Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-06-2021
Share:

By Village Missionary Movement

Wednesday, 02-Jun-2021

ଆଜିର ବାକ୍ୟ (Oriya) 02-06-2021

 

ଯୋଗ୍ୟତାର ଶାସନକର୍ତ୍ତା 

 

“ଆଉ, ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି; ସେ ରାଜାଗଣକୁ ପଦଚ୍ୟୁତ କରନ୍ତି ଓ ରାଜାଗଣକୁ ପଦସ୍ଥ କରନ୍ତି; ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ବିବେଚନା ଦିଅନ୍ତି;” - ଦାନିୟେଲ 2:21

 

ଗୋଟିଏ ଦେଶକୁ ଶାସନ କରୁଥିବା ରାଜା, ତାଙ୍କ ଦେଶକୁ ଉତ୍ତମ ରୂପରେ ଶାସନ କରି, ତାଙ୍କ ପ୍ରଜାଗଣଙ୍କୁ ଆନନ୍ଦରେ ବଞ୍ଚାଇ ଆଣିଲେ !ସେହି ରାଜାଙ୍କର ବୃଦ୍ଧ ବୟସ ହୋଇଗଲା !ସେହି ରାଜାଙ୍କର ଦୁଇଟି ପତ୍ନୀର ଦୁଇଟି ପୁତ୍ର ସନ୍ତାନ ଥିଲେ !ଦୁଇଟି ପତ୍ନୀ ତାଙ୍କ ନିଜର ପୁତ୍ର ହିଁ ରାଜା ଭାବେ ଅଭିଷେକ ହେବାକୁ ହେବ ବୋଲି କଳି କରୁଥାନ୍ତି !ମହାରାଜା କହିଲେ, ମୋ ପରେ ପ୍ରଜାଙ୍କୁ ଉତ୍ତମ ଶାସନ ଦେବା ବ୍ୟକ୍ତି ହିଁ ରାଜା ଭାବେ ରହିବାର ଯୋଗ୍ୟ !ସେଥିପାଇଁ ମୁଁ ଗୋଟିଏ ପରୀକ୍ଷା କରି ତଦ ଅନୁସାରେ ପସନ୍ଦ କରିବି !

 

ସେହି ଦେଶ ଠାରୁ ଦଶ କିଲୋମିଟର ଦୂର ଆରପଟେ ଦୁଇଟି ଦ୍ୱିପ ଥିଲା !କିଛି ମାସ ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ମକା, ଦୁଇଟି ପୁତ୍ରଙ୍କୁ ଦେଇ ସେହି ଦ୍ୱିପକୁ ପଠାଇଲେ !ବିନା ନୌକାରେ ସେଠାରୁ ଫେରି ଆସିପାରିବେ ନାହିଁ !ସେଠାରେ ଉଚ୍ଚା ଉଚ୍ଚା ବୃକ୍ଷ, ଶୁଖିଲା ପାଲ କୂଟାରେ ପୂର୍ଣ୍ଣ ବୁଦା ଦେଖାଗଲା !ରାଜା କହିଲେ, ତାଙ୍କ ଠାରେ ଥିବା ମକା ସରିଗଲା କ୍ଷଣି ସେଠାରେ ଥିବା ଚାରାଗୁଡିକ ହାନି ନିଆଁ ଜଳାଇବାକୁ ହେବ !ସେହି ଧୂଆଁ ଦେଖିବା କ୍ଷଣି ଜଗୁଆଳିଗଣ ଆସି ତୁମ୍ଭଙ୍କୁ ନେଇକି ଆସିବେ !ତିନି ମାସରେ ଗୋଟିଏ ଦ୍ୱିପରୁ ଧୂଆଁ ବାହାରିବା ଆରମ୍ଭ ହେଲା !ମାତ୍ର ଅନ୍ୟ ଦ୍ୱିପରୁ କିଛି ମାସ ବିତିଯାଇ ଥିଲେ ସୁଧା ଧୂଆଁ ବାହାରିଲା ନାହିଁ !ତରବର ହୋଇ ରାଜା ତାଙ୍କ ସୈନିକଙ୍କ ସହ ଯାଇ ସେଠାରେ ଦେଖିଲା କି, ସେହି ମକା ଗୋଟିଏ ମହାନ ବଗିଚାରେ ବଢ଼ି ଯାଇଥିଲା !ପ୍ରତ୍ୟେକ ଦିନ ସେଠି ଥିବା ବୁଦାକୁ ଓ ଅନାବଶ୍ୟକ ଗଛ ଗୁଡିକୁ କାଟି ସଫା କରି, ସଫା ହୋଇଥିବା ସ୍ଥାନରେ, ତାଙ୍କୁ ଖାଦ୍ୟ ରୂପରେ ଦିଆ ଯାଇଥିବା ମକାକୁ କିଛି ଅଂଶରେ ଚାଷ କରି ରହିଥାଏ, ସେହି ପୁତ୍ର !ବଡ଼ିଆ ସ୍ଥାନ ସଫା କରାଯାଇଥାଏ !ଏହା ଦେଖି ରାଜା କହିଲେ, ଇଏ ହିଁ ଆମ ଦେଶକୁ ଆବଶ୍ୟକ ହେଉଥିବା ରାଜା, ଏହାଙ୍କୁ ହିଁ ମୋ ସିଂହାସନରେ ବସାଇବି !ହଁ ଲୋକଙ୍କୁ ଉତ୍ତମ ଶାସନକାରୀ ରାଜା, ବୁଦ୍ଧିମନ୍ତ ଓ ଜ୍ଞାନବାନ ରାଜା ରହିବା ଆବଶ୍ୟକ !

