By Village Missionary Movement
Monday, 31-May-2021ଆଜିର ବାକ୍ୟ (Oriya) 31-05-2021
ଅଜଣା ପ୍ରହର
“ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ ।“ - ମାଥିଉ 24:42
ଆମେରିକା ଦେଶର ପୂର୍ବତନ ରାଷ୍ଟ୍ରପତି ଡୁଆଇଟ ଡ଼ି ଆଇସୋନଭେର ଥରେ ସେ ଛୁଟିରେ ଥିବା ସମୟରେ ତାଙ୍କୁ ଏକ ଚିଠି ଆସିଲା !ସେଥିରେ "ଛ "ବର୍ଷର ପାଲ ନାମକ ବାଳକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବାଳକ, ସେ ଆମେରିକା ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆଶା ପୋଷଣ କରୁଛନ୍ତି ବୋଲି ସେହି ଚିଠିରେ ଲେଖା ଯାଇଛି !ଏହା ରାଷ୍ଟ୍ରପତିଙ୍କ ଦୃଷ୍ଟିଗୋଚର ହେବାରୁ ସେହି ବାଳକକୁ ଦେଖିବା ନିମନ୍ତେ ନିର୍ଣ୍ଣୟ କରି, ସେହି ବାଳକକୁ ଦେଖିବା ନିମନ୍ତେ ତାଙ୍କ ଘରକୁ ଯାଇ କବାଟ ବାଢ଼େଇଲେ !ସେହି ବାଳକର ପିତା ଡୋନାଲଡ କବାଟ ଖୋଲି ଆମେରିକା ରାଷ୍ଟ୍ରପତିଙ୍କୁ ଦେଖି ଆଚର୍ଯ୍ୟ ହୋଇଗଲେ !ରାଷ୍ଟ୍ରପତିଙ୍କ ଆସିବାକୁ ଅପେକ୍ଷାରେ ନ ଥିବା ହେତୁ, ସେହି ବାଳକର ପିତା ଉତ୍ତମ ବସ୍ତ୍ର ପରିଧାନ ନ କରି, ମୁଖ ଖେର ନ କରି, ଏବଂ ଘରର ଆସବାପତ୍ର ଏଣେତେଣେ ପଡିଥିବା ଦେଖି ତାଙ୍କୁ ଦୁଃଖ ଲାଗିଲା ! ହେଲେ ମଧ୍ୟ ରାଷ୍ଟ୍ରପତିଙ୍କୁ ଘରକୁ ଡାକି ସେହି ବାଳକ ନିକଟକୁ ଘେନିକି ଗଲେ !ରାଷ୍ଟ୍ରପତି କିଛି ସମୟ ସେହି ବାଳକ ସହ କଥା ହୋଇ ଫେରିଗଲେ !ଚାରିଆଡେ ଥିବା ଲୋକଙ୍କୁ ସେହି ଦିନ ତାହାହିଁ ତର୍କର ଦିବସ ଥିଲା !ମାତ୍ର ପିତା ଡୋନାଲଡଙ୍କୁ କିଛି ଦୁଃଖ ଲାଗୁଥାଏ !କାହିଁକିନା ସେ ଲେଖିଥିବା ଚିଠି ରାଷ୍ଟ୍ରପତି ପାଇବେ କି ନାହିଁ, ସେ ଆସିବେକି ନାହିଁ ଭାବି ସେ ଅପେକ୍ଷା ନ କରି ରହିଥିବା ପରିସ୍ଥିତିରେ ରାଷ୍ଟ୍ରପତି ଆସିଗଲେ, ତେଣୁ ସେହି ଦୁଃଖର କାରଣ !
ଦଶ କନ୍ୟା ଉପମାରେ ପାଞ୍ଚ ଜଣ ସୁବୁଦ୍ଧି ଓ ପାଞ୍ଚ ଜଣ କୁବୁଦ୍ଧି ଅଛନ୍ତି !କୁବୁଦ୍ଧି କନ୍ୟାଗଣ ତାଙ୍କ ଦୀପ ଜଳାଇ ତୈଳ ନ ନେଇ ଚାଲିଗଲେ !ମାତ୍ର ସୁବୁଦ୍ଧିଗଣ ତାଙ୍କ ଦୀପ ଜଳାଇ ଏବଂ ଏକ ପାତ୍ରରେ ତୈଳ ଧରିକି ଗଲେ !ଅଜଣା ପ୍ରହରରେ ବର ଆସିଯିବାରୁ ସୁବୁଦ୍ଧି କନ୍ୟାଗଣ ତାଙ୍କ ଦୀପକୁ ସିଦ୍ଧ କଲେ, ଯୀଶୁଖ୍ରୀଷ୍ଟ ବରଙ୍କ ସହ ବିବାହ ଘରେ ପ୍ରବେଶ କଲେ !କୁବୁଦ୍ଧିଗଣ ସେହି ମହାନ ଅବକାଶରୁ ଓହରି ଗଲେ !
ଆମ ଯୀଶୁଖ୍ରୀଷ୍ଟ ଯଥାଶୀଘ୍ର ଆସୁଅଛି !ଏହା ଆମେ ସମସ୍ତେ ଜାଣି ଥିବା ସତ୍ୟ ଅଟେ !ମାତ୍ର ଆମେ କେତେ ପର୍ଯ୍ୟନ୍ତ ସେଥିପାଇଁ ସିଦ୍ଧ ହୋଇଅଛୁ ଏହା ଅନୁମାନୀକ ହୋଇ ଦେଖାଯାଉଛି !କାହିଁକିନା କେତେ ବର୍ଷ ହେବ ଏହାହିଁ କହୁଛନ୍ତି ମାତ୍ର ଆଜି ପର୍ଯ୍ୟନ୍ତ ଆସିନାହିଁ !ଏହି ଭାବନା ଅନେକଙ୍କ ମନରେ ରହିଛି !ତେଣୁ ଜାଗ୍ରତ ନ ହୋଇ, ସିଦ୍ଧ ନ ହୋଇ ବଞ୍ଚୁଥିବା ଦେଖା ଯାଉଛି !ଏହି ପରିସ୍ଥିତି ବଦଳିବାକୁ ହେବ !ହଁ ମୋର ପ୍ରିୟ ବନ୍ଧୁଗଣ, ଆମ୍ଭ ପ୍ରଭୁ ଆମ୍ଭେ ଅପେକ୍ଷାରେ ନ ଥିବା ପରିସ୍ଥିତିରେ ଆସିବେ !ଆମ୍ଭେ ସିଦ୍ଧ ଅଟୁକି ? ବିନା ଚି଼ହ୍ନର ବସ୍ତ୍ର ଧାରଣ କରିଛୁ କି, ନା ଅନେକ ପାପର ଚି଼ହ୍ନ ଦେଖାଯାଉଛୁ କି ? ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ଆମେ ଶୀଘ୍ର ସିଦ୍ଧ ହେବା !ସେ ଅଜଣା ପ୍ରହରରେ ଆସିବେ !ତେବେ ତାଙ୍କୁ ଦର୍ଶନ କରିବାକୁ ସିଦ୍ଧ ହୋଇ ରହିବା !ଅନେକଙ୍କୁ ସିଦ୍ଧ କରାଇବା !
- ଶ୍ରୀମତୀ ଯିୱା ବିଜୟୀ
ପ୍ରାର୍ଥନାର ଅଂଶ :-
ଅଫିସ କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ଜିରାକ୍ସ ମିସିନ କିଣିବା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.