Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-05-2021
Share:

By Village Missionary Movement

Wednesday, 19-May-2021

ଆଜିର ବାକ୍ୟ (Oriya) 19-05-2021

ଶ୍ୱାସକ୍ରିୟାର ସମସ୍ୟା 

“କ୍ଲାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏହି ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ!” – ଲୂକ 18:1

ଧର୍ମପ୍ରଚାରକ ଯୋହନ ହାଇଡ ଜଣେ ପ୍ରାର୍ଥନାର ଯୋଧା !ଭାରତ ଦେଶରେ ସେବାକାର୍ଯ୍ୟ କରିବାକୁ ଆସିଥିବା ଇଏ ତାଙ୍କ ଜୀବନ ସାରା ପ୍ରାର୍ଥନାରେ ବିତାଉ ଥିଲେ  !ଏହା କହିଲେ ଯଥେଷ୍ଟ ନୁହେଁ ! କିଛି ଦିନମାନଙ୍କରେ  ସେ ଦଶ ଦିନ ଉପବାସ ପ୍ରାର୍ଥନା କରୁଥାନ୍ତି !କିଛି ଦିନମାନଙ୍କରେ ରାତି ସାରା ପ୍ରାର୍ଥନା କରୁଥାନ୍ତି  !ତାଙ୍କ ଠାରେ ରହିଥିବା ଲୋକମାନେ ଏହାର ପ୍ରାର୍ଥନା ଜୀବନ ଦେଖି ଆଚର୍ଯ୍ୟ ହୋଇ ପଚାରନ୍ତି, ସେ ଉତ୍ତର କରନ୍ତି, ଖ୍ରୀଷ୍ଟଙ୍କ ନିକଟତମ ହେବାକୁ, ପ୍ରାର୍ଥନା ଦ୍ଵାରା  ତାଙ୍କ ନିକଟସ୍ଥ  ହେଲେ ହିଁ ଆତ୍ମା ନିକଟସ୍ଥ କରିପାରିବା !ଆଣ୍ଠୁ ହିଁ ତାଙ୍କର ଶ୍ୱାସ ଥିଲା !ପ୍ରତିଦିନ ଆଉ କିଛି ସମୟ ପ୍ରାର୍ଥନା କରିବାକୁ ମିଳିବ କି ବୋଲି ତାଙ୍କ ହୃଦୟ ଛଟପଟ ହେଉଥାଏ !

ଯୀଶୁଖ୍ରୀଷ୍ଟ ମଧ୍ୟ ଶକ୍ତିଶାଳୀ ସ୍ୱର ଓ ଲୁହ ଝରାଇ  ପ୍ରାର୍ଥନା କରିଥିଲେ !ତାଙ୍କର ଝାଳ ରକ୍ତ ବିନ୍ଦୁ ସଦୃଶ୍ୟ ଭୂମିରେ ଉପରେ ପଡିଲା !ଯୀଶୁଖ୍ରୀଷ୍ଟ ମଧ୍ୟ  ରାତି ସାରା ପ୍ରାର୍ଥନା କରୁଥିଲେ  !ଅରଣ୍ୟକୁ ଯାଇ ଏକଲା ପ୍ରାର୍ଥନା କରୁଥିଲେ  !ଏପରି ପ୍ରାର୍ଥନା କରିବା ଅଭ୍ୟାସ ଵ୍ୟକ୍ତି ରୂପରେ ଯୀଶୁଖ୍ରୀଷ୍ଟ ଥିଲେ !ଜଣେ ପବିତ୍ର ଵ୍ୟକ୍ତି କହିଛନ୍ତି,  ଯେପରିକି  ଭ୍ରମଣ କରୁଥିବା ବେଳେ ନୂତନ ସ୍ଥାନ ଆସିଲେ ଉତ୍ତମ ଦୃଶ୍ୟ ଦେଖିବାକୁ ଆଖି ଖୋଜୁଥାଏ , ସେହିପରି ଯୀଶୁଖ୍ରୀଷ୍ଟ ମଧ୍ୟ ସେ ଯେଉଁଠିକି ଯାଆନ୍ତି, ସେଠାରେ ସେ ଏକଲା ପ୍ରାର୍ଥନା କରିବାକୁ ନିରୋଳା ସ୍ଥାନ ତାଙ୍କ ଆଖି ଖୋଜୁଥାଏ !

ଯୀଶୁଖ୍ରୀଷ୍ଟ ହିଁ ଏତେ ପ୍ରାର୍ଥନା କରିଥିଲେ ତୁମ୍ଭେ ଓ ମୁଁ କେତେ ପ୍ରାର୍ଥନା କରିବାକୁ ହେବ ? ହଁ ପ୍ରାର୍ଥନା ଆମକୁ ଶ୍ୱାସ ସଦୃଶ୍ୟ !ଆମେ ଶ୍ୱାସ ନେବାକୁ କଷ୍ଟ ଅନୁଭବ  କଲେ ଆମ ଶ୍ୱାସକ୍ରିୟାରେ କିଛି ସମସ୍ୟା ଅଛି ବୋଲି ଜାଣିବା  !ସେହିପରି ଆମେ ପ୍ରାର୍ଥନା କରିବାକୁ କଷ୍ଟ ଅନୁଭବ କଲେ  କିଛି ସମସ୍ୟା ଆମ ଠାରେ  ଅଛି, ତାହା ହିଁ କାରଣ  ବୋଲି ଜାଣିବା !

ମୋର ପ୍ରିୟ ବନ୍ଧୁଗଣ, ଆମ ପ୍ରତିଦିନ ଜୀବନରେ ପ୍ରତ୍ୟେକ ବିଷୟରେ ପ୍ରଭୁଙ୍କୁ ଜଣାଇ, ତାଙ୍କ ସହିତ ବାଜିମାରି  ପ୍ରାର୍ଥନା କରିବା  ଉତ୍ତମ ଅଭ୍ୟାସ !ଏହି ଅନୁଭବ ଆମେ  ପ୍ରତିଦିନ ବ୍ୟବହାର କରିଆସିବା ଦ୍ଵାରା ସେହି ଦିନ ସାରା ପ୍ରାର୍ଥନା ଆତ୍ମାରେ ପୂର୍ଣ୍ଣ ହୋଇ ରହିବା !ପ୍ରାର୍ଥନା ଏକ ପରମ୍ପରା, କଠିନ କାର୍ଯ୍ୟ ରୂପେ ରହିବ ନାହିଁ !ପ୍ରଭୁ ଆମ ହୃଦୟରେ ରଖୁଥିବା ଛୋଟ ଛୋଟ କାର୍ଯ୍ୟଗୁଡିକୁ ମଧ୍ୟ ସତ୍ୟରେ ପ୍ରାର୍ଥନା କରିବା ଦ୍ଵାରା ପ୍ରଭୁ ଆମକୁ ଅଧିକ ରୂପେ ପ୍ରାର୍ଥନା କରିବାକୁ ଆମ ବୋଝକୁ ପ୍ରାର୍ଥନା ଯୋଧା ଓ ପ୍ରାର୍ଥନା ଯୋଧି ରୂପେରେ ବଦଳାଇବ !
-    ଶ୍ରୀମତୀ ସୁଶାନା ମାଥିଉ 

ପ୍ରାର୍ଥନା ଅଂଶ :-
ରାଷ୍ଟ୍ରର ଅନୁକୋଣରୁ ବାର ଜଣ ମିଶିନାରିକୁ ଆଣି ପ୍ରଭୁଙ୍କ ସେବାରେ ବ୍ୟବହାର କରିବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş