By Village Missionary Movement
Wednesday, 26-May-2021ଆଜିର ବାକ୍ୟ (Oriya) 26-05-2021
ତୁଚ୍ଛଜ୍ଞାନ କର ନାହିଁ
“ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି।“ - ମାଥିଉ 18:10
ସାଧାରଣ ଭାବେ ଆମ ଠାରୁ ଧନଧ୍ୟାନ୍ୟରେ କମଥିବା ବ୍ୟକ୍ତିମାନଙ୍କୁ ପ୍ରାଧାନ୍ୟତା ଦେବାକୁ ଆମ ଶାରୀରିକ ଗୁଣଗାରିମା ଜାଗା ଦିଏ ନାହିଁ !ସାଧାରଣ ଭାବେ ଆମେ ସେମାନଙ୍କୁ ବିଶ୍ୱାସ କରି କୌଣସି ଦାଇତ୍ୱ ମଧ୍ୟ ଦେବା ନାହିଁ !କାଲି ଫୁଟିଥିବା ଛତୁ ବୋଲି କହି ସେମାନଙ୍କର ସାମର୍ଥ୍ୟକୁ ନ ଦେଖି ସହଜରେ ତୁଚ୍ଛ କରି କଥା କହିଦେଉ !ମାତ୍ର ବାଇବଲରେ କୌଣସି ଲୋକଙ୍କୁ ନୀଚ କରି ତୁଚ୍ଛ କରନ୍ତୁ ନାହିଁ ବୋଲି କୁହାଯାଇଛି !ଅଠର ବର୍ଷ ପୁରି ନ ଥିବା ଜଣେ ଯୁବକ ପୃଥିବୀ ବିଖ୍ୟାତ ଡ଼ି. ଏଲ. ମୋଦିଙ୍କ ଚିକାଗୋ ସହରର ଚର୍ଚ୍ଚରେ ପ୍ରଚାର କରିବାକୁ ଇଚ୍ଛା ବୋଲି କହିଲା !ହେଲେ ମୋଦି ଏହି ଛୋଟ ଯୁବକକୁ ଗ୍ରହଣ କରିବା ପାଇଁ ଆଲୋଚନା କରି ନ ଶୁଣି ଆସିଲା !ମାତ୍ର ପରମେଶ୍ୱରଙ୍କ ଯୋଜନା ଅନୁଯାୟୀ ଅନେକ ବର୍ଷ ପରେ ମୋଦିଙ୍କର ମଣ୍ଡଳୀରେ ସେହି ଯୁବକ ପ୍ରଚାର କଲା !ତାଙ୍କର ପ୍ରଚାର ଶୁଣିଥିବା ଅନେକ ଲୋକ ତାଙ୍କର ପଛକୁ ଫେରି ଯାଇଥିବା ଆତ୍ମୀୟ ଜୀବନରୁ ମନପରିବର୍ତ୍ତନ ପାଇଲେ !ଡ଼ି. ଏଲ. ମୋଦି ଲୁହ ଝରାଇ ସେହି ପ୍ରଚାର ଶୁଣିଲା !ତାପରେ ମୋଦି ଆଉ କାହାକୁ ତୁଚ୍ଛ ଦେଖିବି ନାହିଁ ବୋଲି ନିର୍ଣ୍ଣୟ କଲେ !
ବାଇବଲରେ ମଧ୍ୟ ଏହିପରି କିଛି ଯୁବକଙ୍କୁ ଅନ୍ତରଙ୍ଗ ବନ୍ଧୁମାନେ ତୁଚ୍ଛ କରିବା ଆମେ ଦେଖୁଛୁ !ଯୋଶେଫଙ୍କ ବାକ୍ୟ ଓ ତାଙ୍କର ସ୍ବପ୍ନକୁ ତାଙ୍କ ଭାଇମାନଙ୍କ ଦ୍ଵାରା ନୀଚତ୍ଵ କରାଯାଇଥିଲା !ଦାଉଦକୁ ଯୁଦ୍ଧରେ ତାଙ୍କ ଭାଇମାନଙ୍କ ଦ୍ଵାରା ନୀଚତ୍ଵ କରାଯାଇଥିଲା !କିନ୍ତୁ ପରମେଶ୍ୱର ସେମାନଙ୍କ ଦ୍ଵାରା ମହାନ କାର୍ଯ୍ୟ କରିଛନ୍ତି ଏହା ଆମେ ଗ୍ରହଣ କରିଥିବା ସତ୍ୟ ଅଟେ !ସେହି ଦିନରେ ଫାରୁଶୀ କରଗ୍ରାହୀଙ୍କୁ ମଧ୍ୟ ନୀଚତ୍ଵ ଦେଖିଥିଲା !ମୁଁ କରଗ୍ରାହୀଙ୍କ ପରି ନ ହୋଇ ଉତ୍ତମ ରୂପରେ ଅଛି ବୋଲି ନିଜକୁ ଗର୍ବିତ ହେଲା !ମାତ୍ର ପ୍ରଭୁଙ୍କର ଦୃଷ୍ଟିରେ କରଗ୍ରାହୀ ହିଁ ପ୍ରାଧାନ୍ୟ ରୂପରେ ପସନ୍ଦ ହେଲା !
ଆଜିର ଦିନରେ ଆମ କାର୍ଯ୍ୟାଳୟରେ, ମଣ୍ଡଳୀରେ, ପରିବାରରେ ଅନ୍ୟମାନଙ୍କୁ ଆମେ ତୁଚ୍ଛ ଦେଖି ପାରିବା !ଆମ୍ଭ କ୍ରିୟା ଦ୍ଵାରା, ବାକ୍ୟ ଦ୍ଵାରା, ଦୃଷ୍ଟି ଦ୍ଵାରା ମୁଁ ହିଁ ତୁମ୍ଭ ଠାରୁ ମହାନ ବୋଲି ଅଙ୍ଗୁଳି କରୁଛୁ କି ? ପ୍ରଭୁଙ୍କର ଦୃଷ୍ଟିରେ ଏହା ପାପ ଅଟେ ! ".... ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର ( ଫିଲିପିୟ :-2:3 )" ବୋଲି ବାଇବଲରେ କୁହାଯାଇଛି !ମୋ ଛଡା ଆଉ ଏହା କରିବାକୁ କେହି ନାହିଁ ବୋଲି ଆଲୋଚନା କରୁଛୁ କି ? ପ୍ରଭୁଙ୍କ ନାମରେ ଗଧକୁ ଠିଆ କରି କଥା କରାଇ ପାରିବା , ଏହାକୁ ଆମେ ବୁଝିବାକୁ ହେବ !
ମୋ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟଯୀଶୁଙ୍କ ଠାରେ ଥିବା ଆଲୋଚନା ହିଁ ଆମ ପ୍ରତ୍ୟେକଙ୍କୁ ରହିଲେ, ଆମେ କାହାକୁ ତୁଚ୍ଛ କରିବା ନାହିଁ !ଅପାଠୁଆ ଆମ ପିତାମାତାଙ୍କୁ ତୁଚ୍ଛ ନ କରି ରହିବା !ଆମ୍ଭମାନଙ୍କ ଠାରେ ରହିଥିବା କମ ସାମର୍ଥ୍ୟ ଭାଇଭଉଣୀମାନଙ୍କୁ ତୁଚ୍ଛ ନ କରି ରହିବା !ମଣ୍ଡଳୀରେ ଆତ୍ମୀୟ ଜୀବନରେ କମ ଥିବା ବିଶ୍ୱାସୀମାନଙ୍କୁ ତୁଚ୍ଛ ନ କରି ରହିବା !ଖ୍ରୀଷ୍ଟଙ୍କ ମନ ଆମ ଠାରେ ରହିବାକୁ ଦିଅନ୍ତୁ !ଅନ୍ୟମାନଙ୍କୁ ଆମ ଠାରୁ ମହାନ ବୋଲି ଭାବନା କରିବା !ତେବେ ପ୍ରଭୁ ଆମକୁ ଉର୍ନତ କରିବେ !
- ଭାଇ. ହାନିସ ଶାମୂଏଲ
ପ୍ରାର୍ଥନାର ଅଂଶ :-
ମୋକ୍ଷ ପ୍ରାୟାନାମ ଓ ପ୍ରତିଦିନ ଧ୍ୟାନକୁ ମୁଦ୍ରଣ କରିବାକୁ ଆବଶ୍ୟକ ହେଉଥିବା ଆର୍ଥିକ ସାହାଯ୍ୟ ପହଂଚିବାକୁ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.