Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-06-2021
Share:

By Village Missionary Movement

Tuesday, 08-Jun-2021

ଆଜିର ବାକ୍ୟ (Oriya) 08-06-2021

 

ଯାହା ତୁମ୍ଭର ଅଛି ତାହା ବ୍ୟବହାର କର 

 

“ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ ।“ - ମାଥିଉ 25:21

 

ଗୋଟିଏ ଦେଶର ରାଜାଙ୍କୁ ଏକ ମନବାଞ୍ଚା ଆସିଲା !ତାଙ୍କ ପଡୋଶୀ ଦେଶର ରାଜାମାନଙ୍କୁ, ଅଧିକାରୀମାନଙ୍କୁ ଡାକି ଏକ ମହାନ ଭୋଜ କରି, ସେମାନଙ୍କୁ ଆନନ୍ଦ କରିବାର ଅଛି ଏବଂ ସେହି ଭୋଜି ସମସ୍ତ ଠାରୁ ଶ୍ରେଷ୍ଠ ହୋଇ ଥିବାର ଅଛି !ବିଶେଷକରି ସେ ଦେଇ ଥିବା ଚା'ର ସ୍ୱାଦକୁ ଯେଉଁମାନେ ପିଇଥାନ୍ତି, ସେମାନେ ତାଙ୍କର ଦେଶକୁ ଗଲା ପରେ ମନେ ରହିବାକୁ ହେବ ବୋଲି ଆଶା କଲେ !ତାଙ୍କର ଭବନର ଚା'ର ସ୍ୱାଦ ଓ ବାସନା କମ ଅଛି ବୋଲି ଭାବି ଦେଶରେ ମହାନ ଚା'ତିଆରି କରୁଥିବା ଲୋକଙ୍କ ବିଷୟରେ ତଦନ୍ତ କରିବା ପାଇଁ ତାଙ୍କ ସୈନିକଙ୍କୁ ଆଜ୍ଞା କଲେ ଏବଂ ରାଜା ମଧ୍ୟ ଛଦମ ବେଶ ଧାରଣ କରି ସେହି ଚା' ଗୁଣ୍ଡ ନିମନ୍ତେ ତାଙ୍କ ସୈନିକଙ୍କ ସହିତ ବାହାରିଲେ !କେଉଁଠି ମଧ୍ୟ ସନ୍ତୁଷ୍ଟ ନ ଲାଗିବାରୁ ନିରୁଉଚ୍ଚାହରେ ଗୋଟିଏ ପର୍ବତ ତଳେ ରହିଥିବା ଗ୍ରାମରେ ଗୋଟିଏ ଛୋଟ ଚା 'ଦୋକାନ ରହିଥିବା ଦେଖି ଚା 'ନିମନ୍ତେ ସେଠାରେ ରହିଲେ !

 

