Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-10-2024
Share:

By Village Missionary Movement

Monday, 07-Oct-2024

ଆଜିର ବାକ୍ୟ (Oriya) 07-10-2024

 

ଏକାଗ୍ରତା ପ୍ରାର୍ଥନା

 

“ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ର ଭାବରେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା !” – ପ୍ରେରିତ ୧୨:୫

 

ମୁଁ ଜାଣିଥିବା ଜଣେ ଯୁବତୀ ଝିଅକୁ ବିବାହ ପ୍ରସ୍ତୁତ କରାଗଲା ! ଦକ୍ଷିଣ ଭାରତରେ ମିଶିନାରୀ ଭାବେ କାର୍ଯ୍ୟରତ ସ୍ୱାମୀଙ୍କ ସହିତ ଅଳ୍ପ ଦିନରେ ସେଠାକୁ ଯିବାକୁ ହେବ ! ବିବାହ ପୂର୍ବରୁ ସେ ବାସ କରୁଥିବା ସହରରେ ଏକ ବଡ଼ ଷଣ୍ଡେ ସ୍କୁଲ ଚଳାଇ ଆସୁଥିଲା ! ତାହା ଅନେକ ପିଲାଙ୍କର ଆଶୀର୍ବାଦ ଥିଲା ! ତାଙ୍କ ପରେ କିଏ ସେହି ଷଣ୍ଡେ ସ୍କୁଲକୁ ଚଳାଇବ ବୋଲି ତାଙ୍କୁ ଚିନ୍ତା ଘେରିଲା ! ତାହାର ଏକ ଛୋଟ ଭାଇ ଥିଲା ! କିନ୍ତୁ ସେ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ନ ଥିଲା ! ତାହାର ଭାଇ ମନ ପରିବର୍ତ୍ତନ ହୋଇ, ମୁଁ ଛାଡି ଯାଉଥିବା ଷଣ୍ଡେ ସ୍କୁଲକୁ ଚଳାଇବା ଉଚିତ ବୋଲି ସେ ଏକାଗ୍ରତାରେ ପ୍ରାର୍ଥନା କରି ଆସୁଥିଲା ! ଦିନ ଗଡୁଥିବା ବେଳେ ସେ ପୁନର୍ବାର ଏକାଗ୍ରତରେ ପ୍ରାର୍ଥନା କଲା ! ଶେଷରେ ସେ ବିଦାହେବା ଦିନ ଆସିଲା ! ଗୃହର ସମସ୍ତେ ଦୁଃଖରେ ତାହାଙ୍କୁ ବରଯାତ୍ରୀ ଗୃହକୁ ବିଦା କଲେ ! ସେ ବିଦା ହେବା ବେଳେ ତାଙ୍କ ଭାଇ କ୍ଷିପ୍ରଗତିରେ ଦୌଡ଼ି ଆସି ତାଙ୍କ ହାତକୁ ଧରି କହିଲା, ନାନୀ ମୁଁ ତୁମ ପରିତ୍ରାଣକାର୍ତ୍ତାଙ୍କୁ ଗ୍ରହଣ କଲି ଏବଂ ମୁଁ ତୁମ ଷଣ୍ଡେ ସ୍କୁଲକୁ ଚଳାଇବି !ସେ ଅତି ଆନନ୍ଦରେ ତାଙ୍କ ପ୍ରାର୍ଥନାର ଉତ୍ତର ପାଇଲି ବୋଲି ପ୍ରଭୁଙ୍କୁ ପ୍ରଶଂସା କରି ଆନନ୍ଦିତ ହେଲା !

 

ପ୍ରେରିତ ପିତର କାରାଗାରରେ ରୁଦ୍ଧ ହେଲେ ! ପିତରଙ୍କ ନିମନ୍ତେ ମଣ୍ଡଳୀ ଏକାଗ୍ର ଭାବରେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କଲେ !ଏହି ଅକାଗ୍ର ପ୍ରାର୍ଥନା ପିତରଙ୍କୁ ଦୂତଙ୍କ ମାଧ୍ୟମର କାରାଗାରରୁ ମୁକ୍ତ କରି ବାହାରକୁ ଆଣିଲା !

       

ଏହାକୁ ପଢ଼ୁଥିବା ପ୍ରିୟ ବନ୍ଧୁଗଣ, ଜଣକୁ ଜଣେ ପ୍ରାର୍ଥନା କର ! ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ

(ଯାକୁବ:-୫:୧୬)ରେ ବାଇବଲ କହେ !ଆମେ କରୁଥିବା ଏକାଗ୍ରତାର ପ୍ରାର୍ଥନା ନିଶ୍ଚିତ ରୂପେ ପ୍ରଭୁ ଉତ୍ତର ଦେବେ ! ପରିତ୍ରାଣ ପାଇ ନ ଥିବା ଆମ ବନ୍ଧୁବାନ୍ଧବ, ରୋଗରେ ପୀଡିତ, ପାପ ଅଭିଶପାରୁ ମୁକ୍ତି ପାଇବାକୁ ଇଚ୍ଛା କରୁଥିବା ପ୍ରତ୍ୟକ ଜଣକୁ, ଆମେ କରୁଥିବା ଏକାଗ୍ରତାର ପ୍ରାର୍ଥନା ଫଳ ଦେଇ ପାରିବ ! ଆଜି ପର୍ଯ୍ୟନ୍ତ ଆମେ କରୁଥିବା ପ୍ରାର୍ଥନାର ଉତ୍ତର ନ ପାଇ ଅବା ପ୍ରାର୍ଥନା କରି ଥକି ଯାଇଥିଲେ ଆଜି ପୁନର୍ବାର ଆରମ୍ଭ କରିବା ! ଆମେ କରୁଥିବା ଏକାଗ୍ରତାର ପ୍ରାର୍ଥନାଟି ଭଗ୍ନନଗ୍ନ ହୋଇଥିବା ଅନେକଙ୍କ ଜୀବନରେ ବିମୋଚନ ଦେଇ ପାରିବ ! ଏହା ନିଶ୍ଚିୟ !

- ଶ୍ରୀମତୀ ଶକ୍ତି ଶଙ୍କର

 

ପ୍ରାର୍ଥନା ଅନୁରୋଧ:-

ଆମ ଟିଉସନ କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାଙ୍କ ଜ୍ଞାନ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al