By Village Missionary Movement
Friday, 20-Dec-2024ଆଜିର ବାକ୍ୟ (Oriya) 20-12-2024
ତୁମର ଶତ୍ରୁ ପାଇଁ ପ୍ରେମ
“ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ ? କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି !” - ଲୂକ ୬:୩୨
1950 ମସିହାରେ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା,ଡ଼ଃ .କିମ ଦକ୍ଷିଣ କୋରିଆ ସେନାରେ ଯୋଗ ଦେଇ ତାଙ୍କ ଦେଶ ପାଇଁ ଲଢ଼ିଥିଲେ ! କିନ୍ତୁ ଯୁଦ୍ଧର ବାତାବରଣ ଦେଖି ସେ ଆଶ୍ଚର୍ଯ୍ୟ ହୋଇଜେଥିଲେ ! ଯେତେବେଳେ ସେ ଦେଖିଲେ ତାଙ୍କ ସାଙ୍ଗମାନେ ଯୁଦ୍ଧରେ ମରୁଛନ୍ତି, ମୃତ୍ୟୁ ଭୟ ତାଙ୍କୁ ଭୟଭୀତ କଲା ! ସେ ତାଙ୍କ ଜୀବନ ପାଇଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ ! ସେ ସ୍ଥିର କଲେ ଯେ ଯଦି ସେ ବଞ୍ଚି ଯାଆନ୍ତି, ତେବେ ସେ ନିଜ ଶତ୍ରୁମାନଙ୍କୁ ଭଲ ପାଇବା ଶିଖିବେ ! ଇଶ୍ବର ସେହି ପ୍ରାର୍ଥନାକୁ ଉତ୍ତର ଦେଲେ ! ସେ ମଧ୍ୟ ଅନୁଗ୍ରହ ଦ୍ୱାରା ଉଦ୍ଧାର ହୋଇଥିଲେ ! ସେ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ଉତ୍ତର କୋରିଆ ଏବଂ ଚୀନ୍ର ଅନାଥ ପିଲାମାନଙ୍କୁ ଯତ୍ନ ନେଉଥିଲେ ! ଏହା ମାଧ୍ୟମରେ ସେ ଅନେକ ବନ୍ଧୁ ସୃଷ୍ଟି କରିଥିଲେ ଯେଉଁମାନେ ପୂର୍ବରୁ ତାଙ୍କୁ ଶତ୍ରୁ ଭାବରେ ବିବେଚନା କରିଥିଲେ !
କିନ୍ତୁ ବାଇବଲରେ ଭବିଷ୍ୟଦ୍ବକ୍ତା ଯୂନସ ଏକ ଭିନ୍ନ ଚିହ୍ନ ଛାଡିଥିଲେ ! ମାଛର ପେଟରୁ ଉଦ୍ଧାର ହେବାର ଚମତ୍କାର କାର୍ଯ୍ୟ ମଧ୍ୟ ତାଙ୍କ ମତ ବଦଳାଇ ନଥିଲା ! ଯଦିଓ ସେ ଶେଷରେ ଇଶ୍ବରଙ୍କ କଥା ମାନିଥିଲେ, କିନ୍ତୁ କହିଥିଲେ ଯେ ନୀନିବୀବାସୀଙ୍କୁ ପରମେଶ୍ୱର ଦୟା ଦେଖାଇବା ଅପେକ୍ଷା ତାଙ୍କ ମୃତ୍ୟୁ ହେବା ଭଲ ହେବ ! ଯୂନସ ନୀନିବୀମାନଙ୍କ ଉପରେ ଏତେ କ୍ରୋଧିତ ଥିଲେ, ଯେଉଁମାନେ ସେମାନଙ୍କର ଡାହାଣ ହାତ ଏବଂ ବାମ ହାତ ମଧ୍ୟରେ ପାର୍ଥକ୍ୟ ଜାଣି ନଥିଲେ, ତେଣୁ ସେ ସେମାନଙ୍କୁ ଭଲ ପାଇବାରେ ଅସମର୍ଥ ହୋଇଥିଲେ !
ପ୍ରିୟ ବନ୍ଧୁଗଣ,ଆମେ ନିଜ ବିଷୟରେ ଚିନ୍ତା କରିବା ! ଡକ୍ଟର କିମଙ୍କ ପରି ଯେଉଁମାନେ ଆମକୁ ଘୃଣା କରନ୍ତି ଆମେ ସେମାନଙ୍କୁ ଭଲପାଇ ପାରିବା କି ? ଇଶ୍ବର ଯେପରି ଆମକୁ ଦୟା ଦେଖାଇଲେ ଆମ ଶତ୍ରୁମାନଙ୍କୁ ଭଲ ପାଇବା ପାଇଁ ଆମେ ଇଶ୍ବରଙ୍କ ଶକ୍ତି ଖୋଜୁ କି ? ଇଶ୍ୱର ଆମ ପ୍ରତି ଦେଖାଉଥିବା କରୁଣା ଆମେ ଆମ ଶତ୍ରୁଙ୍କୁ ଦେଖାଉଛୁ କି ? ଯେତେବେଳେ ଆୟୁବ ତାଙ୍କ ସାଙ୍ଗମାନଙ୍କ ପାଇଁ ପ୍ରାର୍ଥନା କଲେ, ପ୍ରଭୁ ଆୟୁବଙ୍କ ଅବସ୍ଥା ପରିବର୍ତ୍ତନ କଲେ ! କିନ୍ତୁ ଯୂନସଙ୍କ ମନୋଭାବ ସମ୍ପୂର୍ଣ୍ଣ ଭିନ୍ନ ଥିଲା ! ଆମ ବିଷୟରେ କ’ଣ ? ଚାଲନ୍ତୁ ଭାବିବା ! ଆମ ହୃଦୟରେ ଇଶ୍ବରଙ୍କ ପ୍ରେମ ଅଛି କି? ପ୍ରେମ ସବୁ ଜିନିଷ ବହନ କରେ, ସବୁ ଜିନିଷକୁ ବିଶ୍ୱାସ କରେ, ସବୁକିଛି ଆଶା କରେ, ସବୁ ଜିନିଷ ସହିଥାଏ ! ଚାଲ ପ୍ରେମରେ ରହିବା ! ଅନ୍ୟମାନଙ୍କୁ ଭଲ ପାଇବା, ଏବଂ ନିଜକୁ ଜଗତର ସାକ୍ଷୀ ଭାବରେ ବଞ୍ଚିବା ପାଇଁ ଉତ୍ସର୍ଗ କରିବା ! ଆମେନ୍ !
- ଶ୍ରୀମତୀ ଏ.ବେଉଲା
ପ୍ରାର୍ଥନା ଅନୁରୋଧ:-
ଆମ କ୍ୟାମ୍ପସରେ ହେବାକୁଥିବା ଖ୍ରୀଷ୍ଟମାସ ସୁସମାଚାର ସଭା ପାଇଁ କରାଯାଉଥିବା ପ୍ରୟାସ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.