ସେହି ଯୁବକ ଜାଣିପାରିଲା କି, ତାଙ୍କୁ ଖୋଜି ଆସିଥିବା ଲୋକେ ହେଉଛନ୍ତି ରାଜାଙ୍କର ଭବନରେ ଥିବା ସୈନିକ !ମାତ୍ର ତାଙ୍କ ନିକଟରେ ସମସ୍ତଙ୍କୁ ହେଲା ପରି ଚା 'ଗୁଣ୍ଡ ନ ଥିଲା !ହେଲେ ମଧ୍ୟ ଏହି ସୁଯୋଗକୁ ବ୍ୟବହାର କଲେ ତାଙ୍କ ଜୀବନରେ ଏକ ମହାନ ସ୍ଥିତିକୁ ଯାଇପାରିବି ବୋଲି ଜାଣିପାରି, ତାଙ୍କ ବଗିଚାକୁ ଯାଇ କିଛି ଜିନିଷ ଆଣି ଚା'ପ୍ରସ୍ତୁତ କରି, ଆସିଥିବା ଲୋକଙ୍କୁ ଦେଲା ! ସେଇ ଚା'ର ସ୍ୱାଦ ଓ ବାସନା ଉତ୍ତମ ରହିଥିବା ସେହି ରାଜା ଜାଣିପାରି, ଖୁସି ହୋଇ, ତାଙ୍କୁ ମାଗିବାରୁ ସେ କହିଲା, ମୋର ନିକଟରେ ଅଳ୍ପ ହିଁ ଚା'ଗୁଣ୍ଡ ଅଛି !ତାଙ୍କ ବଗିଚାକୁ ଯାଇ କିଛି ଗୋଲାପୀ ଫୁଲକୁ ଓ କମଳା ଫଳର ଚୋପାକୁ ସମପରିମାଣରେ ମିଶ୍ରଣ କରି ସେହି ଚା'ପ୍ରସ୍ତୁତ କଲି ବୋଲି କହିଲା !ସେ ପାଇଥିବା ସୁଯୋଗକୁ ଓ ତାଙ୍କ ନିକଟରେ ଥିବା ଜିନିଷକୁ ଉତ୍ତମ ଭାବେ ବ୍ୟବହାର କରିବା ଦ୍ଵାରା ସେହି ଦିନର ଭୋଜିରେ ହିଁ କେବଳ ନୁହେଁ, ରାଜାଙ୍କ ଭବନରେ ତାଙ୍କୁ ଉତ୍ତମ କାମ ମିଳିଲା ! ବାଇବଲରେ ମଧ୍ୟ ପାଞ୍ଚ ତୋଡ଼ା ପାଇଥିବା ଲୋକ, ଦୁଇ ତୋଡ଼ା ପାଇଥିବା ଲୋକ ତାହାକୁ ବ୍ୟବହାର କରି ଫଳ ପାଇଲେ !ମାତ୍ର ଏକ ତୋଡ଼ା ପାଇଥିବା ଲୋକ କିଛି ନ କରି, ରହିଥିବାକୁ ଅବଜ୍ଞା କରି ବ୍ୟବହାର ନ କରି ରଖିଦେଲା !

 

ପ୍ରିୟ ବନ୍ଧୁଗଣ ଆମ୍ଭେ ମଧ୍ୟ ଅନେକ ସମୟରେ ପ୍ରଭୁ ଆମକୁ ଦେଇ ଥିବା ପରିବାର, ସମ୍ପତି, ପଦବୀ, ଧନରତ୍ନ, ଜ୍ଞାନ, ଆଲୋଚନା ଏହି ସମସ୍ତ ନିମନ୍ତେ ଆନନ୍ଦ ନ ହୋଇ, ତୃପ୍ତି ନ ହୋଇ ତାହାକୁ ପ୍ରଭୁଙ୍କର ନିମନ୍ତେ ବ୍ୟବହାର ନ କରି, ଆମ ଠାରେ ଥିବା ଭୁଲକୁ ଆଲୋଚନା କରି ଚିନ୍ତା କରୁଥାଉ !କେତେକ ଜଣ ମୋତେ ଭାବନ୍ତି, ପ୍ରଭୁ ମୋତେ ଏପରି ଯଦି ବଡ଼ କରିଥିଲେ ପ୍ରଭୁଙ୍କର ନିମନ୍ତେ ବହୁତ ଭଲ କାମ କରିଥାନ୍ତି ବୋଲି ପ୍ରଭୁଙ୍କ ଠାରେ ବେପାର କରୁଥାନ୍ତି !ତାହା ନୁହେଁ ପ୍ରଭୁ ଆମକୁ ଦେଇ ଥିବା ଅଳ୍ପରେ ଆମେ ସଠିକ ରହି ତାଙ୍କ ନିମନ୍ତେ ବ୍ୟବହାର କରୁଥିଲେ !ନିଚୟ ପ୍ରଭୁ ଆମକୁ ଆଶୀର୍ବାଦ କରିବେ !

- ଶ୍ରୀମତୀ ବାସନ୍ତୀ ରାଜା ମୋହନ 

 

ପ୍ରାର୍ଥନାର ଅଂଶ :-

ଆମ ମୋକ୍ଷ ପ୍ରାୟାନାମ ଓ ଦିନ ଧ୍ୟାନକୁ ଆଠଟି ଭାଷାରେ ଅନୁବାଦ କରୁଥିବା ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରିବା ନିମନ୍ତେ ପ୍ରାର୍ଥନା କରିବା

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice