Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-06-2021 (Kids Special)
Share:

By Village Missionary Movement

Sunday, 06-Jun-2021

ଆଜିର ବାକ୍ୟ (Oriya) 06-06-2021 (Kids Special)

 

ସୌନ୍ଦର୍ଯ୍ୟ ନା ପ୍ରେମ 

 

“ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।“ - ମାଥିଉ 5:16

 

ହାଲୋ ପିଲାମାନେ,ପକ୍ଷୀ କହିଲେ ତୁମ୍ଭଙ୍କୁ ବହୁତ ଇଚ୍ଛା ତ ? ତୁମେ କଣ କଣ ପକ୍ଷୀ ଦେଖିଛ, କହିଲ ଦେଖିବା ? ମୟୁର, ଶୁଆ, ଚିଲ, କାଉ, କପୋତ, ପାରା, ବତକ,ଏମିତି ତୁମେ କହିକି ଯିବତ !ହଁ ଶୁଆ ବତକ, ପାରା ଏ ସମସ୍ତ ଘରେ ପାଳନ କରୁଥାନ୍ତି ତ !ତାଙ୍କ ସହ ଖେଳିକି ଥିବତ !ଆଜି ଦୁଇଟି ପକ୍ଷୀ ଠାରେ ରହିଥିବା ପ୍ରେମ ବିଷୟରେ କାହାଣୀ ଶୁଣିବାକୁ ଯାଉଛୁ !ପ୍ରସ୍ତୁତ କି ? 

 

ଗୋଟିଏ ଅରଣ୍ୟରେ ବହୁତ ଗଛ ଫୁଲ ଫୁଟି, ଦେଖିବାକୁ ସୌନ୍ଦର୍ଯ୍ୟ ଭରା ସବୁଜ ହରିତ ରଙ୍ଗୀନରେ ଦେଖା ଯାଉଥାଏ !ସେହି ଅରଣ୍ୟରେ ଅନେକ ପକ୍ଷୀ ବଞ୍ଚି କି ଆସୁଥାନ୍ତି !ପ୍ରତ୍ୟେକ ପକ୍ଷୀ ଉତ୍ତମ ବସା ବାନ୍ଧି ଖୁସିରେ ରହୁଥାନ୍ତି !ସେହି ଅରଣ୍ୟରେ ନୀଳ ବର୍ଣ୍ଣରେ ଗୋଟିଏ ସୁନ୍ଦର ପକ୍ଷୀ ଥିଲା !ତାହା ତାର ସୁନ୍ଦର ନିମନ୍ତେ ସବୁବେଳେ ଗର୍ବିତ ହେଉଥାଏ !ମୋ ପରି ଉତ୍ତମ ରଙ୍ଗରେ ସୌନ୍ଦର୍ଯ୍ୟରେ କେହିବି ନାହାନ୍ତି ବୋଲି ସର୍ବଦା ତାଙ୍କ ସୁନ୍ଦରକୁ ପାଣିରେ ଦେଖି ମୁଁ କେତେ ସୁନ୍ଦର ଅଛି ବୋଲି, ସେ ନିଜକୁ ନିଜେ ପ୍ରସଂଶିତ ହେଉଥାଏ !ତାଙ୍କ ପରି ସୁନ୍ଦର ପକ୍ଷୀ ସହିତ ସ୍ନେହ କରି ଖୁସିରେ ରହୁଥାଏ !ଦିନେ କାଉ ଆସି କହିଲା, ମୁଁ ମଧ୍ୟ ତୁମ୍ଭ ସହିତ ସାଥୀ ହୋଇ ରହିବି ! ସଂଗେ ସଂଗେ ଏହି ସୁନ୍ଦର ପକ୍ଷୀକୁ ରାଗ ଆସିଲା ଏବଂ କହିଲା, ତୁମେ କେବେହେଲେ ପାଣିରେ ଦେଖିଛ କି ? ମୁଁ କେତେ ସୁନ୍ଦର ଅଛି !ମୁଁ ତୁମ ସହିତ କିପରି ସାଙ୍ଗ ହୋଇରହିବି ? କାଉଟି ବହୁତ ଦୁଃଖରେ ଫେରିଲା !

 

କିଛି ଦିନ ପରେ ସେହି ସୁନ୍ଦର ପକ୍ଷୀକୁ ବଳ ହୀନତା ରୋଗ ଆସିଲା !ତାର ଡେଣା ସବୁ ମଧ୍ୟ ଝଡି ଯାଇ ବିକୃତ ହୋଇ ଦେଖାଗଲା !ସେଥିପାଇଁ ପକ୍ଷୀଟି ଉଡି ଯାଇ ଖାଦ୍ୟ ସଂଗ୍ରହ କରି ପାରିଲିନି !ତାଙ୍କ ସହିତ ସାଙ୍ଗ ହୋଇ ଥିବା ଅନେକଙ୍କ ନିକଟକୁ ଯାଇ ସାହାଯ୍ୟ ମାଗିଲା !ମାତ୍ର କୌଣସି ପକ୍ଷୀ ବି ସାହାଯ୍ୟ କରିବାକୁ ଆଗକୁ ଆସିଲେ ନାହିଁ !କାଉ ଆସି ପକ୍ଷୀର ପରିସ୍ଥିତିକୁ ଦେଖିଲା, ବୁଝି ପାରିଲା, ତାର ଆବଶ୍ୟକ ହେଉଥିବା ଖାଦ୍ୟ ଖୋଜି ଖୋଜି ଆଣି ତାକୁ ଖୁଆଇଲା !ସେହି ପକ୍ଷୀ ମନେ ପକାଇଲା, ଯାହାକୁ ତୁମେ ସୁନ୍ଦର ନାହିଁ, ତୁମେ ସାଙ୍ଗ ହୋଇ ମୋ ସହିତ ରହିବାକୁ ଯୋଗ୍ୟତା ନାହିଁ କହି ଘୋଡେଇଲି ସେହି କାଉ ହିଁ ବର୍ତ୍ତମାନ ସାହାଯ୍ୟ କରି ମୋତେ ପ୍ରେମ କରୁଛି !ସୁନ୍ଦର ପ୍ରଧାନ ନୁହେଁ, ପ୍ରେମ ହିଁ ପ୍ରଧାନକୁ ସେହି ପକ୍ଷୀ ବୁଝିପାରିଲା !

 

ମୋର ପ୍ରିୟ ଭାଇ ଓ ଭଉଣୀ, କାହାଣୀ ଶୁଣିଲତ !ତୁମ୍ଭେ ମଧ୍ୟ ସୁନ୍ଦରକୁ ଦେଖି, ସମ୍ପତିକୁ ଦେଖି ସାଙ୍ଗ ସାଥୀକୁ ପସନ୍ଦ କରନ୍ତୁ ନାହିଁ !କୌଣସି ଭେଦ ନ ରଖି, କୌଣସି ଉଚ୍ଚନୀଚ ନ ରଖି ସମସ୍ତଙ୍କୁ ପ୍ରେମ କରି ଯୀଶୁ ବାପାଙ୍କ ପ୍ରେମକୁ, ତୁମ୍ଭ ଦ୍ଵାରା ଅନ୍ୟକୁ ପରିବର୍ତ୍ତନ କରାନ୍ତୁ !ଉତ୍ତମ ଭାବେ ଜୀବନଯାପନ କରିବାକୁ ହେବ !ଓକେ ତ !ହୋ... ହୋ ଡବଳ ଓକେ ତ !ଭେରୀ ଗୂଡ଼, ସୁପର!

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al