Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-01-2025
Share:

By Village Missionary Movement

Thursday, 30-Jan-2025

ଆଜିର ବାକ୍ୟ (Oriya) 30-01-2025

 

ପ୍ରଚାର କରିବାକୁ ଭୟ କର ନାହିଁ 

 

“କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୂଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ !” – ରୋମୀୟ ୧:୧୬

 

କାର୍ଲୋସ ନାମକ ଜଣେ ବ୍ୟକ୍ତି ବ୍ରାଜିଲର ଏକ ଟ୍ରକରେ ମାଟୋ ଗ୍ରୋସୋ ନାମକ ଏକ ସହରକୁ ଯାଉଥିଲେ ! ଟ୍ରକ୍ ଡ୍ରାଇଭର କାର୍ଲୋସଙ୍କ ସହ ସବୁ ପ୍ରକାର କଥା ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ କାର୍ଲୋସ ଶେଷ ପର୍ଯ୍ୟନ୍ତ ଚୁପ୍ ରହି ବିଦାୟ ନେଇଥିଲେ ! ସେ ଯାଉଥିବାବେଳେ ଟ୍ରକ ଡ୍ରାଇଭର ତାଙ୍କୁ ଏକ ଛୋଟ "ନୂତନ ନିୟମ" ଦେଇ କହିଲା, ଯେତେବେଳେ ତୁମର ସମୟ ଅଛି ଦୟାକରି ଏହାକୁ ପଢ଼ି ଅନିଚ୍ଛାରେ ଏହାକୁ ଗ୍ରହଣ କରି କିଛି ଚିନ୍ତା କରି ଚାଲିଗଲେ !

 

ଅନେକ ମାସ ପରେ, ଯେତେବେଳେ ଟ୍ରକ୍ ଡ୍ରାଇଭର ଚର୍ଚ୍ଚକୁ ଯାଇଥିଲେ, ସେ ସେଠାରେ କାର୍ଲୋସଙ୍କୁ ଦେଖିଥିଲେ ! ସେ ତାଙ୍କୁ ପଚାରିଲେ, ତୁମେ ମୋତେ ଜାଣିଛ କି ? ସେ କହିଲା, ଆପଣ କାର୍ଲୋସଙ୍କୁ ଜାଣିଛନ୍ତି କି ? ଯେଉଁ ଦିନ ତୁମେ ମୋତେ ଦେଇଥିବା ନୂତନ ନିୟମ ଗ୍ରହଣ କଲି, ମୁଁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଯାଉଥିଲି ! ତା’ପରେ ମୁଁ ଅନୁଭବ କଲି ଯେ କେହି ମୋ ସାର୍ଟ ଟାଣୁଛନ୍ତି; ଯେତେବେଳେ ମୁଁ ବୁଲି ଦେଖିଲି, ମୁଁ କାହାକୁ ଦେଖିଲି ନାହିଁ ! ମୁଁ ଆଶ୍ଚର୍ଯ୍ୟ ହୋଇ ସେଠାରେ ବସିଲି, ଏବଂ କିଛି ସମୟ ପରେ ତୁମେ ମୋତେ ଦେଇଥିବା ନୂତନ ନିୟମ ଖୋଲିଲି ! ମୁଁ ଏହାକୁ ପଢ଼ିଲି ଏବଂ ସେହି ବ୍ୟକ୍ତିଙ୍କୁ ହତ୍ୟା ନକରିବାକୁ ସ୍ଥିର କଲି ! ବର୍ତ୍ତମାନ ମୁଁ ଜଣେ ଅନୁତାପକାରୀ ବ୍ୟକ୍ତି, ଖୁସିରେ କହିଲା !

 

ପ୍ରଭୁଙ୍କର ପ୍ରିୟ ସନ୍ତାନଗଣ, ସେହି ଟ୍ରକ୍ ଡ୍ରାଇଭର ଦେଇଥିବା ନୂତନ ନିୟମ ଦ୍ୱାରା ଦୁଇଟି ଜୀବନ ରକ୍ଷା ପାଇଲା ! ଯଦି ସେ ନୂତନ ନିୟମ ଦେବାକୁ କୁଣ୍ଠାବୋଧ କରିଥାନ୍ତେ, ଜଣେ ହତ୍ୟାକାରୀ ହୋଇଥାନ୍ତା ଏବଂ ଅନ୍ୟ ଜଣକୁ ହତ୍ୟା କରାଯାଇଥାନ୍ତା ! ଜଣେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅନନ୍ତ ଜୀବନ ପାଇଲେ ଏବଂ ଅନ୍ୟଟି ଜଗତରେ ରହିବାକୁ ଜୀବନ ପାଇଲେ !

 

ଆମେ ସର୍ବଦା ସୁସମାଚାର ପ୍ରଚାର କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ! ଆମେ ଲଜ୍ଜିତ ହେବା ଉଚିତ୍ ନୁହେଁ ! ଏହା ଆମର କାମ ! ଯଦି ଆମେ ଆମର କାମ ଭଲ କରିବା, ପ୍ରଭୁ ମଧ୍ୟ ତାଙ୍କର କାର୍ଯ୍ୟ ସମାପ୍ତ କରିବେ ! ବାଇବଲ କହେ, “ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ ” !(ଯିଶାଇୟ:-୫୫:୧୧) ତେଣୁ ଆସନ୍ତୁ ବିନା ଦ୍ୱିଧାରେ ସୁସମାଚାର ପ୍ରଚାର କରିବା; ଚାଲ ହଜିଯାଇଥିବା ଲୋକଙ୍କୁ ଫେରାଇବା !

- ଶ୍ରୀମତୀ ପ୍ରିସ୍କିଲା ଥିଓଫିଲସ୍ 

 

ପ୍ରାର୍ଥନା ଅନୁରୋଧ:- 

“ମୋଚା ପାୟାନମ୍” ପତ୍ରିକା ମାଧ୍ୟମରେ ନିର୍ମାଣ ହେବାକୁ ଥିବା ପ୍ରାଥମିକ ବିଶ୍ୱାସୀଙ୍କ ଜୀବନ ପାଇଁ ପ୍ରାର୍ଥନା କର !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş