଓ ସେ ପ୍ରଭୁଙ୍କ ସହ ରହିବାକୁ ଯାଇଛନ୍ତି, ତଥାପି ତାଙ୍କର ଗୀତ ସମଗ୍ର ଭାରତରେ ଅନେକ ଭାଷାରେ ଗାନ କରାଯାଇଛି !
ତାଙ୍କ ବିରୁଦ୍ଧରେ ଏକ ଆଦେଶ ସ୍ୱାକ୍ଷରିତ ହୋଇଥିବା ଜାଣିବା ପରେ ମଧ୍ୟ, ଇଶ୍ବରଙ୍କ ଜଣେ ବ୍ୟକ୍ତି ଦାନିୟେଲ,ସେ ତାଙ୍କ ପରମେଶ୍ବରଙ୍କ ଆଗରେ ଆଣ୍ଠୁମାଡି ଦିନକୁ ତିନିଥର ପ୍ରାର୍ଥନା ଜାରି ରଖିଥିଲେ, ଯେପରି ସେ ପୂର୍ବପରି କରିଥିଲେ ! ଇଶ୍ବର ତାଙ୍କ ଦୂତଙ୍କୁ ପଠାଇ ସିଂହମାନଙ୍କ ମୁଖ ବନ୍ଦ କଲେ ! ଏହା ମାଧ୍ୟମରେ ରାଜା ଡାରିୟସ୍ ଘୋଷଣା କଲେ ଯେ ଦାନିୟେଲଙ୍କ ଇଶ୍ବର “ଜୀବନ୍ତ ପରମେଶ୍ୱର” !
ପ୍ରଭୁଙ୍କ ପ୍ରିୟ ସନ୍ତାନଗଣ, ଆମର ପ୍ରାର୍ଥନା ଜୀବନ କ’ଣ ? ଆମେ ସକାଳେ ତାଙ୍କୁ ଖୋଜୁ ନା ଆମେ କେବଳ ଆମର ଆବଶ୍ୟକତା ପାଇଁ ପ୍ରାର୍ଥନା କରୁ? ବାଇବଲ କୁହେ, "ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ" (୧ମ କରିନ୍ଥୀୟ:-୧୫:୧୯) ! ଯଦିଓ ଆମର ପରିସ୍ଥିତି ଅନୁକୂଳ, ଯେତେବେଳେ ଆମେ ତାଙ୍କ ଉପସ୍ଥିତିରେ ଯାଇ ପ୍ରାର୍ଥନା କରୁ, ଅନନ୍ତ ଆନନ୍ଦ ଆମ ହୃଦୟକୁ ପୂର୍ଣ୍ଣ କରିବ ! ଲୁହ ଏବଂ ଚିନ୍ତା ଲୋପ ପାଇବ ! ଏହି ଦୁନିଆରେ ଶାନ୍ତିରେ ବଞ୍ଚିବା ପାଇଁ ପ୍ରଭୁ ଆମକୁ ଅନୁଗ୍ରହ ପ୍ରଦାନ କରିବେ !
- ଶ୍ରୀମତୀ ନିର୍ମଳା ଜେବରାଜ
ପ୍ରାର୍ଥନା ଅନୁରୋଧ:-
୭,୦୦୦ ମିଶନାରୀ ଏବଂ ଏକ ଲକ୍ଷ ଗାଁର ଲକ୍ଷ୍ୟ ହାସଲ ହୋଇପାରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.