 

ଆମ ଭାରତର ତାମିଲନାଡୁ ରାଜ୍ୟରେ ବର୍ତ୍ତମାନ ଆମ ପ୍ରାର୍ଥନାର ଉତ୍ତର ସଦୃଶ୍ୟ ପ୍ରଭୁ ଉତ୍ତମ ମୁଖ୍ୟମନ୍ତ୍ରୀଙ୍କୁ ଦୟା କରିଛନ୍ତି !ସର୍ବଦା ଚିନ୍ତିତରେ ରହୁଥିବା ଏହି କରୋନା କାଳରେ ମଧ୍ୟ ଅଧିକାରରେ ରହିଥିବା ସେ, ବିରୋଧୀ ଦୋଳ ସହିତ ଉତ୍ତମ ସମ୍ପର୍କ ରଖି, ଦୃଢ ଚେଷ୍ଟାରେ ଅଧିକାରୀମାନଙ୍କ ସହିତ ମିଶି, ତାଙ୍କୁ ଭୋଟ ଦେଇଥିବା ଲୋକଙ୍କୁ ଉତ୍ତମ ଯୋଜନା ଯୋଗାଇ , ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରି ସମସ୍ତଙ୍କୁ ଖୁସି କରାଉଛନ୍ତି !ଆମ ଦେଶ ଉତ୍ତମ ଭାବେ ରହିବାକୁ ଦାଇତ୍ୱବାନ ଶାସନକାରୀଙ୍କୁ ପ୍ରଭୁ ଜ୍ଞାନରେ କାର୍ଯ୍ୟ କରିବାକୁ ବ୍ୟବହାର କରି, ଏପରି ରୋଗୀଣା ପରିସ୍ଥିତିରେ ମୁଖପେକ୍ଷା ନ ଥିବା ଶାସନ କରି, ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରାର୍ଥନା କରିବା !ବଳକା ଥିବା ସମସ୍ତ ବିଭାଗର ଅଧିକାରୀଙ୍କୁ , ମନ୍ତ୍ରୀମାନଙ୍କୁ ଉତ୍ତମ ରୂପେ ଶାସନ କରିବା ନିମନ୍ତେ ପ୍ରାର୍ଥନା କରିବା !କରୋନା ନ ରହି ଆମ ଦେଶର ଲୋକମାନେ ଶାନ୍ତିରେ ଜୀବନଯାପନ କରିବାକୁ ଆମେ ସହଯୋଗୀ ହେବା, ଆମେନ !

- ଶ୍ରୀମତୀ ସାରୋଯା ମୋହନ ଦାସ 

 

ପ୍ରାର୍ଥନାର ଅଂଶ :-

ଗେତସମୋନି କ୍ୟାମ୍ପସକୁ ପ୍ରତିଦିନ ଆସି ମଧ୍ୟାହ୍ନ ଭୋଜନ ନେଉଥିବା ବ୍ୟକ୍ତିଗଣ ପ୍ରଭୁଙ୍କର ପ୍ରେମ ଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş