By Village Missionary Movement
Thursday, 20-May-2021ଆଜିର ବାକ୍ୟ (Oriya) 20-05-2021
ଶୂନ୍ୟ ସମାଧି
“ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ ? କାହାର ଅନ୍ୱେଷଣ କରୁଅଛ ?।“ - ଯୋହନ 20:15
ଯୀଶୁ କୃଶରେ ହତ ହୋଇ ମୃତ୍ୟୁ ହେଲା ପରେ ତାଙ୍କୁ ଏକ ନୂଆ ସମାଧିରେ କବର କଲେ !ତିନି ଦିନରେ ଯୀଶୁଖ୍ରୀଷ୍ଟଙ୍କ ଶରୀରକୁ ସୁଗନ୍ଧ ଦ୍ରବ୍ୟ ପକାଇବାକୁ ମାଗଦଳିନି ମାରିଆ ଏବଂ କିଛି ସ୍ତ୍ରୀମାନେ ସମାଧି ନିକଟକୁ ଗଲେ !ସମାଧିକୁ ଗୋଡେଇ ହୋଇଥିବା ପଥର ଖୋଲା ଯାଇଥିବା ଦେଖି, ଯୀଶୁଙ୍କ ଶରୀର ନ ଥିବା ଯୋଗୁ, ସମାଧି ଶୂନ୍ୟ ଦେଖି ହତଭାଗା ହେଲେ !ଅନ୍ୟମାନେ ଘରକୁ ଫେରିଲେ ମଧ୍ୟ ମାଗଦଲିନି ମାରିୟା ମାତ୍ର ଫେରି ନ ଯାଇ ସମାଧି ପାଖରେ ଠିଆ ହୋଇ ରୋଦନ କରୁଛି !ସେତେବେଳେ ଯୀଶୁ ପ୍ରତୀକ୍ଷା ହୋଇ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ ? ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି ।ଦେଖନ୍ତୁ କେତେ ପ୍ରେମ !ଇଏ ଜଣେ ସ୍ତ୍ରୀ !ଯୌବନ ସମୟରେ ମୃତ୍ୟୁବରଣ କରିଥିବା ଯୀଶୁଙ୍କ ଶରୀରକୁ କିପରି ଏକଲା ଘେନିଯାଇ ପାରିବ ? ହେଲେ ମଧ୍ୟ ତାଙ୍କ ପ୍ରତି ଥିବା ଅଗାଡ ପ୍ରେମ ଯୋଗୁ, ମୁଁ ହିଁ ଯାଇ ତାଙ୍କୁ ଘେନିଯିବି କହୁଛି !ସଂଗେ ସଂଗେ ଯୀଶୁ ତାଙ୍କୁ ବୁଝାଇବାକୁ ସିଦ୍ଧ ହେଲେ !ପୁନରୁଥାନ ଯୀଶୁବାପାଙ୍କ ବାକ୍ୟ ସର୍ବପ୍ରଥମେ ମାଗଦଲିନି ମାରିୟାଙ୍କୁ ହିଁ ମିଳିଲା !ମହାନ ଶିଷ୍ୟ ପିତରଙ୍କୁ କି, ପ୍ରେମିକ ଶିଷ୍ୟ ଯୋହନଙ୍କୁ କି ଆଉ କାହାକୁ ଏହି ଅବକାଶ ମିଳିଲା ନାହିଁ !ମାଗଦଲିନି ମାରିୟା ଯୀଶୁଙ୍କୁ ସର୍ବପ୍ରଥମେ ଦର୍ଶନ କରିବା ପରି ପ୍ରେମ କରିଥିଲା !ସେହି କ୍ଷଣି ପର୍ଯ୍ୟନ୍ତ ନିରିକ୍ଷଣ ନ ଥିବା ସେ ଆଲୋଚନାରେ ନୂତନ ନିରିକ୍ଷଣ ଆସିଲା !ତାଙ୍କର ଜୀବନ ଉଜ୍ୱଳମୟ ହୋଇ ବଦଳିଲା !
ତାଙ୍କର ସମାଧି ବର୍ତ୍ତମାନ ପର୍ଯ୍ୟନ୍ତ ଶୂନ୍ୟ ହୋଇ ଅଛି !ସେଇଥିପାଇ ସେ ଶକ୍ତିରେ ପୁନଃବାର ଉଠିବା ସାକ୍ଷୀ ହୋଇ ଠିଆ ହେଉଛନ୍ତି !ଅନେକ ସମସ୍ୟା ସହ ମନ ଦୁଃଖରେ ରୋଦନ କରୁଛନ୍ତି କି ? ସେ ପୁନଃବାର ଉଠି ଆଉଥରେ ପିତାଙ୍କ ଦକ୍ଷିଣ ପାର୍ଷରେ ରହିବା ସତ୍ୟ ହେଲେ ମୋତେ କାହିଁକି ଏହି ଦୁଃଖ ? କାହିଁକି ଏପରି ଚିନ୍ତା ବୋଲି ଚିନ୍ତିତ ହେଉଛନ୍ତି କି ? ଲୁହ ଝରାଉଛନ୍ତି କି ? ତୁମ୍ଭ ଲୁହକୁ ପ୍ରଭୁ ଦେଖୁଛନ୍ତି !ଗୋ ନାରୀ କାହିଁକି ରୋଦନ କରୁଛ ବୋଲି ଡାକି ମାଗଦଲିନି ମାରିୟାଙ୍କ ଲୁହ ପୋଛିଥିବା ଯୀଶୁବାପା ଆଜି ଆମ ନିକଟରେ ଅଛନ୍ତି !ଆମକୁ ଆଦର କରୁଛନ୍ତି !ଖୁସି ଦେଉଛନ୍ତି !ଆମେ ମାଗଦଲିନି ମାରିୟାଙ୍କ ସଦୃଶ୍ୟ ସଂପୂର୍ଣ୍ଣ ହୃଦୟରେ, ସଂପୂର୍ଣ୍ଣ ଆତ୍ମାରେ ଓ ପ୍ରେମରେ ତାଙ୍କୁ ଖୋଜିଲେ, ପୁନରୁଥାନ ଯୀଶୁଖ୍ରୀଷ୍ଟ ଆମ ଲୁହ ପୋଛିଦେବ !
ଯୀଶୁଖ୍ରୀଷ୍ଟଙ୍କ ପୁନରୁଥାନର ପାସ୍କା ଦିନକୁ ପାଳନ କରିବା ମୁଖ୍ୟ ନୁହେଁ !ସେ ପ୍ରତିଦିନ ଆମ ଶୁଖିଯାଇଥିବା ଜୀବନକୁ ପ୍ରତୀକ୍ଷା କରିବାକୁ ଜୀବନ୍ତ ଇଶ୍ୱର ହୋଇଅଛନ୍ତି !ତାହାହିଁ ଆମେ ବୁଝିବା ଏବଂ ଅନ୍ୟମାନଙ୍କୁ ବୁଝାଇବା ସମ୍ବାଦ !
- ଶ୍ରୀମତୀ ଭୁବନ ଧାନାବାଲାନ
ପ୍ରାର୍ଥନା ଅଂଶ :-
ବାର ଜଣ ମିଶିନାରି ଦ୍ଵାରା ସେହି ରାଷ୍ଟ୍ରର ସମର୍ପିତ ହୋଇଥିବା ପାଞ୍ଚଶହ ମିଶିନାରିମାନଙ୍କୁ ପ୍ରଭୁ ଆମକୁ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.