By Village Missionary Movement
Wednesday, 12-May-2021ଆଜିର ବାକ୍ୟ (Oriya) 11-05-2021
ଘରକୁ ଖୋଲନ୍ତୁ
“ପରଦିନ ସେମାନେ କାଇସରିିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ ।“ - ପ୍ରେରିତ 10:24
ଚୀନ ଦେଶର ମିଶିନାରି ୟୁନଙ୍କୁ ସ୍ବର୍ଗୀୟ ରାଜ୍ୟର ମଣିଷ ବୋଲି ଡକାଯାଉ ଥିଲା !ପରିତ୍ରାଣର ଆରମ୍ଭ ଦିନରେ ତାଙ୍କର ପିତା ମୃତ୍ୟୁ ରୋଗରେ ପୀଡିତ ହୋଇଥିଲା !ତାଙ୍କର ସୁସ୍ଥ ନିମନ୍ତେ ପରିବାର ସମସ୍ତେ ମିଶି ପ୍ରାର୍ଥନା କଲେ !ସେତେବେଳେ ପରମେଶ୍ୱର ଆଚର୍ଯ୍ୟ ଭାବେ ତାଙ୍କୁ ସୁସ୍ଥ କଲେ !ସେହି ଦିନମାନଙ୍କରେ ଚୀନ ଦେଶରେ କମ୍ୟୁନିଷ୍ଟର ପ୍ରଭାବ ବହୁଳ ଭାବେ ବିସ୍ତୃତ ହୋଇଥିଲା !ସେହି ପରିସ୍ଥିତିରେ ମଧ୍ୟ ୟୁନ ତାଙ୍କର ସାଙ୍ଗ ସାଥୀ, ବନ୍ଧୁ ବାନ୍ଦବ, ପଡୋଶୀ ମାନଂକୁ ସମସ୍ତଙ୍କୁ ଘରକୁ ଆମନ୍ତ୍ରଣ କଲା !ସେମାନେ ଭାବିଲେ କି, ୟୁନର ପିତା ମୃତ୍ୟୁବରଣ କଲା ବଧେ ତାର ସମାଧି ସକାଶେ ଯାଉଛୁ ବୋଲି ଆସିଲେ !ମାତ୍ର ତାଙ୍କର ପିତା ସେଠାରେ ଉତ୍ତମ ଆରୋଗ୍ୟ ରହିଥିବା ଦେଖି ସମସ୍ତେ ଆଚର୍ଯ୍ୟ ହୋଇଗଲେ !ସେତେବେଳେ ୟୁନ ଓ ତାଙ୍କର ପରିବାର ସମସ୍ତେ ମିଶି ଯୀଶୁ କରିଥିବା ଅଦଭୂତ କାର୍ଯ୍ୟ ବିଷୟରେ ସେମାନଙ୍କୁ ବର୍ଣ୍ଣନା କଲେ !ଆସିଥିବା ସମସ୍ତେ ଯୀଶୁଙ୍କୁ ଦେଖି, ଲୁହ ଝରାଇ ପ୍ରାର୍ଥନା କରି ବିଶ୍ୱାସୀ ହେଲେ !
