Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-06-2021
Share:

By Village Missionary Movement

Saturday, 05-Jun-2021

ଆଜିର ବାକ୍ୟ (Oriya) 05-06-2021

 

ଅସାଧାରଣ ଅଦଭୂତ 

 

“ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି; ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି; ତଥାପି ପରମେଶ୍ୱର ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି, ମନୁଷ୍ୟ ତହିଁର ତତ୍ତ୍ୱ ପାଇ ପାରେ ନାହିଁ।“ - ଉପଦେଶକ 3:11

 

ଜଣେ ବୃଦ୍ଧ ବୟସ୍କା ମହାନ ସେବକ ତାଙ୍କ ପୁତ୍ରଙ୍କ ବିଷୟରେ ଏକ ମହାନ ସାକ୍ଷୀ ଦେଲେ !ତାଙ୍କର କେବଳ ଜଣେ ପୁଅ ହିଁ ଦ୍ଵାଦଶରେ ପାସ କରିଛନ୍ତି !ଛୋଟ ବୟସରୁ ହିଁ ଉତ୍ତମ ଭାବେ ପଡ଼ୁ ଥିଲା !ତେଣୁ ତାଙ୍କୁ ଡାକ୍ତର ପାଠ ପଡ଼ିବାକୁ ସିଟ ପାଇବ ବୋଲି ଅପେକ୍ଷା କରୁଥିଲେ !ଏମ. ବି. ବି. ଏସ ରେ ସିଟ ନ ପାଇବାରୁ ପୁଅ ସର୍ବଦା ନିରୁଉଚ୍ଚାହରେ, ମୋର ପିତାମାତା ମିଶିନାରୀ ଭାବେ କେତେ ପରିଶ୍ରମ କରି ସେବା କରୁଛନ୍ତି !ପ୍ରଭୁ ମୋତେ କାହିଁକି ଏହି ମେଡିକାଲ ସିଟ ଦେଲ ନାହିଁ ବୋଲି ସର୍ବଦା ଚିନ୍ତା କଲା !କିନ୍ତୁ ତାଙ୍କ ପିତା କହନ୍ତି, ପ୍ରଭୁ ଯାହା କରନ୍ତି ଆମର ମଙ୍ଗଳ ସକାଶେ !ତେଣୁ ଔଷଧ ଗବେଷଣା କରିବା ଠାରେ ସିଟ ପାଇଲା !ତାଙ୍କ ପାଠ ସମାପ୍ତ କରି କାର୍ଯ୍ୟରେ ଯୋଗ ଦେଲା !ଥର ଥରକୁ ପରୀକ୍ଷା ଲେଖି, ବର୍ତ୍ତମାନ ବିଦେଶ ଠାରୁ ଭାରତ ଦେଶକୁ ରପ୍ତଆନି ହେବା ଔଷଧକୁ ଅନୁମତି ଦେଇ, ଦସ୍ତଖତ କରିବା କାର୍ଯ୍ୟାଳୟ ବଡ଼ ଅଧିକାରୀ ହୋଇ ଦିଲ୍ଲୀ ଠାରେ କାର୍ଯ୍ୟ କରୁଛନ୍ତି !ପ୍ରତି ରବିବାର ଏକ ଘରୋଇ ଆରାଧନା ଦୋଳକୁ ମଧ୍ୟ ପରିଚାଳନା କରି ସେବାକାର୍ଯ୍ୟ କରି ଆସୁଛି !ଦିନେ ତାଙ୍କ ପିତାଙ୍କୁ କହିଲା, ଏମ. ବି. ବି. ଏସ. ସିଟ ନ ଦେଇ ପ୍ରଭୁ ମୋତେ ଅନୁଗ୍ରହ କଲେ !ଯଦି ମୁଁ ପାଇଥାନ୍ତି, ତେବେ ମୁଁ ଜଣେ ସାଧାରଣ ଡାକ୍ତର ଭାବେ ହିଁ ମୁଁ ରହିଥାନ୍ତି !କିନ୍ତୁ ବର୍ତ୍ତମାନ ଅନୁଭୂତି ଥିବା ଏମ. ଡ଼ି, ଏମ. ସ. ପଡ଼ିଥିବା ବଡ଼ ବଡ଼ ଡାକ୍ତରମାନେ ମୋ ନିକଟରେ କାର୍ଯ୍ୟ କରୁଛନ୍ତି !ଅନେକ ଲୋକ ମୋ ନିକଟକୁ ଇନଟେରଭିଓ ପାଇଁ ଆସୁଛନ୍ତି !ପ୍ରଭୁ କାହାରି ଜୀବନରେ କେବେବି ଭୁଲ କରନ୍ତି ନାହିଁ !ମଙ୍ଗଳ କାର୍ଯ୍ୟ ହିଁ କରନ୍ତି !

 

ମାଥିଉ ସୁସମାଚାର ଚାରି ଅଧ୍ୟାୟରେ ତୁମ୍ଭେ ଯେବେ ଇଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡାକ ରୋଟି ହେବା ପାଇଁ ଆଜ୍ଞା ଦିଅ, ତେବେ ଏଠାରୁ ତଳକୁ ଢ଼େଇପଡ ବୋଲି ଯୀଶୁଙ୍କୁ ଶଇତାନ ପରୀକ୍ଷା କରୁଛି !ଆମେ ପ୍ରଭୁଙ୍କର ଇଚ୍ଛା ଅନୁସାରେ ଜୀବନଯାପନ କରୁଛୁତ , ସେବା ଭଲ ରୂପେ କରୁଛୁତ, ମାତ୍ର ଆମେ ଯାହା ଇଚ୍ଛା କରୁଛୁ ସେହି କାର୍ଯ୍ୟ ହେଉନାହିଁତ ବୋଲି ଆମକୁ ଶଇତାନ ସବୁବେଳେ ନିରୁଉଚ୍ଚାହ କରି, କୁମାର୍ଗ ଦେଖାଉ ଥିବ !ସେତେବେଳେ ଯୀଶୁ ମଣିଷ କେବଳ ରୋଟିରେ (ଆମେ ଅପେକ୍ଷାରେ ଥିବା କାର୍ଯ୍ୟରେ )ଇଶ୍ୱରଙ୍କ ମୁଖରୁ ନିରଗତ ପ୍ରତ୍ୟେକ ବାକ୍ୟରେ (ଆମେ ଅପେକ୍ଷାରେ ନ ଥିବା ତାଙ୍କ କାର୍ଯ୍ୟ ଦ୍ଵାରା) ଅଦଭୂତ କରିପାରିବେ !

 

ପ୍ରିୟ ମୋର ପ୍ରଭୁଙ୍କର ସନ୍ତାନଗଣ, ଆମେ ଅପେକ୍ଷାରେ ଥିବା କାର୍ଯ୍ୟ ନ ହେବା ବେଳେ, ମୋର ଇଚ୍ଛା ନୁହେଁ, ପ୍ରଭୁଙ୍କର ଇଚ୍ଛା ହିଁ ମୋ ଜୀବନରେ ପୂର୍ଣ୍ଣ ହୋଇ ଆସୁଅଛି, ଏହାକୁ ଦୃଢତାରେ ବିଶ୍ୱାସ କରି ଗ୍ରହଣ କରନ୍ତୁ !ସେ ହିଁ ଆମ ଜୀବନର କର୍ତ୍ତା ଅଟେ !ଆମେ ଆମ ନିଜର ନୁହଁ !ତାଙ୍କ ଦ୍ଵାରା ଅଛୁ !ସେ କାହାରି ଜୀବନରେ ଭୁଲ କରିବେ ନାହିଁ !ଡେରି ମଧ୍ୟ କରିବେ ନାହିଁ, ମାତ୍ର ସେ ସମସ୍ତ ମଙ୍ଗଳକୁ ନିଚୟ ଦେବେ !ଅପେକ୍ଷାରେ, ନିରିକ୍ଷଣରେ ଆଗକୁ ଯିବା !ହାଲେଲୁୟା !

- ଏଲ. ଆଲାଗାର ସ୍ୱାମୀ 

 

ପ୍ରାର୍ଥନାର ଅଂଶ :-

ଆମ୍ଭ ସେବାକାର୍ଯ୍ୟକୁ ପ୍ରାର୍ଥନାରେ, ଆର୍ଥିକରେ ସାହାଯ୍ୟ କରୁଥିବା ସହଯୋଗୀ ପରିବାରଙ୍କୁ ପରମେଶ୍ୱର ଆଶୀର୍ବାଦ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al