Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-06-2021
Share:

By Village Missionary Movement

Friday, 04-Jun-2021

ଆଜିର ବାକ୍ୟ (Oriya) 04-06-2021

 

ବିଶ୍ୱାସୀ ଭୟ କରନ୍ତୁ ନାହିଁ

 

“ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।“ - ପ୍ରଥମ କରିନ୍ଥୀୟ 10:13

 

କିଛି ଦିନ ପୂର୍ବରୁ ମୁଁ ଏକ ଘରୋଇ ବ୍ୟାଙ୍କକୁ ଯାଇଥିଲି !ସେଠାରେ ମୁଁ ଜାଣିଥିବା ଜଣେ ସୁନାର ମୂଲ୍ୟ ଧାର୍ଯ୍ୟକାରି ଅଫିସର ମୋତେ ଦେଖି , ମାମ ଏହି ରୋଗଟି କେବେ କମିବ କିଜାଣି, ସବୁବେଳେ ଭୟ, ଉତ୍ତେଜନା ଓ କଷ୍ଟ ରହୁଛି, ମୋପାଇଁ ଓ ମୋର ପରିବାର ନିମନ୍ତେ ପ୍ରାର୍ଥନା କରନ୍ତୁ, ଦୁଃଖରେ କହିଲେ !ତାଙ୍କୁ ମୁଁ କିଛି ମିନିଟ ଆଦର୍ଶ କଥା କହି ଧଉର୍ଯ୍ୟ କରି ଆସିଲି !

 

ହଁ ଏହି କରୋନାର ଦ୍ୱିତୀୟ ଲହର ସର୍ବଦା ଭୟଙ୍କର ଓ ଖୁରରେ ଅନେକ ପ୍ରଭୁଙ୍କର ପିଲାଙ୍କୁ, ବିଖ୍ୟାତ ହୋଇଥିବା ଲୋକଙ୍କୁ, ଚିକିତ୍ସକଙ୍କୁ, ସେବିକାମାନଙ୍କୁ,ପୋଲିସ ମାନେ, ଆମ୍ଭମାନଙ୍କ ସାଙ୍ଗ ସାଥୀଙ୍କୁ ଆଉ ଆମ ବନ୍ଧୁବାନ୍ଦବଙ୍କୁ ଏହା ଉଠାଇ ନେଇ ଗଲା !ଏହି ରୋଗ ସର୍ବଦା ବିସ୍ତୃତ ହୋଇ ଆସୁଥିବା ପରିସ୍ଥିତିରେ ଚିକିତ୍ସାଳୟରେ ସ୍ଥାନ ନ ରହି, ଔଷଧର ଅଭାବ, ଆକ୍ସିଯେନ ନ ପାଇଁ ଏପରି ଅନେକ ଅସୁବିଧା ଦେଖା ଯାଇଛି !ମାତ୍ର ଏହି ରୋଗ ଠାରୁ ଆଉ ଅଧିକ ଖୁର କାର୍ଯ୍ୟ ଆମଠାରେ ଦେଖା ଯାଉଥିବା ଏକ ପ୍ରକାର ରୋଗ ଭୟ ଓ ଉତ୍ତେଜନା !ମୁଁ ଲେଖୁଥିବା ବେଳେ କର୍ଣ୍ଣାଟକର ଶିଖିମଲୁର ନାମକ ଗ୍ରାମରେ ଘଟିଥିବା ସମ୍ବାଦକୁ ଶୁଣି ବହୁତ ଦୁଃଖ କଲି !ଜଣେ ଅବଶର ପ୍ରାପ୍ତ ତହସିଲଦାର କରୋନା ଅଛି ବୋଲି ଜାଣିବା କ୍ଷଣି, ତାଙ୍କ ଦ୍ଵାରା ତାଙ୍କ ପରିବାର ଲୋକଙ୍କୁ ଏହି ରୋଗ ବିସ୍ତାର ହେବ ବୋଲି ଭାବି ଭୟରେ ଏକ ଚିଠି ଲେଖି ଆତ୍ମହତ୍ୟା କରିଥିଲେ !କେତେ ପରିତାପର ବିଷୟ ! ଈଶ୍ୱର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାଁନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି (2ୟ ତିମତୀ :-1:7) ।ଭୟ, ଉତ୍ତେଜନା, ଚିନ୍ତା ଆବଶ୍ୟକ ନାହିଁ !

 

ଆମ ବାଇବଲରେ ମଧ୍ୟ ଅବ୍ରହାମଙ୍କ ବୃଦ୍ଧ ଅବସ୍ଥାରେ ଶପଥ ପୁତ୍ରଙ୍କୁ ବଳି ଦିଅ ବୋଲି ପରମେଶ୍ୱରଙ୍କ ଦ୍ଵାରା ଆଜ୍ଞା ପାଇଲେ !ସକାଳେ ଉଠି ଆବଶ୍ୟକ ଦ୍ରବ୍ୟ ଧରିକି ବୁଦ୍ଧିବାନ ତାଙ୍କ ପୁତ୍ର ଇଶାକଙ୍କ ସହ ଅବ୍ରାହମ ବାହାରିଲେ !ଏହି ବିଧେତା ଆମକୁ ଆଚର୍ଯ୍ୟ କରିଛିତ ! ଆମେ ଏପରି କରିପାରିବା କି ? ମାତ୍ର ଅବ୍ରହାମଙ୍କ ଠାରେ ଦେଖାଦେଇଥିବା ଫେରି ଆସିବୁ ବୋଲି ବିଶ୍ୱାସ, ବଳିଦାନ ନିମନ୍ତେ ମେଷ ପରମେଶ୍ୱର ଦେବ ବୋଲି ବିଶ୍ୱାସରେ କହିଥିବା ବାକ୍ୟକୁ, ସବୁଠୁ ମୁଁ ତୁମ୍ଭ ସନ୍ତାନକୁ ବିସ୍ତାର କରି ବୋଲି କହିଥିବା ବାକ୍ୟକୁ, ପରମେଶ୍ୱରଙ୍କ ଶପଥକୁ ଉତ୍ତମ ରୂପେ, ଭଲ ଭାବେ ଜାଣିପାରିଥିଲେ !ବିଜୟୀ ହୋଇ ତାଙ୍କ ପୁତ୍ରଙ୍କୁ ଧରିକି ଫେରି ଆସିଲେ ! 

 

ମୋର ପ୍ରିୟ ବନ୍ଧୁଗଣ,... ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି (ଯୋହନ:-16:33)ଅନୁସାରେ ଧଉର୍ଯ୍ୟ ଦେଉଥିବା ବିଜୟୀର ଖ୍ରୀଷ୍ଟ ତୁମ୍ଭ ଠାରେ ଅଛନ୍ତି ! ମହାନ ଶକ୍ତିଶାଳୀ ଧଉର୍ଯ୍ୟକୁ ଛାଡ଼ନ୍ତୁ ନାହିଁ !ବାଇବଲରେ ଅନେକ ପ୍ରଭୁଙ୍କର ଦାସ ପରମେଶ୍ୱର ସଂକୀର୍ଣ୍ଣ ମାର୍ଗରେ ଚଲାଇ ସେମାନଙ୍କୁ ଉଦ୍ଧାର କରିବା ଦେଖିଛୁ ! ସେହି ପରମେଶ୍ୱର ତୁମ୍ଭଙ୍କୁ ମଧ୍ୟ ରକ୍ଷା କରିବେ !କରୋନାର ସତର୍କତାକୁ ଅବଲମ୍ବନ କରନ୍ତୁ !ସମସ୍ତେ ସଂରକ୍ଷଣରେ ରହିବାକୁ ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ, ଆମେନ !

- ଶ୍ରୀମତୀ ସାରୋଯା ମୋହନ ଦାସ 

 

ପ୍ରାର୍ଥନାର ଅଂଶ :-

ମଦ୍ୟପାନରେ ଦାସତ୍ଵ ହୋଇ ଥିବା ଲୋକଙ୍କୁ ମୁକ୍ତ କରିବାକୁ ଆରମ୍ଭ କରାଯାଇଥିବା ପ୍ରେୟେର ସେଣ୍ଟର ନିମନ୍ତେ ପ୍ରାର୍ଥନା କରନ୍ତୁ !

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al