କର୍ଣ୍ଣିଲିୟ ନାମକ ପ୍ରଭୁଙ୍କର ଦାସ ତାଙ୍କ ଘରକୁ ପିତର ଆସୁଛନ୍ତି ବୋଲି ଜାଣିପାରି ପ୍ରଭୁଙ୍କର ବାକ୍ୟ ଶୁଣିବାକୁ ତାଙ୍କ ବନ୍ଧୁ ବାନ୍ଦବ, ସାଙ୍ଗ ସାଥୀ, ସମସ୍ତଙ୍କୁ ଡାକି, ପିତରଙ୍କ ନିମନ୍ତେ ଅପେକ୍ଷାରେ ଥିଲେ !ପିତର ଆସି ସେମାନଙ୍କୁ ବାକ୍ୟ ପ୍ରକାଶ କରୁଥିବା ବେଳେ ପବିତ୍ର ଆତ୍ମା ତାଙ୍କ ଉପରେ ଭର୍ସନ ହେଲା !ସେତେବେଳେ କର୍ଣ୍ଣିୟଲକୁ ଦେଖି ସ୍ୱର୍ଗ ରାଜ୍ୟ ଖୁସି ବ୍ୟକ୍ତ କରିଥିବ !ତାହାର କାରଣ, କର୍ଣ୍ଣିୟଲଙ୍କ ହୃଦୟରେ ତାଙ୍କର ବନ୍ଧୁ ବାନ୍ଦବ, ସାଙ୍ଗ ସାଥୀ ପ୍ରଭୁଙ୍କୁ ଗ୍ରହଣ କରିବାର ଅଛି, ଏହା ହିଁ ତାଙ୍କର ବୋଝ !ତାଙ୍କର ଘରକୁ ଖୋଲିଲେ, ତାହା ଦ୍ଵାରା ଏକ ମହାନ ଜାଗରଣ ସୃଷ୍ଟି ହେଲା !
ହେ ମୋର ପ୍ରିୟଗଣ, କର୍ଣ୍ଣିୟଲଙ୍କ ସଦୃଶ୍ୟ, ୟୁନଙ୍କ ସଦୃଶ୍ୟ ଆମକୁ ମଧ୍ୟ ଏମିତି ଇଚ୍ଛା ଅଛି କି ? ଆମେ ଆମନ୍ତ୍ରଣ କଲେ, ଆମ ଘରକୁ ଆତୁରରେ ଆସିଲା ପରି ଆମ ସକାଶେ ଉତ୍ତମ ସାକ୍ଷୀ ଆମ ଚାରିପଟେ ରହିଥିବା ଲୋକଙ୍କ ଠାରେ ଅଛି କି ? ଆମ ସାଙ୍ଗ ସାଥୀ, ପଡୋଶୀ ଦେବାଳୟକୁ ଯାଇ ନ ପାରିବା ପରିସ୍ଥିତିରେ ଥାଇ ପାରନ୍ତି !ମାତ୍ର ଆମେ ସେମାନଙ୍କୁ ଆମ ଘରକୁ ଆମନ୍ତ୍ରଣ କରି ପାରିବା !ସେ ସମସ୍ତଙ୍କୁ ଘରକୁ ଆମନ୍ତ୍ରଣ କରି, ଏକ ଅବକାଶ ପ୍ରସ୍ତୁତ କରି ହଠାତ ପିଲାଙ୍କ ଜନ୍ମଦିନ, ବିବାହ ଦିନ ବୋଲି ସେମାନଙ୍କୁ ଆମନ୍ତ୍ରଣ କରି, ପ୍ରଭୁ କରି ଥିବା ଉପକାରକୁ ଆତୁରରେ ବାଣ୍ଟିବା ଦ୍ଵାରା, ପ୍ରଭୁ ତାଙ୍କ ହୃଦୟରେ ମଧ୍ୟ କାର୍ଯ୍ୟ କରିବ !ତାପରେ ଦିନ ବିତୁଥିବା ବେଳେ ଗୋଟିଏ ଘରେ ପ୍ରାର୍ଥନା ଦୋଳ କରି, ତାହା ଦ୍ଵାରା ପ୍ରଭୁଙ୍କୁ ଜାଣି ନ ଥିବା ଅନେକଙ୍କୁ ମଣ୍ଡଳୀକୁ ନେଇ ପାରିବା !ଏହା ଦ୍ଵାରା ସ୍ୱର୍ଗ ରାଜ୍ୟରେ ମହାନ ଆନନ୍ଦ ହେବ !
- ଏସ. ମୋନଜ କୁମାର
ପ୍ରାର୍ଥନା କରନ୍ତୁ :-
ଆଜି ତେଣି ଠାରେ ହେବାକୁ ଥିବା ଆମ ମିଶିନାରି ବିବାହ ସ୍ଥଗିତ ହେଲା, ଏହା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.