Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-05-2021
Share:

By Village Missionary Movement

Saturday, 29-May-2021

ଆଜିର ବାକ୍ୟ (Oriya) 29-05-2021

ଫଳ ଶୂନ୍ୟତା 

“ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି” - ଲୂକ 13:7

1990 ମସିହାରେ ରହିଥିବା ବିଦ୍ୟାର ନିୟମ ଓ ବିଦ୍ୟାର୍ଥୀମାନଙ୍କର ଆଲୋଚନାର ବିଧାନ ଏବେ ମନେ ପଡ଼ୁଅଛି !ବର୍ଷ ସାରା ପଡ଼ିଥିବା ପାଠକୁ ଶେଷରେ ପରୀକ୍ଷା କରନ୍ତି !ସେଥିରେ ପ୍ରତ୍ୟେକ ପାଠରେ ପଇତିରିଶ (35)ନମ୍ବର ଆଣିବାକୁ ପଡିବ !ଯଦି ସେତିକି ନମ୍ବର ଆଣି ନ ପାରିବ, ତେବେ ଆମେ ପଡ଼ୁଥିବା ସେହି ଶ୍ରେଣୀରେ, ସେହି ଶିକ୍ଷୟତ୍ରୀଙ୍କ ଠାରେ ଆଉଥରେ ସେହି ବର୍ଷସାରା ପାଠ ପଢିବାକୁ ହେବ !ତାହା ଏକ କଠୋର ବର୍ଷ ଥିଲା !ପଇତିରିଶ ନମ୍ବର ରଖି  ସେହି ଶେଷ ପରୀକ୍ଷାରେ ବିଜୟୀ ନ ହେଲେ ଦୁଇ ବା ତିନି ବର୍ଷ ସେହି ଶ୍ରେଣୀରେ ପାଠ ପଢି ରହିବାକୁ ହେବ !ସହପାଠୀ ବିଦ୍ୟାର୍ଥୀଙ୍କୁ  ଫେଲ ହୋଇଥିବା ବିଦ୍ୟାର୍ଥୀ ସହ ମିଶିବାକୁ ଦିଅନ୍ତି ନାହିଁ !ସେମାନଙ୍କ ସହିତ ମିଶିଲେ ଏମାନେ ମଧ୍ୟ ନଷ୍ଟ ହୋଇଯିବେ ବୋଲି ଭୟ !ପଇତିରିଶ ନମ୍ବର ରଖି ନ ପାରିବା ଛାତ୍ର, ଘରେ ମଧ୍ୟ ବହୁତ ଅସୁବିଧା ଭୋଗିବାକୁ ପଡିବ !ଦୁଇ ବା ତିନି ବର୍ଷ ଗୋଟିଏ ବଖରାରେ ବାରମ୍ବାର ପଡିବା ଦୁଃଖର ବିଷୟ !

ପବିତ୍ର ବାଇବଲରେ ମଧ୍ୟ (ଲୁକ :-13:6-9)ରେ ଯୀଶୁ ଏକ ଦୃଷ୍ଟାନ୍ତ କହିଲେ, ଆଉ ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରି ଗଛ ଲଗାଯାଇଥିଲା । ସେ ପ୍ରତି ବର୍ଷ  ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ । ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି ?  ମାତ୍ର ସେ  ମାଳି ସେହି ଡ଼ିମ୍ବିରି ଗଛ ପାଇଁ ବିନୟ କରୁଅଛି ।ଏହି ଉପମାର ଅନ୍ତ ଲେଖା ଯାଇନାହିଁ !

ଏହା ପାଠ କରୁଥିବା ପ୍ରିୟ ବନ୍ଧୁଗଣ, ପ୍ରଭୁ ଆମକୁ ଆଜି ଦିନରେ  ଅନେକ ସୁବିଧା, ଉତ୍ତମ ପରିସ୍ଥିତି, ଅନେକ ଅନୁକୂଳ ପରିସ୍ଥିତି ଦେଇଛନ୍ତି !ମାତ୍ର ଆମେ ଏ ସମସ୍ତକୁ ଅନୁଭବ କରି,  ପରମେଶ୍ୱର ଆମ ଠାରୁ ଆଶା କରୁଥିବ ଉତ୍ତମ ଫଳ , ମାତ୍ର  ଆମେ  ଫଳ ଶୂନ୍ୟ ଜୀବନଯାପନ   କରୁଥିବା, ତେବେ  କେତେ ଦୁଃଖଦାୟକ ? ଆମେ ଆମକୁ ଆବଶ୍ୟକ ହେଉଥିବା ସମସ୍ତ ପ୍ରଭୁଙ୍କ  ଠାରୁ ଗ୍ରହଣ କରି ଫଳଶୂନ୍ୟତା ହୋଇ ବର୍ଷ ବର୍ଷ ବିତାଉ ଥିଲେ, ଆମେ ନିଜେ ନିଜକୁ ନିଧାନ କରି ଦେଖିବା !ପରମେଶ୍ୱର ଆମପାଇଁ ରଖିଥିବା ଓ ନେବାକୁ ଥିବା ସ୍ଥାନରେ,  ଆମେ କରିପାରିବା  କାର୍ଯ୍ୟଟି ପ୍ରଭୁଙ୍କ ନିମନ୍ତେ କରିବା !ସେହି ଦୃଷ୍ଟାନ୍ତର ଅନ୍ତ ନାହିଁ !ସେହିପରି ଆମ ଜୀବନ ମଧ୍ୟ ଅନ୍ତ ହୋଇନାହିଁ !ତେଣୁ ଅବକାଶକୁ ବ୍ୟବହାର କରିବା !ଫଳ ପୂର୍ଣ୍ଣ ଜୀବନ ଯାପନ କରି ଆମେ ଆମ ମାଲିକକୁ ଆନନ୍ଦିତ କରିବା !
-    ଟି. ଶଙ୍କର ରାଜ 

ପ୍ରାର୍ଥନାର ଅଂଶ :-
ଏକ ଲକ୍ଷ ଗ୍ରାମକୁ ଦୁଇ ହଜାର ଟଙ୍କା ଦେଇ ପୌତୃକ ଗ୍ରହଣ କରିବାକୁ  ଏକ ଲକ୍ଷ ବ୍ୟକ୍ତି ମିଳିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş